ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନର ପ୍ରସ୍ତୁତି ବୈଠକ, ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରି…

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡ଼ାରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଚିସ୍ମିତା ବେହେରାଙ୍କ ଉପସ୍ଥିତିରେ ଏକ ଗୁଗ୍‌ଲ ମିଟ୍‌ ବୈଠକ ରବିବାର ସନ୍ଧ୍ୟାରେ ହୋଇଥିଲା। ଏହି ବୈଠକରେ ତହସିଲଦାର ଏ. ସ୍ନେହଲତା, ଥାନା ଅଧିକାରୀ ବିଶ୍ୱବନ୍ଦିନୀ ବାଗ, ମେଡିକାଲ ଅଧିକାରୀ ସ୍ବାଗତ ସ୍ବାଇଁ, ସିଡିପିଓ ଅନିତା ପାଣିଗ୍ରାହୀଙ୍କ ସମେତ ବ୍ଲକସ୍ତରୀୟ ସମସ୍ତ ବିଭାଗୀୟ ମୁଖ୍ୟ ଏବଂ ଲାଇନ ଅଧିକାରୀ ଯୋଗ ଦେଇଥିଲେ। ଆସନ୍ତା ୩ ଓ ୪ ତାରିଖରେ ଜିଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି। ବାତ୍ୟା ପ୍ରଭାବରେ ବ୍ଲକରେ କୌଣସି ପ୍ରକାର ଧନ ଜୀବନ ଯେପରି କ୍ଷତି ନ ହୁଏ ସେ ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାଛଡ଼ା ନଦୀ କୂଳିଆ ତଳିଆ ଅଞ୍ଚଳରେ ଚିହ୍ନଟ ହୋଇଥିବା ଗ୍ରାମବାସୀଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ରଖିବା ପାଇଁ ମଧ୍ୟ ଯୋଜନା ହୋଇଛି। ବ୍ଲକର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ ହୋଇଥିବା ସୂଚନା ମିଳିଛି। ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି ଏବଂ ଏ ଦିଗରେ ସାଧାରଣ ଜନତାଙ୍କ ସହଯୋଗ କାମନା କରିଛନ୍ତି ବିଡିଓ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

ବରଗଡ଼ରେ ଚାଞ୍ଚଲ୍ୟ, ଅଭାବରେ ପଡ଼ି ଶିଶୁକନ୍ୟାଙ୍କୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଭାବ ଅନଟନରେ ପଡ଼ି ଏକ ନବଜାତ ଶିଶୁକନ୍ୟାକୁ ଅନ୍ୟ ଦମ୍ପତିଙ୍କ ହାତରେ ଟେକି ଦେବା ଭଳି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି…

ଗଜପତିରୁ ବ୍ରହ୍ମପୁର ଯାଉଥିଲା ଗଞ୍ଜେଇ ବସ୍ତା: ପାଟ୍ରୋଲିଂ ବେଳେ ଧରାପଡ଼ିଲେ; ମହାରାଷ୍ଟ୍ର ଯୁବକ ସମେତ ଦୁଇ ଗିରଫ…

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇ ୧୪ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ…

କଲେଜ ଛାତ୍ରୀଙ୍କୁ ଅପହରଣ: ଥାନାରେ ମାମଲା

ହାଟଡ଼ିହୀ,୧l୧୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ରହୁଥିବା ଜଣେ ୧୭ ବର୍ଷିୟା କଲେଜ ଛାତ୍ରୀଙ୍କୁ ପନ୍ଦାଡୋ ଗ୍ରାମର ହରେକୃଷ୍ଣ ଦେବତାଙ୍କ ପୁଅ ଶିଶିର ଦେବତା(୩୫)…

ଡର? ସେଇଟା ପୁଣି କଣ… କୋଚ୍‌ ଗମ୍ଭୀର ଟିମ୍‌ ଇଣ୍ଡିଆର ବିଜୟକୁ କାହିଁକି କହିଲେ ବହୁତ ଖାସ୍‌…

ନୂଆଦିଲ୍ଲୀ,୧।୧୧: ସିରିଜ୍ କିମ୍ବା ଟୁର୍ନାମେଣ୍ଟର ଫଳାଫଳ ଯାହା ବି ହେଉ, ଭାରତୀୟ କ୍ରିକେଟ୍ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ବକ୍ତବ୍ୟ ରଖିବାରେ କେବେ ହେଲେ…

ରାସ୍ତା ନିର୍ମାଣ ଦାବିରେ ତେଜିଲା ଆନ୍ଦୋଳନ

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ଖୋଲଡି ଗାଁ ରାସ୍ତା ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପାଣିରେ ସମ୍ପୂର୍ଣ ଧୋଇ ଯାଇଛି।…

ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣଙ୍କ ସ୍ମୃତିସଭା

ପାଟଣା,୧ା୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ା ପଞ୍ଚଚାୟତ ଭଗପଶି ଗ୍ରାମ ବାସଭବନରେ ପୂର୍ବତନ ପାଟଣା ବିଧାୟକ କାହ୍ନୁଚରଣ ନାଏକଙ୍କ ଏକାଦଶ ଅବସରରେ ରବିବାର…

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା: ଘର ଭାଙ୍ଗିଥିଲେ ମିଳିବ ୧ ଲକ୍ଷ ୩୦ ହଜାର, ପ୍ରଭାବିତଙ୍କୁ ୫୦ କେଜି ଚାଉଳ,ନଗଦ…

ଭୁବନେଶ୍ୱର,୧।୧୧: ରାଜ୍ୟରେ ସାମ୍ପ୍ରତିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ବନ୍ୟା ଯୋଗୁ ଭାଙ୍ଗିଯାଇଥିବା ଘର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?