Posted inଖେଳ

କୋପା ଆମେରିକା ସେମିରେ ବ୍ରାଜିଲ;ଫେଲ୍‌ ମାରିଲେ ମେସି

ବେଲୋ ହରିଜୋଣ୍ଟେ,୩।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଟାଇଟଲ ମୁକାବିଲାରେ ବ୍ରାଜିଲ ପ୍ରବେଶ କରିଛି। ଗାବ୍ରିଏଲ ଜିସସ ଓ ରବର୍ଟ ଫିର୍ମିନୋଙ୍କ ଗୋଟିଏ ଲେଖାଏ ଗୋଲ ବଳରେ ଆୟୋଜକ ଦଳ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ଆର୍ଜେଣ୍ଟିନାକୁ ୨-୦ ଗୋଲରେ ହରାଇ ଦେଇଛି। ଚିଲି ଓ ପେରୁ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲର ବିଜେତାକୁ ବ୍ରାଜିଲ ଫାଇନାଲରେ ଭେଟିବ। ବିଶ୍ୱର ଲୋକପ୍ରିୟ ଫୁଟ୍‌ବଲ ଖେଳାଳି ଲିଓନେଲ ମେସି କୋପା ଆମେରିକା ଟୁର୍ନାମେଣ୍ଟରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପ୍ରଥମାର୍ଦ୍ଧରେ ମେସି ସ୍କୋର ଦେବାର ନିକଟତର ହୋଇଥିଲେ। କିନ୍ତୁ ତାଙ୍କ ଶଟ୍‌ ଗୋଲ ବାରରେ ବାଜିଥିଲା। ତାଙ୍କ ସାଥୀ ଫରଓ୍ବାର୍ଡ ସେର୍ଗିଓ ଅଗୁରୋଙ୍କୁ ମଧ୍ୟ ସମାନ ଅବସ୍ଥା ଭୋଗ କରିବାକୁ ପଡ଼ିଥିଲା। ୨୦୦୭ ପରେ ପ୍ରଥମ ଥର ପାଇଁ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ କୌଣସି ବଡ଼ ଟୁର୍ନାମେଣ୍ଟରେ ପରସ୍ପରକୁ ଭେଟିଥିଲେ। ଗତ ଥର ୨୦୦୭ କୋପା ଆମେରିକା ଫାଇନାଲରେ ବ୍ରାଜିଲ ୩-୦ ଗୋଲରେ ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ସ୍ବସ୍ତିଙ୍କୁ ଆଉ ଏକ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୬ା୧(କ୍ରୀଡ଼ା ପ୍ରତିନିଧି)-  ଜଣେ ଓଡ଼ିଆ ଖେଳାଳି କୌଣସି ଗୋଟିଏ ଜାତୀୟ ପ୍ରତିଯୋଗିତାରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ଜିତିବା ନିଶ୍ଚିତ କଷ୍ଟକର...

‘ଅନ୍ୟ ଖେଳାଳିଙ୍କ ତଳେ ଖେଳିବା ପାଇଁ କୋହଲିଙ୍କୁ ଅହଂକାର ଛାଡ଼ିବାକୁ ପଡ଼ିବ’

ନୂଆଦିଲ୍ଲୀ,୧୮।୧: ଅନ୍ୟ ଖେଳାଳିଙ୍କ ନେତୃତ୍ୱରେ ଖେଳିବା ପାଇଁ ବିରାଟ କୋହଲିଙ୍କୁ ଅହଂଙ୍କାର ଛାଡ଼ିବାକୁ ପଡ଼ିବ। ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ୧୯୮୩ ବିଶ୍ୱକପ୍‌...

୩୪ ବର୍ଷରେ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା: ରଶ୍‌ ଫିଲ୍ମର କିସିଂ ସିନ୍‌ ଯୋଗୁ ରାତାରାତି ପାଲଟିଥିଲେ ଷ୍ଟାର…

ମୁମ୍ବାଇ,୮।୧: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ...

କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି...

ସୁଯୋଗ ଦେଲେ ନାହିଁ : କୋହଲି

ଦୁବାଇ,୨୫।୧୦: ପାକିସ୍ତାନ ଦଳକୁ ଶ୍ରେୟ ଦେବାକୁ ପଡ଼ିବ। ପ୍ରଥମେ ୨୦ ରନ୍‌ ମଧ୍ୟରେ ୩ ଉଇକେଟ ହରାଇ ସାରିଥିଲୁ। ଏହାକୁ କଦାପି ଭଲ ଆରମ୍ଭ କୁହାଯାଇ...

ଟାଇଟଲ ଜିତି ପାରିଲେ ନାହିଁ, ହେଲେ ଏହି କଥାକୁ ନେଇ ସମସ୍ତଙ୍କ ହୃଦୟ ଜିତିଲେ ସର୍ବକନିଷ୍ଠ ଅଧିନାୟକ ଶ୍ରେୟସ

ନୂଆଦିଲ୍ଲୀ,୧୧।୧୧: କ୍ରିକେଟରେ ସବୁକିଛି ସମ୍ଭବ। ଏହି ଖେଳରେ ଭାଗ୍ୟ ବେଳେବେଳେ ଅସମ୍ଭବକୁ ମଧ୍ୟ ସମ୍ଭବ କରିଦେଇଥାଏ। ସେଭଳି କିଛି ଆଇପିଏଲ୍‌୨୦୨୦ରେ ଦେଖିବାକୁ ମିଳିଛି। ୧୨ ବର୍ଷର...

ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ଜିତିଲେ ଭର୍ଷ୍ଟାପେନ୍‌

ଇମୋଲା (ଇଟାଲି), ୧୯ା୪-ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଇମିଲିଆ ରୋମାଗ୍ନା ଫର୍ମୁଲା ଓ୍ବାନ୍‌ ଗ୍ରାଁ ପ୍ରି କାର୍‌ ରେସ୍‌ ଜିତିଛନ୍ତି। ଚଳିତବର୍ଷ ଏହା ତାଙ୍କର ପ୍ରଥମ ଏବଂ...

କୋହଲିଙ୍କୁ ଭାଲୁ ସହ ତୁଳନା କଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୧।୬- ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶେଷଥର...

Advertisement
Archives

Model This Week