Posted inଜାତୀୟ

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅଣାଯିବ ନୂଆ ଅବସର ବୟସ ସୀମା !

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ନୂଆ ଅବସର ବୟସ ସୀମା ଘୋଷଣା କରିବାକୁ ଯାଉଛନ୍ତି। ନୂଆ ନିୟମ ଲାଗୁ ହେଲେ କେନ୍ଦ୍ର ସରକାରଙ୍କ କର୍ମଚାରୀ ୩୩ ବର୍ଷ ଚାକିରି କରିବା ପରେ ଅବସର ନେବେ କିମ୍ବା ଯଦି ଏହା ପୂର୍ବରୁ ୬୦ ବର୍ଷ ହୁଅନ୍ତି ତେବେ ମଧ୍ୟ ଅବସର ନେବେ। ଏହାଦ୍ୱାରା କର୍ମଚାରୀଙ୍କ ପଦୋନ୍ନତ୍ତି ଶୀଘ୍ର ହେବା ସହିତ ବହୁ ପଦବୀ ଖାଲି ହୋଇପାରିବ। ଏଥିରେ ଯୁବବର୍ଗଙ୍କୁ ନୂତନ ନିଯୁକ୍ତି ମିଳିପାରିବ। ତେବେ ଏହି ନୂତନ ନିୟମ ଦ୍ୱାରା ସୁରକ୍ଷାକର୍ମୀ ଅଧିକ ପ୍ରଭାବିତ ହେବେ। ସେମାନଙ୍କ କ୍ଷେତ୍ରରେ ପ୍ରାୟ ୨୨ ବର୍ଷ ପାଖାପାଖି ନିଯୁକ୍ତି ପ୍ରଦାନ କରାଯାଉଥିବାବେଳେ ୩୩ ବର୍ଷ ଚାକିରି ପରେ ସେମାନଙ୍କୁ ହାରାହାରି ୫୫ ବର୍ଷ ହୋଇଥିବାବେଳେ ଅବସର ନେବାକୁ ପଡ଼ିବ। ସରକାର ଏହି ପ୍ରସ୍ତାବ ଉପରେ କାମ କରିବା ଆରମ୍ଭ କରିସାରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସଠାରୁ ବର୍ତ୍ତିବା ପାଇଁ ରାସ୍ତାରେ ୧.୫ କୋଟି ଟଙ୍କା ବିଛାଇଲେ ଚୋର

ଚେନ୍ନାଇ, ୨୯।୫: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଅଜବ ଚୋରର କାରନାମା ଦେଖିବାକୁ ମିଳିଛି। ପୋଲିସଠାରୁ ନିଜକୁ ବଞ୍ଚାଇବା ପାଇଁ ରାସ୍ତାରେ ୧.୫କୋଟି ଟଙ୍କା ପକାଇଦେଇଛନ୍ତି...

ସୋନିଆଙ୍କୁ ଭେଟିଲେ ଚନ୍ଦ୍ରାବାବୁ

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ରାଜନୀତି ସରଗରମ ଥିବା ବେଳେ ବିରୋଧୀ ନେତା ଚନ୍ଦ୍ରାବାବୁ ନାଇଡୁ ରବିବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ...

ନିର୍ମାଣ ହେବ ଲବକୁଶ ମନ୍ଦିର: ଶିବରାଜଙ୍କ ଘୋଷଣା…

ଭୋପାଳ,୧୫।୫ : ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କର୍ନାଟକ ନିର୍ବାଚନର ଫଳାଫଳ ବିଜେପିକୁ ସତର୍କ କରାଇ ଦେଇଛି।ମୁଖ୍ୟମନ୍ତ୍ରୀ...

ପୁରୁଣା ପୋଷାକ ପାଇଁ ଭାଙ୍ଗିଗଲା ବାହାଘର: ମାତ୍ର ୧୦ ଘଣ୍ଟା ପରେ ଛାଡପତ୍ର ଦେଲେ ବର

ରାଞ୍ଚି, ୨୦।୬: ବିବାହର ମାତ୍ର ୧୦ ଘଣ୍ଟା ପରେ କନ୍ୟାକୁ ଛାଡପତ୍ର ଦେଇ ଚର୍ଚ୍ଚାକୁ ଆସିଛନ୍ତି ବର। ଝାଡଖଣ୍ଡର ଦେଓଘରରେ ଘଟିଛି ଏହି ଘଟଣା। ବିବାହରେ...

ଅନାଥ ଶିଶୁଙ୍କ ଥଇଥାନ ରିପୋର୍ଟ ଲୋଡିଲେ ସୁପ୍ରିମ୍‌କୋର୍ଟ, ସମସ୍ତ ରାଜ୍ୟକୁ ନୋଟିସ୍‌…

ନୂଆଦିଲ୍ଲୀ,୩୧।୧୦: କରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କର ଥଇଥାନ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଲୋଡା ଯାଇଛି। ସୁପ୍ରିମକୋର୍ଟ ରାଜ୍ୟଗୁଡିକରୁ ସ୍ଥିତି ସମ୍ପର୍କରେ ରିପୋର୍ଟ ସମସ୍ତ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୯ ଜୀବନ

ମୁମ୍ବାଇ,୧୯।୧: ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଗୋରେଗାଓଁ ପୋଲିସ...

ଶତ୍ରୁକୁ କଡ଼ା ଜବାବ ଦେବ ତେଜସ୍‌: ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ହେବ ସଜ୍ଜିତ

ନୂଆଦିଲ୍ଲୀ,୨୩।୧୧: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଯୁଦ୍ଧ ବିମାନ ତେଜସ୍‌କୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ଅସ୍ତ୍ର’ରେ ଖୁବ୍‌ ଶୀଘ୍ର ସଜ୍ଜିତ କରାଯିବ। ଧ୍ୱନିର ଗତିଠାରୁ ୪.୫...

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବାଚସ୍ପତିଙ୍କ ଅବଜ୍ଞା, ବିଧାନସଭା ଦିନକ ପାଇଁ ସ୍ଥଗିତ: ଆସ୍ଥାଭୋଟ କରାଇଦେଲେନି

ବେଙ୍ଗାଲୁରୁ,୧୮ା୭(ପି.ଟି./ଆଇଏଏନ୍‌ଏସ୍‌): ଘଡ଼ିକେ ଘୋଡ଼ା ଛୁଟୁଛି। କର୍ନାଟକ ରାଜନୀତିର ପାଣି କେତେବେଳେ କେଉଁ ଆଡ଼କୁ ବହିବ କିଛି କହି ହେଉନାହିଁ। ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପରେ...

Advertisement
Archives

Model This Week