Posted inଫୁରସତ

ବିବାହର ୩୩ ବର୍ଷ ପରେ ସ୍ତ୍ରୀ-ସ୍ବାମୀ ଜାଣିଲେ ଏହି କଥା, ତା’ପରେ ପାଦତଳୁ ଖସିଗଲା ମାଟି

ଆମେରିକା: ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ, ଏହା ସ୍ବର୍ଗରେ ସ୍ଥିର ହୋଇଥାଏ। କିନ୍ତୁ ବିବାହ ପରେ ଯଦି ଜଣାପଡ଼େ ସେ ଆପଣଙ୍କ ରକ୍ତ ସମ୍ପର୍କୀୟ। ସେତେବେଳେ ପାଦତଳୁ ମାଟି ଖସିଗଲା ପରି ଲାଗେ। ଠିକ୍‌ ଏମିତି ଏକ ଘଟଣା ଘଟିଛି ଆମେରିକାର ଓ୍ବାଶିଂଟନ୍‌ରେ। ଦୀର୍ଘ ୩୩ ବର୍ଷର ବିବାହ ପରେ ସ୍ତ୍ରୀ ସ୍ବାମୀ ଜାଣିବାକୁ ପାଇଛନ୍ତି, ସେମାନେ ଯାଆଁଳା ଭାଇଭଉଣୀ। ଏହି ଦୁଇଜଣ ଯେତେବେଳେ ବିବାହ କରିଥିଲେ ସେତେବେଳେ ଏକା ମସିହା, ଏକା ବାର ଏବଂ ଏକା ତାରିଖରେ ସେମାନଙ୍କ ଜନ୍ମ ଜାଣି ଖୁସି ହୋଇଥିଲେ। ଏହାକୁ ଭଗବାନଙ୍କ ସଂଯୋଗ ବୋଲି ଧରି ନେଇଥିଲେ। କିନ୍ତୁ ସତ କଥା ଏବେ ଏକ କ୍ଲିନିକ୍‌ରୁ ଜଣାପଡ଼ିଛି। କ୍ଲିନିକ୍‌ର ଡାକ୍ତର ଯେତେବେଳେ ଦୁଇଜଣଙ୍କ ଜନ୍ମ ପ୍ରମାଣପତ୍ର ଦେଖିଲେ ଦୁହିଁଙ୍କ ଭିତରେ ସମାନତା ଥିବା ଜାଣିପାରିଥିଲେ। ଦୁଇଜଣଙ୍କ ଜନ୍ମ ୧୯୮୪ ମସିହାରେ ହୋଇଥିଲା। ଏକା ତାରିଖ ଆଉ ଏକା ବାରରେ। ତେଣୁ ଡାକ୍ତର ଏହି କଥାର ସତ୍ୟତା ସେମାନଙ୍କୁ ଜଣାଇଥିଲେ। ଡାକ୍ତରଙ୍କ କଥା ତାଙ୍କୁ ଚକିତ କରିଦେଇଛି।


ଏହି ଯାଆଁଳା ଭାଇଭଉଣୀ ଯେତେବେଳେ ଛୋଟ ଥିଲେ ସେମାନଙ୍କ ମାତାପିତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହା ପରେ ପିଲା ଦୁହିଁଙ୍କୁ କେହି କୋଳେଇ ନେବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ଏହାର ସମାଧାନ ପାଇଁ ଦୁଇଜଣଙ୍କୁ ଅଲଗା ସ୍ଥାନକୁ ପଠାଇ ଦିଆଯାଇଥିଲା। ଭିନ୍ନ ଭିନ୍ନ ପରିବାରରେ ଦୁହେଁ ବଢ଼ିଲେ। ଫଳରେ ବିବାହ ସମୟରେ କେହି ବି ଜାଣି ନ ଥିଲେ ସେମାନେ ଭାଇଭଉଣୀ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri