କୋପା ଆମେରିକା: ଫାଇନାଲରେ ପେରୁ

ପୋର୍ଟୋ ଆଲେଗ୍ରେ, ୪।୭(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଚିଲିକୁ ୦-୩ ଗୋଲରେ ହରାଇ ପେରୁ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଦୀର୍ଘ ୪୪ ବର୍ଷର ବ୍ୟବଧାନ ପରେ ପେରୁ ଏହି ସମ୍ମାନଜନକ ଇଭେଣ୍ଟର ଫାଇନାଲରେ ସ୍ଥାନ ପାଇଛି। ବିଜୟ ଦଳ ଲାଗି ଏଡିସନ ଫ୍ଲୋରେସ, ୟୋଶିମାର ୟତୁନ ଓ ପାଓଲୋ ଗୁଏରୋ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଆରମ୍ଭରୁ ପେରୁ ସକାରାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚ୍‌ର ୨୦ ତମ ମିନିଟ୍‌ରେ ଫ୍ଲୋରେସ ଏକ ଗୋଲ ହାତଛଡ଼ା କରିଥିଲେ। ଏହାର ୧ ମିନିଟ୍‌ ପରେ ସେ ଗୋଲ ଦେଇ ଦଳୀୟ ଖାତା ଖୋଲିଥିଲେ। ୩୮ତମ ମିନିଟ୍‌ରେ ୟତୁନ ଦଳର ଅଗ୍ରଣୀ ବ୍ୟବଧାନକୁ ଦ୍ୱିଗୁଣିତ କରିଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ପେରୁ ୨-୦ ଗୋଲର ଅଗ୍ରଣୀ ହାସଲ କରି ନେଇଥିଲା। ଦ୍ୱିତୀୟାର୍ଦ୍ଧର ଅନ୍ତିମ ମିନିଟ୍‌ରେ ଗୁଏରୋ ଦଳ ପାଇଁ ଅନ୍ତିମ ଗୋଲ ଦେଇଥିଲେ।
ରବିବାର ମାରାକାନା ଷ୍ଟାଡିୟମଠାରେ ବ୍ରାଜିଲ ଓ ପେରୁ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଦୁଇ ଦଳ ଚଳିତ ଟୁର୍ନାମେଣ୍ଟରେ ପରସ୍ପରକୁ ଭେଟିସାରିଛନ୍ତି। ଉକ୍ତ ମ୍ୟାଚ୍‌ରେ ବ୍ରାଜିଲ ୫-୦ ଗୋଲର ବଡ଼ ବ୍ୟବଧାନରେ ପେରୁକୁ ହରାଇ ଦେଇଥିଲା। ଏହି ପରାଜୟ ପରେ ପେରୁ ଗ୍ରୁପ ପର୍ଯ୍ୟାୟରୁ ଆଗକୁ ବଢ଼ିବାର ଖୁବ କମ୍‌ ସମ୍ଭାବନା ଥିଲା। ହେଲେ ଭାଗ୍ୟ ଓ ୩ ଥର ଭିଏଆର (ଭିଡିଓ ଆସିଷ୍ଟାଣ୍ଟ ରେଫରି) ବଳରେ ଉରୁଗୁଏକୁ କ୍ୱାର୍ଟର ଫାଇନାଲରେ ପେରୁ ହରାଇଥିଲା। ଅନ୍ୟପକ୍ଷରେ ହ୍ୟାଟ୍ରିକ କୋପା ଆମେରିକା ଟାଇଟଲ ହାସଲ କରିବାର ଚିଲିର ଆଶାର ଅନ୍ତ ହୋଇଛି। ଚିଲି ଗତ ଦୁଇ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ୨୦୧୫ ଓ ୨୦୧୬ କୋପା ଆମେରିକା ଟାଇଟଲ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍‌ ରିଡ୍‌ଙ୍କ ପରଲୋକ

ଅକ୍‌ଲାଣ୍ଡ,୧୫।୧୦(ପି.ଟି.): ନ୍ୟୁଜିଲାଣ୍ଡର ସବୁଠାରୁ ବୟସ୍କ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଜନ୍‌ ରିଡ୍‌ ୯୨ ବର୍ଷରେ ପରଲୋକ ଗମନ କରିଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ...

ଘରେ ବସି ଷ୍ଟାଡିୟମ ଅନୁଭୂତି

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ୧୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ହକି ଫ୍ୟାନ୍‌ଙ୍କ ପାଇଁ ଏକ ମେଟାଭର୍ସ ଲଞ୍ଚ୍‌ କରିଛି ହକି ଇଣ୍ଡିଆ।...

ଭାରତ-ଏ’ର ସିରିଜ କ୍ଲିନ୍‌ସୁଇପ୍‌

ବେଙ୍ଗାଲୁରୁ, ୩।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ୧୫୨ ରନରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ’କୁ ପରାସ୍ତ କରିଛି। ଏଥିସହ ପ୍ରିୟଙ୍କ...

ପୂର୍ବତନ ବିଶ୍ୱ ଚେସ ଚାମ୍ପିୟନଙ୍କୁ ହରାଇଲେ ପ୍ରଜ୍ଞାନାନନ୍ଦ

ଗିବ୍ରାଲଟର,୨୭।୧- ଯୁବ ଭାରତୀୟ ଗ୍ରାଣ୍ଡ ମାଷ୍ଟର୍ସ ଆର. ପ୍ରଜ୍ଞାନାନନ୍ଦ ୧୮ତମ ଗିବ୍ରାଲଟର ଚେସ ଫେଷ୍ଟିଭାଲରେ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଜ୍ଞାନାନନ୍ଦ ପୂର୍ବତନ ବିଶ୍ୱ ଚାମ୍ପିୟନ...

ଭାରତକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା ପାକିସ୍ତାନ

କେପ୍‌ଟାଉନ୍‌,୧୨।୨: ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରେ ଭାରତ ସମ୍ମୁଖରେ ପାକିସ୍ତାନ ୧୫୦ ରନ ଲକ୍ଷ୍ୟ ରଖିଛି। ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ...

ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ...

ବିନା ପରିବର୍ତ୍ତନରେ ଓହ୍ଲାଇଲା ସିଏସ୍‌କେ

ନୂଆଦିଲ୍ଲୀ,୧।୫ : ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ।...

‘ପନ୍ତଙ୍କ ପାଖରେ ଦାୟିତ୍ୱଜ୍ଞାନର ଅଭାବ’

ଜୋହାନ୍ସବର୍ଗ,୫।୧: ଦୁଇ ଅଭିଜ୍ଞ ବ୍ୟାଟର ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ନ୍ୟୁ ଇୟର ଟେଷ୍ଟର ତୃତୀୟ ଦିନରେ ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ।...

Advertisement
Archives

Model This Week