କେନ୍ଦୁଝରରେ ଝଡପବନ ସହ କୁଆପଥର ବର୍ଷା, ଲୋକେ ଆଶ୍ୱସ୍ତ

କେନ୍ଦୁଝର, ୨୮ା୫ (ସ୍ବ.ପ୍ର./ଡି.ଏନ.ଏ.)-ଗତ କିଛି ଦିନ ହେଲା କେନ୍ଦୁଝରର ପାରଦ ଆକାଶଛୁଆଁ ହେଉଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଏଭଳି ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ କୁଆପଥର ବର୍ଷା କେନ୍ଦୁଝର ବାସୀଙ୍କୁ କିଛିଟା ଆଶ୍ୱସ୍ତି କରିଛି। ଦିନବେଳା ତାପମାତ୍ରା ୪୦.୦ ଡିଗ୍ରୀ ସେଲସିୟସ ରହିଥିଲା। ଅପରାହ୍ନରେ କାଳବୈଶାଖୀ ପବନରେ ପୁରୁଣାବଜାର ଶିବନାରାୟଣପୁରସାହି ଆହ୍ଲାଦିନ ଦାଶଙ୍କ ଘର ଉପରେ ଗଛ ଉପୁଡି ପଡିବାରୁ ପାଖରେ ଥିବା ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯିବା ସହ ତାର ଛିଣ୍ଡି ଯାଇଥିଲା। ଫଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା। ସେହିପରି ପୁରୁଣାବଜାର ସମେତ ବିଭିନ୍ନ ଅଞ୍ଚଳରେ କୂଆପଥର ମାଡ ହୋଇଥିବା ଜଣାପଡିଛି। ବର୍ଷା ଯୋଗୁଁ ପରିବେଶ ଟିକେ ଥଣ୍ଡା ପଡିଯାଇଥିବା ବେଳେ ଲୋକ, ଗଛଲତା ତଥା ପଶୁପକ୍ଷୀ ଗରମରୁ ସାମାନ୍ୟ ରକ୍ଷା ପାଇଯାଇଛନ୍ତି। ଚଳିତବର୍ଷ ଏଭଳି ଗରମ ସହିତ ଗୁଳୁଗୁଳି ଆଗରୁ କେବେ ଦେଖିବାକୁ ମିଳି ନ ଥିଲା। ଗରମ ସହିତ ବିଦ୍ୟୁତ କାଟ ପରିସ୍ଥିତିକୁ ଅଧିକ ଜଟିଳ କରିଦେଉଛି ା ଲୋକ ମାନେ କାମ ନ ଥିଲେ ଘରୁ ବାହାରୁ ନାହାନ୍ତି। କେବଳ ଦିନ ମଜୁରୀଆ, ଛୋଟ ଛୋଟ ବେପାରିମାନେ ପେଟପାଟଣା ପାଇଁ କାମ କରିବାକୁ ବାଧ୍ୟ ହେଉଛନ୍ତି। ସକାଳ ୯ ଟା ୧୦ ପରେ ସବୁଆଡେ ଖାଁ ଖାଁ ହୋଇଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘଟଗାଁରେ ନବବର୍ଷ ଲାଗି ୨ ଲକ୍ଷ ଶ୍ରଦ୍ଧାଳୁ

ଘଟଗାଁ, ୧ା୧: ଇଂରାଜୀ ନବବର୍ଷ ଲାଗି ପ୍ର ବୁଧବାର ଦିନ ଘଟଗାଁ ମା’ ତାରିଣୀ ପୀଠରେ ଦର୍ଶନ ପାଇଁ ୨ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା...

ମୁଖ୍ୟ ବିଚାରପତି ପାଇଁ ଏସ୍‌. ମୁରଲିଧରଙ୍କ ନାମ ସୁପାରିସ

କଟକ ଅଫିସ, ୧୬।୧୨: ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପଦ ପାଇଁ ଏସ୍‌. ମୁରଲିଧରଙ୍କ ନାମକୁ ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ ସୁପାରିସ କରିଛନ୍ତି। ଆଇନ୍‌ ମନ୍ତ୍ରଣାଳୟର...

ଫୋନ୍‌ କଲ୍‌ରେ ବିଡିଓଙ୍କ ପରିଚୟ ଦେଇ ଲୁଟିନେଲେ ୩୭ହଜାର

ଗୁଡାରି,୬ା୨: ମୁଁ ଗୁଡାରି ବିଡିଓ କହୁଛି। ଆପଣଙ୍କ ବ୍ୟାଙ୍କ ଖାତାକୁ କରୋନାର ମାସ୍କ କିଣା ଏବଂ ସାନିଟାଇଜର ବାବଦକୁ ଟଙ୍କା ଯିବ। ଶୀଘ୍ର ଏଟିଏମ୍‌ କାର୍ଡ...

ଆରଆଇଙ୍କୁ ଆକ୍ରମଣ ଘଟଣା: ପଥରଖାଦାନ, ମାଫିଆଙ୍କ ଘରେ ଚଢ଼ାଉ

ନୀଳଗିରି,୨୬।୨୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧୀନ ବାଘମରା ଅଞ୍ଚଳରେ ସୋମବାର ବ୍ଲାଷ୍ଟିଙ୍ଗ...

‘ଆର୍ଥିକ ବିକାଶ କ୍ଷେତ୍ରରେ ବିଶ୍ୱର ୫ମ ସ୍ଥାନରେ ରହିଛି ଭାରତ’

ଭୁବନେଶ୍ୱର,୧୦ା୨(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଉତ୍କଳ ମଣ୍ଡପଠାରେ ଆୟୋଜିତ ଜ୍ଞାନପ୍ରଭା ମିଶନର ଦ୍ବିତୀୟ ପ୍ରତିଷ୍ଠା ଦିବସ ସମାରୋହରେ...

ମୃତକଙ୍କ ପରିବାରକୁ ଭେଟିଲେ ଚିକିଟି ବିଧାୟିକା

ଗୋପାଳପୁର,୧୧ା୨-ଗୋଳନ୍ଥରା ଥାନା ମେଣ୍ଢରାଜପୁର ଛକରେ ସିଲ୍‌କ ସିଟି ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ରବିବାର ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସୋମବାର...

ଗଞ୍ଜାମ ପାଇଁ ନୂଆ ରଣକୌଶଳ ଆପଣାଇଲେ ସରକାର

ଭୁବନେଶ୍ୱର,୧୮।୭(ବ୍ୟୁରୋ)-ଗଞ୍ଜାମରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନୂତନ ରଣ କୌଶଳ ଗ୍ରହଣ କରିଛନ୍ତି। ବିଶେଷ କରି ଭିତ୍ତିଭୂମି ସମ୍ପ୍ରସାରଣ, ଟେଲି ମେଡିସିନ ଓ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନବରଙ୍ଗପୁର,୭।୧(ବି.ପ୍ର.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ବୋରଗାଓ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ...

Advertisement
Archives

Model This Week