କୋଚିଂ ସେଣ୍ଟର ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଘରୋଇ ଶିକ୍ଷକ

ଭୁବନେଶ୍ୱର, ୩।୬(ବ୍ୟୁରୋ): କରୋନା ମହାମାରୀ ଲକ୍‌ଡାଉନ୍‌ ଯୋଗୁ ୩ମାସ ହେଲା ଟ୍ୟୁଶନ ଓ କୋଚିଂସେଣ୍ଟର ବନ୍ଦ ରହିଛି। ଏହା ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ଉପରେ ଘୋର ପ୍ରଭାବ ପକାଇଛି। ସେହିପରି କୋଚିଂ ସେଣ୍ଟର ବନ୍ଦ ଯୋଗୁ ଏହାର ମାଲିକମାନେ ଘର ଭଡ଼ା ଓ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କୁ ବେତନ ଦେଇ ହତାଶ ହୋଇଗଲେଣି। ଏହାର ସାମାଧାନ ପାଇଁ ସରକାର ୭ଦିନ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକୁ ସର୍ତ୍ତମୂଳକ ଖୋଲିବାକୁ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା କୋଚିଂ ଏଣ୍ଡ୍‌ ଟ୍ରେନିଂ ଏକାଡେମିକ୍‌ ଆସୋସିଏଶନ୍‌ ଦାବି କରିଛି। ଯଦି ସରକାର ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଘରୋଇ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଆସୋସିଏଶନ ପକ୍ଷରୁ ଖବରଦାତା ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି। ଆସୋସିଏଶନ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରୀଛାତ୍ର ଟ୍ୟୁଶନ୍‌ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି। ଏବେ କୋଚିଂ ସେଣ୍ଟର ବନ୍ଦ ଯୋଗୁ ଘର ଭଡ଼ା ଦେବା ସମସ୍ୟା ହୋଇଛି। ଘର ଭଡ଼ା ବ୍ୟବସ୍ଥା କରିବା ସହ କୋଚିଂ ସେଣ୍ଟରଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବାକୁ ନିବେଦନ କରାଯାଇଛି। ସାମଜିକ ଦୂରତା ଅବଲମ୍ବନରେ ଶ୍ରେଣୀ ଗୃହ, ୧୫ଜଣ ଛାତ୍ରରେ ଶିକ୍ଷାଦାନ ଓ ଶତକଡ଼ା ୩୦ ଛାତ୍ରରେ ଛାତ୍ରାବାସ ଖୋଲିବା ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆସୋସିଏଶନର ସଭାପତି ପ୍ରସନ୍ନ କୁମାର ଚୌଧୁରୀ କହିଛନ୍ତି। ଏହି ସମ୍ମିଳନୀରେ ଆସୋସିଏଶନ ସମ୍ପାଦକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଟା ବିଶ୍ୱରଞ୍ଜନ ଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍‌ଆଇ ରବିବାର ଗୁଳିମାଡ଼ କରିଛନ୍ତି। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଯାଇଥିବା ବେଳେ...

ପକ୍ଷାଘାତରେ ପୀଡ଼ିତ ବଶିଷ୍ଠ: ହେଲପରି କରି କୁଟୁମ ପୁଷୁଛେ ମଝିଆଁ ପୁଓ

ଲୋଇସିଂହା,୨୪।୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ନେଗିପାଲି ଗାଁର ବଶିଷ୍ଠ(୬୦)। ଦିନ୍‌ଥିଲା ସେ ବାହା ଜାଂଗଲ ମାଜି ୮ ପରାନୀ କୁଟୁମ ପୁଷୁଥିଲେ। ସେଥ୍‌ରୁ...

ଘରୋଇ ହିଂସା ରୋକିବାକୁ ହେଲ୍ପଲାଇନ୍‌ ନମ୍ବର ଜାରି କଲା ଗଞ୍ଜାମ ପୋଲିସ

ଛତ୍ରପୁର,୧୬ା୪(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘରୋଇ ହିଂସା ରୋକିବା ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସମୟରେ ଅଭିଯୋଗକାରୀ...

ଭୋଗଦୋକାନୀଙ୍କ ସାଧୁତା: ସାକ୍ଷୀଗୋପାଳ ମନ୍ଦିରକୁ ଆସି ଛାଡ଼ିଯାଇଥିବା ପର୍ସ ଫେରିପାଇଲେ ଗୁଜରାଟର ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରକୁ ଠାକୁରଙ୍କ ଦର୍ଶନ ନିମନ୍ତେ ଯାଇଥିବା ଜଣେ ତୀର୍ଥ ଯାତ୍ରୀ ଭୋଗ ଦୋକାନରେ ଛାଡ଼ି ଯାଇଥିବା ତାଙ୍କ ପର୍ସ ଫେରିପାଇଛନ୍ତି।...

୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାସୁଦେବପୁର,୨୪।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ଅଞ୍ଚଳର ଜଣେ ୪ ବର୍ଷୀୟା ଶିଶୁକନ୍ୟାଙ୍କୁ ରବିବାର ସକାଳେ ବଳାତ୍କାର କରାଯାଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ...

ଗୋଛା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁଶିକାରୀ କାଟି ନେଇଛନ୍ତି ଦାନ୍ତ

ନୟାଗଡ଼ ଅଫିସ,୨୮।୫-ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ସୋମବାର ରାତିରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍...

୨୮ରେ ଜନତା ମଇଦାନରେ ହେବ ଭାଜପାର ଜନସଭା

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୮ରେ ପୂର୍ବାଞ୍ଚଳ ରାଜ୍ୟ ମିଟ୍‌ରେ ଯୋଗଦେବା ଲାଗି ଦୁଇ ଦିନିଆ ରାଜ୍ୟ ଗସ୍ତରେ ଆସୁଛନ୍ତି। ଏହି ଅବସରରେ...

୬୨ ଛାତ୍ରୀଛାତ୍ର ଉଦ୍ଧାର

କାମାକ୍ଷାନଗର, ୧୨।୭(ଡି.ଏନ.ଏ.)-କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଞ୍ଚାୟତ ଇରିଙ୍ଗାଝରଣରେ ବେଆଇନ ଭାବେ ଚାଲିଥିବା ଶ୍ରୀ ଲକ୍ଷ୍ମୀନାରାୟଣ ଆଶ୍ରମ ବିଦ୍ୟାଳୟର ୩ୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ସ୍କୁଲର...

Advertisement
Archives

Model This Week