କେନ୍ଦୁଝର ଜିଲାରେ ଆଉ ୧୧ କରୋନା ପଜିଟିଭ୍‌ ଚିହ୍ନଟ

କେନ୍ଦୁଝର,୧୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୧୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ପହଁଚିଛି। ଚିହ୍ନଟ ୧୧ ଆକ୍ରାନ୍ତ ସଙ୍ଗରୋଧ ଗୃହରେ ଥିଲେ। ସେଥିମଧ୍ୟରୁ ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ସଦର, ତେଲକୋଇ ଓ ଆନନ୍ଦପୁର ବ୍ଲକ ଅଞ୍ଚଳରୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁଜୁରାଟ, ଜଣେ ଉତ୍ତରପ୍ରଦେଶ ଓ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତା ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ସଙ୍ଗରୋଧ କେନ୍ଦ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଯାତାୟାତ ରାସ୍ତାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦୁଝରସ୍ଥିତ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ସମୁଦାୟ ୭୦ କରୋନା ପଜିଟିଭ୍‌ରୁ ଅଦ୍ୟାବଧି ୨୫ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ୪୫ ଜଣ ଚିକିତ୍ସାଧୀନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଆଦର୍ଶ ବିଦ୍ୟାଳୟର ୧୦ମ ପରୀକ୍ଷା ଫଳାଫଳ: ସ୍ନେହାଶିଷ ପଣ୍ଡା ଟପ୍ପର

ରାଇକିଆ,୧୬।୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସ୍ନେହାସିଶ ପଣ୍ଡା ସିବିଏସ୍‌ଇର ୧୦ମ ଶ୍ରେଣୀ ପରୀକ୍ଷାରେ ୯୭.୬% ମାର୍କ ରଖି ଟପ୍ପର ହୋଇ…

ଧାନମଣ୍ଡି ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କେବାଡ଼ ଗ୍ରାମରେ ଏକ ଧାନମଣ୍ଡି ଖୋଲିବାକୁ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ଗ୍ରାମର ଚାଷୀମାନେ…

ରାସ୍ତା ନ ଥିବାରୁ ରନ୍ଧା ସାମଗ୍ରୀ ଧରି ଧାରଣା ବସିଲେ ପଡ଼ାବାସୀ

ବରଗଡ଼,୧୬ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ନୂଆଁପଡ଼ା। ଦୀର୍ଘ ୭ବର୍ଷ ପୂର୍ବରୁ ଲୋକେ ଏଠାରେ ବସତି ସ୍ଥାପନ କରିଛନ୍ତି। ଏହି ପଡ଼ାରେ…

ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୭୦%

ଭୁବନେଶ୍ୱର,୧୬ା୪(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ସର୍ବ ଭାରତୀୟସ୍ତରରେ ଦଶମ ପାସ୍‌ ହାର ୯୩.୭୦% ରହିିଥିବାବେଳେ…

ଇରାନ୍‌ରେ ମୁନିର, ସାଉଦି ଆରବରେ ଶରିଫ୍‌

ତେହରାନ୍‌/ରିୟାଦ,୧୬ ୪: ପାକିସ୍ତାନର ସର୍ବୋଚ୍ଚ ସାମରିକ ଅଧିକାରୀ ଫିଲ୍ଡ ମାର୍ଶାଲ ଆସିମ ମୁନିର ବୁଧବାର ଇରାନ୍‌ରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବ ଗସ୍ତ କରିଛନ୍ତି।…

ଆମେରିକା ଦେଲା ଝଟକା: ଆଉ ରୁଷିଆଠାରୁ ଶସ୍ତା ତେଲ କିଣିପାରିବ ନାହିଁ ଭାରତ

ତେହରାନ୍‌,୧୬।୪: ହର୍ମୁଜ ଅବରୋଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି। ଯାହା ଅନେକ ଦେଶକୁ ପ୍ରଭାବିତ କରିବ। ପ୍ରକୃତରେ, ଆମେରିକା ଆଉ ଭାରତକୁ ରୁଷୀୟ ତେଲ…

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri