କୋପା ଆମେରିକା: ଫାଇନାଲରେ ପେରୁ

ପୋର୍ଟୋ ଆଲେଗ୍ରେ, ୪।୭(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଚିଲିକୁ ୦-୩ ଗୋଲରେ ହରାଇ ପେରୁ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦୀର୍ଘ ୪୪ ବର୍ଷର ବ୍ୟବଧାନ ପରେ ପେରୁ ଏହି ସମ୍ମାନଜନକ ଇଭେଣ୍ଟର ଫାଇନାଲରେ ସ୍ଥାନ ପାଇଛି। ବିଜୟ ଦଳ ଲାଗି ଏଡିସନ ଫ୍ଲୋରେସ, ୟୋଶିମାର ୟତୁନ ଓ ପାଓଲୋ ଗୁଏରୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଆରମ୍ଭରୁ ପେରୁ ସକାରାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୨୦ ତମ ମିନିଟ୍‌ରେ ଫ୍ଲୋରେସ ଏକ ଗୋଲ ହାତଛଡ଼ା କରିଥିଲେ। ଏହାର ୧ ମିନିଟ୍‌ ପରେ ସେ ଗୋଲ ଦେଇ ଦଳୀୟ ଖାତା ଖୋଲିଥିଲେ। ୩୮ତମ ମିନିଟ୍‌ରେ ୟତୁନ ଦଳର ଅଗ୍ରଣୀ ବ୍ୟବଧାନକୁ ଦ୍ୱିଗୁଣିତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ପେରୁ ୨-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା। ଦ୍ୱିତୀୟାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଗୁଏରୋ ଦଳ ପାଇଁ ଅନ୍ତିମ ଗୋଲ ଦେଇଥିଲେ।
ରବିବାର ମାରାକାନା ଷ୍ଟାଡିୟମଠାରେ ବ୍ରାଜିଲ ଓ ପେରୁ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଦୁଇ ଦଳ ଚଳିତ ଟୁର୍ନାମେଣ୍ଟରେ ପରସ୍ପରକୁ ଭେଟିସାରିଛନ୍ତି। ଉକ୍ତ ମ୍ୟାଚ୍‌ରେ ବ୍ରାଜିଲ ୫-୦ ଗୋଲର ବଡ଼ ବ୍ୟବଧାନରେ ପେରୁକୁ ହରାଇ ଦେଇଥିଲା। ଏହି ପରାଜୟ ପରେ ପେରୁ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ବଢ଼ିବାର ଖୁବ କମ୍‌ ସମ୍ଭାବନା ଥିଲା। ହେଲେ ଭାଗ୍ୟ ଓ ୩ ଥର ଭିଏଆର (ଭିଡିଓ ଆସିଷ୍ଟାଣ୍ଟ ରେଫରି) ବଳରେ ଉରୁଗୁଏକୁ କ୍ୱାର୍ଟର ଫାଇନାଲରେ ପେରୁ ହରାଇଥିଲା। ଅନ୍ୟପକ୍ଷରେ ହ୍ୟାଟ୍ରିକ କୋପା ଆମେରିକା ଟାଇଟଲ ହାସଲ କରିବାର ଚିଲିର ଆଶାର ଅନ୍ତ ହୋଇଛି। ଚିଲି ଗତ ଦୁଇ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ୨୦୧୫ ଓ ୨୦୧୬ କୋପା ଆମେରିକା ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri