କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ଦେଉନାହାନ୍ତି କ୍ରୟକାରୀ ସଂସ୍ଥା: ଲାଇସେନ୍ସ ରଦ୍ଦ ପାଇଁ ଡିଏଫ୍‌ଓଙ୍କ ଚିଠି

ଜୟପୁର,୨୪।୪(ଡି.ଏନ୍‌.ଏ.) – ମାଲକାନଗିରି ଓ କୋରାପୁଟ ଜିଲାରେ ୨୦୧୮ରେ ତୋଳାଳିଙ୍କଠାରୁ କେନ୍ଦୁପତ୍ର କିଣିଛନ୍ତି ଘୋରଇ ସଂସ୍ଥା। କିନ୍ତୁ କିଛି ସଂସ୍ଥା ତୋଳାଳିଙ୍କୁ ପ୍ରାପ୍ୟ ଦେଇନାହାନ୍ତି। କେତେକ ଗ୍ରାମର କେନ୍ଦୁପତ୍ର ତୋଳାଳି ଏ ନେଇ ଡିଏଫ୍‌ଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାପରେ ଡିଏଫ୍‌ଓ ଲାଇସେନ୍ସ ଦେଉଥିବା ଡିପିଓମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରାପ୍ୟ ଦେଇ ନଥିବା ଉକ୍ତ ସଂସ୍ଥାଗୁଡ଼ିକର ଲାଇସେନ୍ସ ଖାରଜ କର। ୨୦୧୯ରେ ଗ୍ରାମବାସୀଙ୍କୁ ଠକିଥିବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ କେନ୍ଦୁପତ୍ର କିଣିବା ପାଇଁ କରିଥିବା ଲାଇସେନ୍ସ ଆବେଦନ ଖାରଜ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କୋରାପୁଟ ଓ ମାଲକାନଗିରି ଜିଲାର ତୋଳାଳିଙ୍କଠାରୁ କେନ୍ଦୁପତ୍ର ସରକାରଙ୍କ ସମେତ ଅନ୍ୟ ଘରୋଇ ସଂସ୍ଥା କିଣିଥାନ୍ତି। ସରକାରୀ ଧାର୍ଯ୍ୟ ଦର ହେଉଛି ବିଡା ପିଛା (୪୦ଟି ପତ୍ର) ୨ ଟଙ୍କା। କିଣାଯିବା ପରେ ପ୍ରାପ୍ୟ ସେମାନଙ୍କ ବ୍ୟାଙ୍କଖାତାରେ ଜମା ହୋଇଥାଏ ା କିନ୍ତୁ କିଛି ଘରୋଇ ସଂସ୍ଥା ବିଡ଼ା ପିଛା ୩ରୁ ୩ଟଙ୍କା ୫୦ ପଇସାର ଲାଳସା ଦେଖାଇ ପତ୍ର କିଣୁଛନ୍ତି। ଅଧିକ ଟଙ୍କା ଓ ତୁରନ୍ତ ପ୍ରାପ୍ୟ ମିଳିବା ଆଶାରେ ତୋଳାଳିମାନେ ଘରୋଇ କ୍ରୟକାରୀ ସଂସ୍ଥା ପ୍ରତି ଆକୃଷ୍ଟ ହେଉଛନ୍ତି। କିନ୍ତୁ ସେହି ସଂସ୍ଥା ଏବେ ପ୍ରାପ୍ୟ ନ ଦେଇ ପତ୍ର ଧରି ଚମ୍ପଟ ମାରିଛନ୍ତି। ବିଭାଗର କିଛି ଅବସରପ୍ରାପ୍ତ କର୍ମଚାରୀ ଟଙ୍କା ଲୋଭରେ ଏଭଳି ଘରୋଇ ସଂସ୍ଥାଙ୍କୁ ସହଯୋଗ କରୁଛନ୍ତି ା ତୁରନ୍ତ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। କେନ୍ଦୁପତ୍ର ବିଭାଗର ଡିଏଫ୍‌ଓ ଓ୍ବାଇ.ଜେଡ୍‌. ଖାନ କହିଛନ୍ତି, ମାଲକାନଗିରି ଜିଲାରୁ ଏହିପରି ଅଧିକ ଅଭିଯୋଗ ରହିଛି ା ଏନେଇ ଡିପିଓମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି

ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି...

ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ

ରାୟଗଡ଼ା/ଟିକିରି,୬ା୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ଶନିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁର ତିନି...

ଗୋଟିଏ ଦିନରେ ଦୁଇ କନେଷ୍ଟବଳଙ୍କ ମୃତ୍ୟୁ: ଡ୍ୟୁଟି କରୁଥିବା ବେଳେ …

ରାୟଗଡ଼ା,୫।୭ (ରଞ୍ଜନ ପଣ୍ଡା): ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଆଉ ଜଣେ କନେଷ୍ଟବଳ ତାରିଣୀ ଚରଣ ଗମାଙ୍ଗ(୫୦) ।...

ରଥଯାତ୍ରା ଡ୍ୟୁଟିକୁ ଆସୁଥିଲେ ମହିଳା କନଷ୍ଟେବଳ, ପଛରୁ ପିଟିଲା ଟ୍ରେଲର, ଆଉ ତା’ ପରେ…

ରାୟଗଡ଼ା,୫ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି...

ବ୍ୟାଙ୍କ ଯାଉଥିଲା ବେଳେ ମହିଳାଙ୍କୁ ଧକ୍କାଦେଲା ସ୍କୁଲ ବସ୍‌ …

ରାୟଗଡ଼ା,୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା – ଜେକେପୁର ରାସ୍ତାରେ ସ୍କୁଲ ବସ ଧକ୍କାରେ ଜଣେ...

ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ

ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’...

ଘର ଖୋଲା ଦେଖି ସବୁ ସୁନାଗହଣା ଲୁଟିନେଇ ଚାଲିଗଲେ ମହିଳା ଭିକାରୀ, ସିସିଟିଭି ଦେଖି…

ରାୟଗଡ଼ା,୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ରାଣିଗୁଡ଼ା ଫାର୍ମ ଦିତୀୟ ଲେନର ମହେଶ କୁମାରଙ୍କ ଘରେ ଦିନ ୧୧ ସମୟରେ ଦିବାଲୋକରେ କଳା କନା ବୁଲାଇଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri