Posted inଖେଳ

କେନିଆ ଧାବିକାଙ୍କୁ ୮ବର୍ଷ ବାସନ୍ଦ

ନାଇରୋବି, ୧୮ା୭ (ଏଏଫ୍‌ପି)-କେନିଆର ମାରାଥନ ଧାବିକା ସାଲୋମ୍‌ ବିଓଟ ୮ବର୍ଷ ପାଇଁ ସସ୍‌ପେଣ୍ଡ ହୋଇଛନ୍ତି। ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ତାଙ୍କୁ ଏହି ଦଣ୍ଡବିଧାନ କରାଯାଇଛି। ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜୁନ୍‌ରେ ସାଓପଲୋ ଇଣ୍ଟରନ୍ୟାଶନାଲ ମାରାଥନରେ ଭାଗନେବା ସମୟରେ ଏହି ୩୬ ବର୍ଷୀୟା ଧାବିକାଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ସାମ୍ପଲରୁ ନିଷିଦ୍ଧ ଆନାବୋଲିକ୍‌ ଷ୍ଟେରଏଡ୍‌ର ମାତ୍ରା ଦେଖିବାକୁ ମିଳିଥିଲା। ପୂର୍ବରୁ ୨୦୧୨ରେ ନାଇରୋବି ମାରାଥନ ଜିତିବା ପରେ ବିଓଟ୍‌ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। ତାଙ୍କ ସାମ୍ପଲରୁ ସମାନ ନିଷିଦ୍ଧ ଦ୍ରବ୍ୟ ଠାବ କରାଯାଇଥିଲା। ଏଥିପାଇଁ ତାଙ୍କୁ ଦୁଇବର୍ଷ ବାସନ୍ଦ ଦଣ୍ଡ ଭୋଗିବାକୁ ହୋଇଥିଲା। ବିଓଟ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ ହମବର୍ଗ ମାରାଥନରେ କରିଥିଲେ। ତାଙ୍କର ଟାଇମିଂ ୨ଘଣ୍ଟା ୩୦ ମିନିଟ୍‌ ଓ ୪୭ ସେକେଣ୍ଡ ରହିଥିଲା। ଡୋପିଙ୍ଗ ପାଇଁ ଲମ୍ବା ସମୟ ବାସନ୍ଦ ହେବାରେ ବିଓଟ ହେଉଛନ୍ତି କେନିଆର ତୃତୀୟ ଆଥଲେଟ୍‌। ଅନ୍ୟ ଦୁଇଜଣ ହେଲେ ରିଓ ଅଲିମ୍ପିକ ଚାମ୍ପିୟନ ଜେମିମା ସମ୍‌ଗଙ୍ଗ୍‌ ଏବଂ ଲିଲିଆନ୍‌ ମୋରା ମାରିଟା। ସୂଚନାଯୋଗ୍ୟ, ବିଓଟଙ୍କୁ ମିଶାଇ ଏଆଇୟୁ ଚଳିତ ବର୍ଷ ଡୋପ୍‌ ଅପରାଧ ପାଇଁ କେନିଆର ୧୦ ଏଲିଟ୍‌ ଆଥଲେଟଙ୍କୁ ସସ୍‌ପେଣ୍ଡ କରିସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୧୭୮…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଟସ ଜିତି ପ୍ରଥମେ...

ଲଣ୍ଡନ ଷ୍ଟ୍ରିଟ୍‌ରେ ବୁଲୁଛନ୍ତି ବିରୁଷ୍କା

ଲଣ୍ଡନ,୧୯ା୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଲଣ୍ଡନରେ ଦେଖିବାକୁ ମିଳିଛି। ଭାରତୀୟ...

ପୁଣି ଜାତୀୟ ରେକର୍ଡ ଭାଙ୍ଗିଲେ ଦୂତୀ

ଭୁବନେଶ୍ୱର, ୨୩।୪(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଦୋହାଠାରେ ଚାଲିଥିବା ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ କ୍ରମାଗତ ଦ୍ୱିତୀୟଥର ଜାତୀୟ ରେକର୍ଡ...

ନ୍ୟୁଜିଲାଣ୍ଡର ରୋମାଞ୍ଚକ ବିଜୟ

ମାଞ୍ଚେଷ୍ଟର, ୨୩ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅଧିତ୍ନାୟକ କେନ୍‌ ଓ୍ବିଲିୟମସନଙ୍କ କ୍ୟାରିୟର ଶ୍ରେଷ୍ଠ ୧୪୮ ରନ ସହାୟତାରେ ନ୍ୟୁଜିଲାଣ୍ଡ...

‘ପୂଜାରା, ରାହାନେଙ୍କୁ ବାଦ୍‌ ଦିଆଯିବା ଉଚିତ ନ ଥିଲା’

ନୂଆଦିଲ୍ଲୀ,୨୩।୨: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଥିବା ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଜୟ ଜାଡେଜା।...

ଆଇପିଏଲ ବାୟୋ-ବବ୍‌ଲ ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା

କୋଲକାତା, ୨୩।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣ ପାଇଁ ବାୟୋ-ବବ୍‌ଲ ଗତବର୍ଷ ୟୁଏଇ (ୟୁନାଇଟେଡ ଆରବ ଏମିରେଟ୍ସ)ପରି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା।...

ଜାତୀୟ ସବ୍‌-ଜୁନିୟର ବ୍ୟାଡମିଣ୍ଟନ: କ୍ୱାର୍ଟରେ ଆୟୁଷ, ସେମିରେ ତାରା

ଭୁବନେଶ୍ୱର,୨୧।୧୨ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଇଷ୍ଟକୋଷ୍ଟ ରେଲଓ୍ବେ ଇନଡୋର ଷ୍ଟାଡିୟମରେ ଚାଲିଥିବା ୩୩ତମ ଜାତୀୟ ସବ- ଜୁନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ ଏସିଆ ଜୁନିୟର ୧୫ ବର୍ଷରୁ...

ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌: ଦୀପକ ପୁନିଆଙ୍କୁ ରୌପ୍ୟ ପଦକ

ଅଲମାଟି (କାଜାଖସ୍ତାନ), ୧୯ା୪ (ପି.ଟି.)-ଏଠାରେ ଚାଲିଥିବା ଏସିଆନ ରେସ୍‌ଲିଂ ଚାମ୍ପିୟନଶିପ୍‌ର ଅନ୍ତିମ ଦିବସରେ ଭାରତର ଦୀପକ ପୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେ...

Advertisement
Archives

Model This Week