କେନ୍ଦ୍ର ଅବହେଳାରୁ ମହେନ୍ଦ୍ରଗିରି ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୬ା୭- ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଅନ୍ତର୍ଭୁକ୍ତ ଗଜପତି ଜିଲାରେ ଥିବା ପୁରାଣ ପ୍ରସିଦ୍ଧ ଓ ଐତିହାସିକ ସ୍ଥଳି ମହେନ୍ଦ୍ରଗିରି ପର୍ବତର ବିକାଶ ପ୍ରତି କେନ୍ଦ୍ର ସରକାର ଅବହେଳା କରୁଛନ୍ତି। ଭାରତୀୟ ପ୍ରନତ୍ତତ୍ତ୍ବ ବିଭାଗ (ଏଏସ୍‌ଆଇ) ମଧ୍ୟ ଆବଶ୍ୟକ ପଦକ୍ଷେପ ନେଇନାହାନ୍ତି। ଲୋକ ସଭାରେ ଏମ୍‌ପି ଚନ୍ଦ୍ରଶେଖର ସାହୁ ଏଭଳି ଅଭିଯୋଗ କରିବା ସହ ଏହାର ସର୍ବାଙ୍ଗୀନ ଉନ୍ନତି ପାଇଁ ତ୍ୱରିତ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହେନ୍ଦ୍ରଗିରିର ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରନତ୍ତତ୍ତ୍ବ ବିଭାଗ ଯୋଜନାବଦ୍ଧ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ମୋଦି ସରକାର ଦୁଇବର୍ଷ ତଳେ ସ୍ବଦେଶୀ ଦର୍ଶନ ଯୋଜନା ଆରମ୍ଭ କରିଛନ୍ତି। ରାମାୟଣ ସର୍କିଟ ନାମରେ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସହ ସେଥିରେ ଦେଶର ୧୫ ପର୍ଯ୍ୟଟନ ସ୍ଥଳି ମଧ୍ୟରେ ମହେନ୍ଦ୍ରଗିରିକୁ ସ୍ଥାନୀତ କରାଯାଇଛି।
ଏହା ଏକ ପ୍ରଶଂସନୀୟ ଯୋଜନା ହୋଇଥିବାରୁ ମହେନ୍ଦ୍ରଗିରି ପର୍ବତର ଅନେକ ଉନ୍ନତି ଘଟିବାର ଲୋକେ ଆଶା କରିଥିଲେ। ୨ ବର୍ଷ ମଧ୍ୟରେ କୌଣସି ବିକାଶ ହୋଇ ନ ଥିବାରୁ ଏମପି ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କା ଗସ୍ତ ବେଳେ ରାମାୟଣ ସର୍କିଟ ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଏବେବି ଅବହେଳିତ ହୋଇ ରହିଛି। ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏହାର ବିକାଶ ଲାଗି ବଜେଟରେ ବ୍ୟୟବରାଦ, ସ୍ବଦେଶୀ ଦର୍ଶନ ଯୋଜନାର ରାମାୟଣ ସର୍କିଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପର୍ଯ୍ୟଟନ ମନ୍ତ୍ରୀ ପଦକ୍ଷେପ ନେବାକୁ ଚନ୍ଦ୍ରଶେଖର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟାରେ ୨୦ ଜିଲା ପ୍ରଭାବିତ, ୧୭ ମୃତ: ଏସ୍‌ଆରସି

ଭୁବନେଶ୍ୱର,୩୦।୮(ବ୍ୟୁରୋ)-ପଡୋଶୀ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ହୀରାକୁଦ ଡ୍ୟାମର ୪୬ଟି ଗେଟ ଖୋଲାଯାଇଥିଲା। ଏଥିଯୋଗୁ ରାଜ୍ୟରେ ବନ୍ୟା...

ମା’-ବାପାଙ୍କୁ ହରାଇଥିବା ଦିବେଶ ମାଟ୍ରିକ ଟପ୍ପର

ଝାରସୁଗୁଡ଼ା ଅଫିସ,୨୯ା୭: କଥାରେ ଅଛି ଇଚ୍ଛାଶକ୍ତି ଥିଲେ ସଫଳତା ଆପଣାଛାଏଁ ମିଳିଥାଏ। ଏହି କଥାର  ବାସ୍ତବତା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲାରେ। ଏହି ଜିଲାର ନିକତିମାଲ...

ମିଳୁନି ମାଗଣା ଔଷଧ, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ

ବଇଣ୍ଡା,୨୫ା୧ (ଡି.ଏନ.ଏ.) – କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀମାନଙ୍କୁ ମାଗଣା ଔଷଧ ସହ ଠିକ୍‌ ଭାବେ ସେବା ମିଳୁ...

ଲଗାଣ ବର୍ଷାରେ ବେହାଲ କଟକ: ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

କଟକ ଅଫିସ,୭।୭: ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ କଟକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ସହରର ସମସ୍ତ ଗଳିକନ୍ଦି ଓ ରାସ୍ତା ଉପରେ ଆଣ୍ଠୁଏ...

ଛତ୍ରପୁର ସବ୍‌ ଜେଲ୍‌ ପରିଦର୍ଶନ କଲେ ଜିଲା ଜଜ

ଛତ୍ରପୁର, ୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଜ୍‌ ରାମ ଶଙ୍କର ହୋତା ରବିବାର ଛତ୍ରପୁର ସବ୍‌ ଜେଲ ପରିଦର୍ଶନ କରିଛନ୍ତି। ଏହି ସବ୍‌ ଜେଲରେ ୧୩୨ ଜଣ...

ସରକାରୀ ସାହାଯ୍‌ ଆଶ୍‌ରେ ବୁନାକାର ପରିବାର

ଲାଠୋର, ୨୯ା୧୦ (ଡି.ଏନ୍‌.ଏ.)- ସରକାର ବୁନାକାର ପରିବାରମାନକୁ ଅନେକ ସୁବିଧା ସୁଯୋଗ ଯୁଗେଇ ଦେଉଛନ୍‌। ସେନ୍‌ତା ଭିନେ ଭିନେ ଗଁାଗଁଲିରେ ଥିବାର ବୁନାକାରମାନକୁ ପ୍ରଶିକ୍ଷକମାନକର ଜରିଆରେ...

ପରିବହନରେ ଜିପିଏସ୍‌ ବ୍ୟବସ୍ଥା ବାଟବଣା

ଯାଜପୁର ଅଫିସ,୪ା୧୧: ଯାଜପୁର ଓ କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ପରିବହନକୁ ସୁନିୟନ୍ତ୍ରିତ କରିବାକୁ ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ଉପରେ ଗୁରୁତ୍ୱାରୋପ କରାଯାଇଛି।...

ରୋଡ୍‌ ଶୋ’ ସମୟରେ ଦୁର୍ଘଟଣା, ଜଣେ ମୃତ

ବ୍ରହ୍ମଗିରି, ୨୦ା୪(ଡି.ଏନ୍‌.ଏ.): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ ସମୟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ସେ...

Advertisement


Archives

Model This Week