Posted inଖେଳ

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପୂର୍ବତନ ଚାମ୍ପିୟନ ଚିଲି ପାଇଁ ମ୍ୟାଚ୍‌ର ୮ମ ମିନିଟ୍‌ରେ ଜୋସ ଫୁଏଞ୍ଜାଲିଡା ପ୍ରଥମ ଗୋଲ ଦେଇଥିଲେ। ହେଲେ ଇନ୍ନର ଭାଲେନସିଆଙ୍କ ଗୋଲ ଯୋଗୁ ଇକ୍ୱେଡର ମ୍ୟାଚ୍‌କୁ ବରାବର କରିଥିଲେ। ଏହାପରେ ୩୦ ବର୍ଷୀୟ ସାଞ୍ଚେଜ ୫୧ତମ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ୨-୧ ବ୍ୟବଧାନର ଅଗ୍ରଣୀ ଆଣି ଦେଇଥିଲେ। ଏଥିଯୋଗୁ କଲମ୍ବିଆ ଭଳି ଚିଲି ମାତ୍ର ଦୁଇଟି ମ୍ୟାଚ୍‌ ଖେଳି ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍‌ ସି’ରେ ଥିବା ଚିଲି ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଉରୁଗୁଏକୁ ଭେଟିବ। ଅନ୍ୟପକ୍ଷରେ ଇକ୍ୱେଡରକୁ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ହେଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଜାପାନକୁ ନିଶ୍ଚିତ ହରାଇବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି କାମ କରି ଗର୍ଲଫ୍ରେଣ୍ଡଙ୍କ ହୃଦୟ ଜିତିଲେ ଇଶାନ କିଶାନ: ଭାଇରାଲ ହେଉଛି…

ନୂଆଦିଲ୍ଲୀ,୭।୯: ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଦିନ ପାଇଁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏକ ବିଶାଳ ଭିଡ଼ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ରନର ଝଡ଼ ଦେଖିବା…

ଗିଲଙ୍କୁ ୫ ହଜାର ଟଙ୍କା ଦେଲେ ଅଭିଷେକ ଶର୍ମାଙ୍କ ପିତା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୭।୯: ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲଙ୍କ ମୋଟ ସମ୍ପତ୍ତି ୮୦ କୋଟି ବୋଲି ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ୫,୦୦୦ ତାଙ୍କ ପାଇଁ ବିଶେଷ…

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଖେଳିବେନି ଆୟର: ତାଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୭।୯: ଭାରତୀୟ ଦଳ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକ ଦିନିକିଆ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏହି ସିରିଜରେ ଟିମ ଇଣ୍ଡିଆର…

ଫାଇନାଲ ମଝିରେ ତିଲକ-ସୂର୍ଯ୍ୟବଂଶୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା! ମଇଦାନରେ ଘଟିଲା… ଭିଡିଓ ଭାଇରାଲ

ଚେନ୍ନାଇ,୭।୯: ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯାଉଛି। ମ୍ୟାଚର ପ୍ରଥମ ଦିନରେ…

ଇତିହାସ ରଚିବା ପରେ ହଠାତ୍‌ ପଡ଼ିଆ ଛାଡ଼ିଦେଲେ ଇଶାନ କିଶାନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୯: ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ ତଥା ପୂର୍ବ ଜୋନର ଅଧିନାୟକ ଇଶାନ କିଶାନ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସେ ଜଣେ ମ୍ୟାଚ ବିଜେତା ଖେଳାଳି।…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri