କୋଠରିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ଯୁବକ ଗିରଫ; ହତ୍ୟା ଅଭିଯୋଗ ଆଣିଲେ ବାପା

ବ୍ରହ୍ମପୁର ଅଫିସ,୨୦ା୬: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ କୁକୁଡ଼ାଖଣ୍ଡି ମୁକ୍ତେଶ୍ୱର ନଗରରେ ରହୁଥିବା ଜଣେ ନାବାଳିକାଙ୍କ ମୃତଦେହ ପୋଲିସ ଏକ କୋଠରିରୁ ଶନିବାର ଉଦ୍ଧାର କରିଛି। ନାବାଳିକାଙ୍କୁ ଗତ ମାର୍ଚ୍ଚ ମାସରେ ଜରଡ଼ା ଥାନା ଅନ୍ତର୍ଗତ ଖାରିଆଗୁଡା ଆଲୋକ ମହାରଣା ଅପହରଣ କରି କୁକୁଡ଼ାଖଣ୍ଡିରେ ଏକ ଘରଭଡ଼ା ନେଇ ରଖିଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ନାବାଳିକାଙ୍କ ବାପାଙ୍କୁ ଖବର ଦେଇଥିଲା। ଝିଅକୁ ଆଲୋକ ଅପହରଣ କରି ବଳାତ୍କାର କରିଥିଲା। ଶେଷରେ ମୋ’ ଝିଅକୁ ସେ ତଣ୍ଟି ଚିପି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛି ବୋଲି ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏନେଇ ୧୭୨/୨୦ରେ ବିଭିନ୍ନ ଦଫାରେ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅନ୍ୟପଟେ ଅଭିଯୁକ୍ତ ଆଲୋକଙ୍କୁ ଗିରଫ କରି ଘଟଣାର ତଦନ୍ତ ଚଳାଇଥିବା ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଘଟଣାରୁ ପ୍ରକାଶ, ଆଲୋକ ମହାରଣା ଗତ ମାର୍ଚ୍ଚ ୧୬ ତାରିଖରେ ଜଣେ ନାବାଳିକାଙ୍କୁ ଅପହରଣ କରି କୁକୁଡାଖଣ୍ଡିରେ ଏକ ଭଡ଼ା ଘରେ ନେଇ ରଖିଥିଲେ। ଶନିବାର ସକାଳେ ନାବାଳିକା ଜଣକ ଫ୍ୟାନ୍‌ରେ ଓଢ଼ଣି ସାହାଯ୍ୟରେ ଆତ୍ମହତ୍ୟା କରିଥିବା ଆଲୋକ ସଦର ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳେ ନାବାଳିକା ଜଣକ ଚଟାଣରେ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାଧନ: ସୁପ୍ରିମକୋର୍ଟଙ୍କୁ ଦିଆଗଲାଣି ୮ ରିପୋର୍ଟ

କଟକ,୨୯।୧୧ (କାର୍ତ୍ତିକ ସାହୁ): କଟକ ତେଲେଙ୍ଗାବଜାରସ୍ଥିତ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଦଶମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ...

ନିୟମଗିରି ପାଦଦେଶରେ ଷ୍ଟ୍ରବେରୀ ଚାଷ

ରାୟଗଡ଼ା ଜିଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ନିୟମଗିରି ପାଦଦେଶରେ ଷ୍ଟ୍ରବେରି ଚାଷ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବରୁ ଡଙ୍ଗରିଆମାନେ କଦଳୀ, ସପୁରି, ହଳଦୀ,...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି...

ବୈପାରୀଗୁଡା ଆଇଆଇସି ଗିରଫ

ଭୁବନେଶ୍ୱର,୨୮।୧୧: ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀ ଗିରଫ। ବିପୁଳ ଟଙ୍କା ଧରାପଡିବା ନେଇ ଗିରଫ କରିଛି ଭିଜିଲାନ୍ସ। ସୁଶାନ୍ତଙ୍କର ମୋଟ ୩୭ଲକ୍ଷ ଟଙ୍କା ପାଇଲା ଭିଜିଲାନ୍ସ।...

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୨୫.୦୩୨

ବଲାଙ୍ଗୀର, ୨୭ା୧୧(ବୀରେନ୍ଦ୍ର କୁମାର ଝାଙ୍କର): କରୋନା ମହାମାରୀ ସମୟର ଅନେକ ତଥ୍ୟ ଲୋକଲୋଚନକୁ ଆସିନାହିଁ। ସେହି ତଥ୍ୟ ଜାଣିବାକୁ ଲୋକେ ଆଗ୍ରହୀ ଥିଲେ ମଧ୍ୟ ସରକାରୀ...

ପାନୀୟ ଜଳ ହେଉଛି ବିଷାକ୍ତ

ଯାଜପୁର/ରଗଡ଼ି,୨୮ା୧୧(ହର୍ଷବର୍ଦ୍ଧନ ବେହେରା/ଯତିଶ ମଲ୍ଲିକ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ରେ ଏବେ କୋରେଇ ବ୍ଲକ ମଞ୍ଜୁରୀ ମୌଜା ଅଞ୍ଚଳର ବିଭିନ୍ନ...

କୋବି ଚାଷକରି ମଡେଲ ସାଜିଲେ ସରପଞ୍ଚ

ଦାରିଙ୍ଗବାଡି,୨୮ା୧୧(ଅରୁଣ ସାହୁ): କନ୍ଧମାଳ ଜିଲାରେ ଅନେକ ସମୟରେ ଅତି ଭଲ ପନିପରିବା ଚାଷ ହୋଇଥାଏ। ଜିଲାର ଦାରିଙ୍ଗବାଡିରେ ବନ୍ଧା ଓ ଫୁଲ କୋବି ସହ ବିନ୍‌,...

ବୈପାରିଗୁଡ଼ା ଥାନା ଅଧିକାରୀଙ୍କ କ୍ବାର୍ଟର୍ସରୁ ମିଳିଲା ବିଡ଼ାବିଡ଼ା ଟଙ୍କା

ଭୁବନେଶ୍ୱର,୨୮।୧୧: କୋରାପୁଟ ଜିଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ କଟକ ବକ୍ସିବଜାରସ୍ଥିତ ସରକାରୀ କ୍ବାର୍ଟର୍ସରୁ ମଙ୍ଗଳବାର ଭିଜିଲାନ୍ସ ଅଧିକାରୀ ନଗଦ ୨୫ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri