କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାଉଣ୍ଟର ଖୋଲୁ ଖୋଲୁ ରୋଗୀ ଦେଖା ପାଇଁ ଟିକେଟ ଶେଷ

ନ୍ଦୁଝର,୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ଟିକେଟ କାଉଣ୍ଟର ଖୋଲୁ ଖୋଲୁ ସରି ଯାଉଛି। ଫଳରେ ଦୂର ଦୂରାନ୍ତରୁ ଆସୁଥିବା ଏବଂ ଲାଇନରେ ଦୀର୍ଘ ସମୟ ଧରି ଠିଆ ହେଉଥିବା ରୋଗୀଙ୍କୁ ଟିକେଟ ମିଳୁ ନ ଥିବାରୁ ନିରାଶ ହୋଇ ଫେରୁଛନ୍ତି। ଏଥିପାଇଁ ସେମାନଙ୍କୁ ପୁଣି ଆର ସପ୍ତାହକୁ ଅପେକ୍ଷା କରିବାକୁ ପଡୁଛି। ଏନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବ୍ଲାକରେ ଟିକେଟ ବିକ୍ରି କରାଯାଉଥିବା ସନ୍ଦେହ କରି ଏହାର ତଦନ୍ତ ଦାବି ହେଉଛି। ଭୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ମୁହଁ ଖୋଲି ଅଭିଯୋଗ କରି ପାରୁନାହାନ୍ତି। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀପ ସାହୁ , ସାମାଜିକ କର୍ମୀ ଦାବି କରିଛନ୍ତି। ବିଶେଷ କରି ବାହାରୁ ଆସୁଥିବା ସୁପର ସ୍ପେଶାଲିଷ୍ଟମାନଙ୍କ କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଅଭିଯୋଗ ହେଉଛି।

ସୂଚନାଥାଉ କି, ୨ୟ ଓ ୪ର୍ଥ ମଙ୍ଗଳବାରରେ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥରେ ନିଯୁକ୍ତ ନ୍ୟୁରୋଲୋଜି ସୁପର ସ୍ପେଶାଲିଷ୍ଟ ରୋଗୀ ଦେଖିବାକୁ ଆସିଥାନ୍ତି। ପ୍ରତ୍ୟେକ ଥର ୬୦ ରୋଗୀ ଦେଖନ୍ତି କିନ୍ତୁ ଶହ ଶହ ରୋଗୀ ଫେରନ୍ତି। ୬୦ ଟିକେଟ ଆବଣ୍ଟନ ହୋଇଗଲେ ଆଉ ଟିକେଟ ଦିଆଯାଏ ନାହିଁ। ଜରୁରୀ ହେଲେ ବା ସମୟ ଥିଲେ ଟିକେଟ ନେଇ ଶେଷରେ ଦେଖାଇଥାନ୍ତି। ଏହି ସ୍ନାୟୁଗତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲା ଓ ବାହାର ଜିଲା ରାଜ୍ୟରୁ ମଧ୍ୟ ରୋଗୀ ଆସି ରାତି ଅଧାରୁ ଲାଇନରେ ଅପେକ୍ଷା କରିଥାନ୍ତି। ମଙ୍ଗଳବାର ସକାଳ ୮ଟା ପରେ ରୋଗୀ ପଞ୍ଜିକରଣ କାଉଣ୍ଟର ଖୋଲିବାବେଳେ ଅଳ୍ପ ଲୋକ ଥିଲେ ତେବେ ସଙ୍ଗେ ସଙ୍ଗେ ଲମ୍ବା ଲାଇନ ଲାଗିଲା ବେଳେ ୨/୩ ଜଣଙ୍କ ପଞ୍ଜିକରଣ କରିବା ପରେ ୬୦ ରୋଗୀ ପଞ୍ଜିକରଣ ହୋଇଗଲା ବୋଲି କୁହାଗଲା । ଫଳରେ ଅନେକ ଲାଇନ ରେ ଠିଆ ହୋଇଥିବା ରୋଗୀ ନିରାଶ ହୋଇ ଫେରିଗଲେ ବୋଲି ଶ୍ରୀ ସାହୁ କହିଛନ୍ତି। ଜଣେ ଯୁବକ କହିଲେ ସେ ଆରମ୍ଭ ବେଳେ ୩ନମ୍ବରରେ ଥିଲେ ହେଲେ କୁହାଗଲା ତୁମର ୫୫। ନମ୍ବର ସିରିଏଲ ଶେଷରେ ସିକ୍ୟୁରିଟି, ଏଥର ତୁମର ହେବ ନାହିଁ ଆର ଥର ଆସ କହି ଫେରାଇ ଦେଇଥିଲେ ବୋଲି ସେ କହିଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ଏଣୁ ଜିଲାପାଳଙ୍କୁ ଏହାର ପ୍ରତିକାର କରିବାକୁ ଦାବି କରାଯାଇଛି। ଆଗୁଆ ରୋଗୀଙ୍କ ଠାରୁ ଦଲାଲମାନେ ପାଉଣା ନେଇ ଟିକେଟ କାଟି ରଖିଥିବା ଏବଂ ସରିଗଲା ବୋଲି ପ୍ରଚାର କରୁଥିବା ଅଭିଯୋଗ ହେଉଛି। ଏ ନେଇ ସେ ନିର୍ଦ୍ଦିଷ୍ଟ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡ଼ିଏମ ଓ ଡାକ୍ତର କେ. ସି. ପୃଷ୍ଟି କହିଛନ୍ତି। ଏଭଳି ଅବ୍ୟବସ୍ଥାର ପ୍ରତିକାର କରି ଉପଯୁକ୍ତ ପଦକ୍ଷେପ ନେଇ ସାଧାରଣ ରୋଗୀଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସୁନେଶ ଧିର, ଜିଲା ଯୁବ କଂଗ୍ରେସ ସଭାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri