କେନ୍ଦ୍ରାପଡାରେ ଇଦ୍‌-ଉଲ୍‌-ଜୁହା ପାଳିତ

କେନ୍ଦ୍ରାପଡ଼ା ଅଫିସ, ୧୨।୮: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବହୁଳ ଅଞ୍ଚଳରେ ଇଦ୍‌-ଉଲ୍‌-ଜୁହା ସୋମବାର ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏଥିପାଇଁ ବିଭିନ୍ନ ଇଦ୍‌ଗାହଠାରେ ସମୂହ ନମାଜ ପାଠ ପାଇଁ ବ୍ୟବସ୍ଥା ହୋଇଥିଲା। ସଲଫିଆ ଇଦ୍‌ଗାହ ଓ ପୁରୁଣା ଇଦ୍‌ଗାହରେ ସକାଳ ୮ଟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ନୁଆ ଇଦ୍‌ଗାହରେ ସକାଳ ସାଢ଼େ ୮ଟାରେ ସ୍ବତନ୍ତ୍ର ନମାଜ ପାଠ ଅନୁଷ୍ଠିତ ହୋଇଥିଲା। ଏହି ସମୂହ ନମାଜ ପାଠ କାର୍ଯ୍ୟକ୍ରମରେ ୨୦ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ମହିଳା ଓ ପୁରୁଷ ଭାଗ ନେଇଥିଲେ। ଏଥିନେଇ ବିଭିନ୍ନ ମସ୍‌ଜିଦ, ଦର୍ଘା ଓ ମୀନାରଗୁଡିକ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଏହି ପର୍ବ ପାଇଁ ଜିଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏସ୍‌ପି ନୀତିଶେଖରଙ୍କ ନେତୃତ୍ୱରେ କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବଲୋଚନ ପଣ୍ଡା, ୩ ଇନ୍ସପେକ୍ଟର, ୨୯ ଏସ୍‌ଆଇ ଓ ଏଏସ୍‌ଆଇ, ୧୬ ସେକ୍ସନ ଓଏସ୍‌ପି ଓ ଏପିଆର୍‌ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୁରକ୍ଷାରେ ୬୩ ଘାଟରେ ନୌକା ଚାଳନା

କେନ୍ଦ୍ରାପଡ଼ା ଅଫିସ,୨୭ା୬:  କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଥାନା ଅଞ୍ଚଳର ଏକ ମାଛଧରା ଟ୍ରଲର ଗତ ୧୬ ତାରିଖରେ ବୁଡ଼ିଗଲା। ଏଥିରେ ୧୨ ଜଣ...

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ: ଘର ବି ପୋଡ଼ିଦେଲେ ଦୁର୍ବୃତ୍ତ

ବଣାଇ,୧୮।୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁରେ ରବିବାର ରାତିରେ ଘଟିଛି ଏକ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତା ହତ୍ୟାକାଣ୍ଡର କାରଣ...

୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ

କେନ୍ଦୁଝର,୧୪ା୧୧(ସ୍ବ.ପ୍ର.): ବିଳମ୍ବରେ ସ୍କୁଲ ଆସିବାକୁ ନେଇ ୬ ଶିକ୍ଷକଙ୍କ ଦିନକର ଦରମା ବନ୍ଦ ହୋଇଛି। କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଶନିବାର ୨...

ନରସିଂହପୁର ଇଲେକ୍ଟ୍ରି ଡିଜିଏମ୍‌ଙ୍କ ଘରେ ଭିଜିଲାନ୍ସ ଚଢାଉ: ୧.୩୬ କୋଟିର ସମ୍ପତ୍ତି ଠାବ

କଟକ ଅଫିସ, ୧୯।୯: କଟକ ଜିଲା ନରସିଂହପୁର ଇଲେକ୍ଟ୍ରି ଗ୍ରୀଡ୍‌ର ଡେପୁଟି ଜେନେରାଲ ମ୍ୟାନେଜର (ଡିଜିଏମ୍‌) ରାମେଶ୍ୱର ମହଲାଙ୍କ ଘରୁ ଭିଜିଲାନ୍ସ ବିଭାଗ ୧ କୋଟି...

ଚୋରାମଦ କାରବାର: ୪ ଗିରଫ

ଦିଗପହଣ୍ଡି,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚୋରାମଦ କାରବାର ଚାଲୁଥିବା ସମ୍ପର୍କରେ ସୂଚନା ପାଇ ବ୍ରହ୍ମପୁର ଷ୍ଟ୍ରାଇକିଂ ଫୋର୍ସ ଓ ଦିଗପହଣ୍ଡି...

ନିଯୁକ୍ତି ନ ଦେଲେ ରାସ୍ତା ବନ୍ଦ

ରାଉରକେଲା ଅଫିସ,୧୩।୧୨: ନିଜର ହକ୍‌ ପାଇଁ ୩୨ ମୌଜା ବିସ୍ଥାପିତ ସଂଘ ଉଦିତନଗର ସ୍ଥିତ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିକୁ ୮ ଦିନ...

ଫ୍ୟାଶନ୍‌ ମଡେଲିଂରୁ ସରପଞ୍ଚ ପ୍ରାର୍ଥୀ

ବଲାଙ୍ଗୀର ଅଫିସ,୩୧ା୧: ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ସଦର ବ୍ଳକ ଅନ୍ତର୍ଗତ ଚୂଡାପାଲି ଗ୍ରାମ ପଞ୍ଚାୟତ ଭିନ୍ନ ଏକ ଦିଗରୁ ଚର୍ଚ୍ଚାର ପରିସରକୁ ଆସିଛି। ଏହି...

ବଢ଼ିଛି ସଂକ୍ରମଣ, କମିଛି ଅପରାଧ ପରିସଂଖ୍ୟାନ

ଭଦ୍ରକ ଅଫିସ,୨୦।୭- ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ୩୨୩ ଛୁଇଁଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ଥାନୀୟ ସଂକ୍ରମଣ...

Advertisement
Archives

Model This Week