Posted inଖେଳ

କେପିଏଲ ମ୍ୟାଚ୍‌ ଫିକ୍ସି: ବେଙ୍ଗାଲୁରୁ ପୋଲିସକୁ ସହାୟତା କରିବ ଆଇସିସି

ବାଙ୍ଗଲୋର,୦୧।୧୨- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୋଲିସକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଛି। ଆଇସିସି ପକ୍ଷରୁ ମେଲ ଜରିଆରେ ଆମ ତଦନ୍ତ ପ୍ରକ୍ରିୟାରେ ଖୁସି ପ୍ରକଟ କରିଛନ୍ତି ଆଇସିସି ଅଫିସିଆଲ। ତଦନ୍ତ ଜାରି ରଖିଛୁ। ଏହି ମେଲ ଆମ ଧୈର୍ଯ୍ୟକୁ ଦ୍ୱିଗୁଣିତ କରିଛି ବୋଲି ପୋଲିସ କମିଶନର ଭାଷ୍କର ରାଓ କହିଛନ୍ତି। ଜଣେ ସିନିୟର ପୋଲିସ ଅଫିସର କହିଛନ୍ତି, ଆଇସିସି ସହ ଯୋଗାଯୋଗ ହେବା ଦ୍ୱାରା ଆମ କାମ ସହଜ ହୋଇଯାଇଛି। କାରଣ ତଦନ୍ତ ପ୍ରକ୍ରୟାରେ ଆମକୁ ଜାତୀୟ ସ୍ତରୀୟ ଖେଳାଳିଙ୍କୁ ପଚରାଉଚରା କରିବାକୁ ପଡ଼ିବ। ଏଥିନେଇ ବିସିସିଆଇର ଅନୁମତି ଦରକାର। ଏଠାରୁ ଆମେ ସିଧା ଅନୁମତି ପାଇବାକୁ ହେଲେ ବହୁତ ଫର୍ମାଲିଟି ପୂରଣ କରିବାକୁ ପଡ଼ିଥାନ୍ତା। ୨୦୦୦ରେ ଆଇସିସି ଆଣ୍ଟି କରପଶନ ୟୁନିଟ (ଏସିୟୁ)ର ଗଠନ କରିଥିଲା। ଏହା କାର୍ଯ୍ୟ ଖେଳାଳି, ସପୋର୍ଟ ଷ୍ଟାଫ, ବୋର୍ଡ ସଦସ୍ୟଙ୍କ ସହ ବେଟିଂ ଓ ଦୁର୍ନୀତି ଉପରେ କାର୍ଯ୍ୟ କରେ। ଉଲ୍ଲେଖଥାଉ କି, ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କେପିଏଲ ମ୍ୟାଚ୍‌ ଫ୍ୟାକ୍ସିଂ ସହ ଜଡ଼ିତ ଖେଳାଳି, ସପୋର୍ଟ ଷ୍ଟାଫ ଓ ମାଲିକଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଉଟ୍‌ ହେବା ପରେ ଯୁକ୍ତିତର୍କ କଲେ ରାହୁଲ

ଜୋହାନ୍ସବର୍ଗ,୫।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୋହାନ୍ସବର୍ଗ ଟେଷ୍ଟର ଦ୍ୱିତୀୟ ଦିନରେ ଦୁଇ ଅଧିନାୟକ କେ.ଏଲ ରାହୁଲ ଏବଂ ଡିନ ଏଲଗାରଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ...

କାହିଁକି ରାଇନାଙ୍କୁ କିଣିଲା ନାହିଁ ସିଏସ୍‌କେ

ବାଙ୍ଗାଲୁରୁ,୧୫।୨: ଆଗାମୀ ଆଇପିଏଲ ପାଇଁ ବେଙ୍ଗାଲୁରୁରେ ଆୟୋଜିତ ମେଗା ଅକ୍‌ଶନରେ ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣି ନାହାନ୍ତି। ଏପରିକି ତାଙ୍କ ପୁରୁଣା...

ଆଡିଲେଡ୍‌ ଦିବାରାତ୍ର ଟେଷ୍ଟରେ ଖେଳିବେ ପୃଥ୍ବୀ, ରିଦ୍ଧିମାନ

ଆଡିଲେଡ୍‌, ୧୬ା୧୨- ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ତଥା ଦିବାରାତ୍ର ଟେଷ୍ଟ ଲାଗି ବିସିସିଆଇ ଚୂଡ଼ାନ୍ତ ଭାରତୀୟ ଦଳ ଘୋଷଣା କରିଛି। ଆସନ୍ତା...

ଝିଅର ଅନ୍ତିମ ସଂସ୍କାର ସାରି ଆସିଥିଲେ, ମଇଦାନରେ ଶତକ ମାରି ହୃଦୟ ଜିତିଲେ କ୍ରିକେଟର

ନୂଆଦିଲ୍ଲୀ,୨୬।୨: କ୍ରିକେଟ ଏପରି ଏକ ଖେଳ ଯେଉଁଠାରେ କେହି ଭଲ ପ୍ରଦର୍ଶନ କଲେ ହିରୋ ହୁଅନ୍ତି। ଏଥର ରଣଜୀ ଟ୍ରଫିରେ ଏଭଳି ଏକ ଘଟଣା ଦେଖିବାକୁ...

କ୍ରିକେଟ ବାହାରର ଜୀବନ ନେଇ ଡ୍ରାଭିଡ୍‌ଙ୍କଠୁ ଶିକ୍ଷା କରିଛି: ପୂଜାରା

ନୂଆଦିଲ୍ଲୀ,୨୭।୬ (ପି.ଟି.): ପେସାଦାର ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପୂର୍ବତନ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କଠାରୁ ବହୁତ କିଛି ଶିକ୍ଷା କରିଛି ବୋଲି ଭାରତୀୟ ଟେଷ୍ଟ ସ୍ପେଶାଲିଷ୍ଟ...

ଏହି ଭାରତୀୟ କ୍ରିକେଟର୍‌ ରଚିଲେ ଇତିହାସ

ମେଲବୋର୍ନ,୨୯।୧୨: ମେଲବୋର୍ନରେ ଖେଳାଯାଇଥିବା ଭାରତ ଏବଂ ଅଷ୍ଟ୍ରେଲିଆ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ବିଜୟରେ ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

କୋହଲିଙ୍କ ଫେଭରାଇଟ୍‌ ରୋନାଲ୍ଡୋ

ଜୁରିକ୍‌,୨।୮(ପିଟି)- ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଜଣେ ବଡ଼ ଫୁଟ୍‌ବଲ ପ୍ରଶଂସକ। ଏ କଥା କାହାକୁ ଅଛପା ନାହିଁ। ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ...

ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୧:ଭାରତ ଜିତିଲା ୪ ପଦକ

ଗୁଆଟାମଳା ସିଟି, ୨୭ା୪ (ପି.ଟି.)-ଭାରତୀୟ ତୀରନ୍ଦାଜ ଦମ୍ପତି ଦୀପିକା କୁମାରୀ ଓ ଅତନୁ ଦାସ ବ୍ୟକ୍ତିଗତ ବିଭାଗରେ ଦୁଇଟି ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଫଳରେ...

Advertisement
Archives

Model This Week