କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା: ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା, କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ

କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ଏକ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଶୁକ୍ରବାର ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ଜିଲାରେ ୩ ଜଣ ଚିହ୍ନଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଗତ ୩ ତାରିଖରେ ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ୫୮ଜଣ ଏକ ବସ୍‌ରେ ସୁରଟରୁ ଫେରିଥିଲେ। ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିଭିନ୍ନ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ଏହି ସୁରଟ ଫେରନ୍ତାଙ୍କ ମଧ୍ୟରୁ ୩୮ଜଣଙ୍କର ସ୍ବାବ୍‌ ଟେଷ୍ଟ ପାଇଁ ପଠା ଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର କ୍ୱାରାଣ୍ଟାଇନ୍‌ ସେଣ୍ଟରର ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲୋ। ଏସମ୍ପର୍କରେ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିବାରୁ ସଂକ୍ରମଣ ଭୟ ନାହିଁ। ଗୁରୁବାର ରାତିରୁ ଏହି କେନ୍ଦ୍ରକୁ ବିଶୋଧନ କରାଯାଉଛି। ନିକଟ ସମ୍ପର୍କୀୟ ଓ ସ୍ଥାନୀୟ ଅଧିବାସୀଙ୍କୁ ଏହି କେନ୍ଦ୍ର ନିକଟକୁ ଯିବା ପାଇଁ ବାରଣ କରାଯାଇଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଅପରାଧ, ଚିନ୍ତାରେ ପୋଲିସ

ପୁରୀ ଅଫିସ,୨୦ା୩: ପର୍ଯ୍ୟଟନ ସହରରେ ଆପରାଧିକ କାର୍ଯ୍ୟକଳାପ ବଢିବାରେ ଲାଗିଛି। ପୋଲିସ କିଛି ମାତ୍ରାରେ ବଟି ଆଦାୟ ଓ ନିଶାଦ୍ରବ୍ୟ କାରବାର ଉପରେ ନିୟନ୍ତ୍ରଣ ପାଇଛି।...

ଡମ୍ପିଂୟାର୍ଡ଼ ପ୍ରକଳ୍ପ ବୁଲିଲେ ଜିଲାପାଳ

ଅନୁଗୋଳ ଅଫିସ, ୧୨।୬- ଅନୁଗୋଳ ସହରର ପ୍ରସ୍ତାବିତ ଡମ୍ପିଂୟାର୍ଡ଼ ସ୍ଥାନ କୁଶାସିଂହାକୁ ମଙ୍ଗଳବାର ଜିଲାପାଳ ମନୋଜ କୁମାର ମହାନ୍ତି ପରିଦର୍ଶନ କରିଛନ୍ତି। ଡମ୍ପିଂୟାର୍ଡ଼ ନିର୍ମାଣରେ କେଉଁଠି...

କଟକରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୧୯।୭- କଟକ ଜିଲାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣ ଯେପରି ନ ବ୍ୟାପିବ କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର...

ଆଜି ହିନ୍ଦୋଳ ଏନ୍‌ଏସି ନିର୍ବାଚନ

ଢେଙ୍କାନାଳ ଅଫିସ, ୩।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବ। ଏହା ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ...

ଲକ୍‌ଡାଉନ୍‌ରେ ବୃଦ୍ଧି ପାଉଛି ଧଳା ଜହର କାରବାର…

ମୁମ୍ବାଇ, ୧୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ...

ଆରମ୍ଭ ହେଲା ଟ୍ରେନ୍‌ ଟିକେଟ୍‌ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ବୁକ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍‌ ପହିଲାରୁ ଟ୍ରେନ୍‌ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ...

ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି।...

ପୋଲିସ କବ୍‌ଜାରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ:୨ ବାଇକ୍‌, ୨୦ ହଜାର ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୪ା୫-ଦୀର୍ଘ ବର୍ଷ ଧରି ସହରରେ ବିିଭିନ୍ନ ଥାନା ଇଲାକାରେ ମହିଳାଙ୍କ ବେକରୁ ହାର ଲୁଟି ନେଉଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ୍‌ କରିଛି। ୪ ଜଣିଆ...

Advertisement
Archives

Model This Week