କେତେ ସୁରକ୍ଷିତ ସାମୁଦ୍ରିକ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ସ୍ବାସ୍ଥ୍ୟ ଓ ଫିଟ୍‌ନେସ୍‌ ଉପଦେଷ୍ଟାମାନେ ଅନେକ ସମୟରେ ମାଂସପେଶୀର ଦୃଢ଼ତା, ଅଧିକ ପ୍ରୋଟିନ ଲାଭ ଓ ଓଜନ ହ୍ରାସ ପାଇଁ ସାମୁଦ୍ରିକ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଥାନ୍ତି। ସେମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଲୋକ ସାମୁଦ୍ରିକ ଖାଦ୍ୟ ଖାଇବା ଦ୍ୱାରା ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ ବୋଲି ଜାଣିଛନ୍ତି। କ୍ରୋଏସିଆର ମାଲିଷ୍ଟନ ସହର ଶାମୁକା ଚାଷ ପାଇଁ ବିଖ୍ୟାତ। ପ୍ରତିବର୍ଷ ଏଠାରେ ୫ ନିୟୁତ ଶାମୁକା ବିକ୍ରି କରାଯାଏ। ଶହ ଶହ ବର୍ଷ ଧରି ଏହି ଚାଷ କରାଯାଉଛି। ସମୁଦ୍ର ପାଣି ତଳେ ସ୍ବତନ୍ତ୍ର ଶଯ୍ୟାରେ ଧାଡି ଧାଡି କରି ଶାମୁକା ରଖାଯାଇ ଚାଷ କରାଯାଉଛି। ଏଠାରେ ବର୍ଷକୁ ଥରେ ଅୟୋଜିତ ହେଉଥିବା ଶାମୁକା ଖାଦ୍ୟ ଉତ୍ସବରେ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। କିନ୍ତୁ ୨୦୧୯ରେ ଏହି ଉତ୍ସବକୁ ବନ୍ଦ କରାଯାଇଛି, କାରଣ ଡବ୍‌ରୋଭ୍‌ନିକରେ ଥିବା ଇନ୍‌ଷ୍ଟିଚ୍ୟୁଟ ଫର୍‌ ମେରାଇନ୍‌ ଆଣ୍ଡ୍‌ କୋଷ୍ଟାଲ ରିସର୍ଚ୍ଚ ସଂସ୍ଥା ଶାମୁକାରେ ନୋରୋଭାଇରସ୍‌ର ସନ୍ଧାନ ପାଇଛନ୍ତି। ସହରର ମଳଯୁକ୍ତ ନର୍ଦ୍ଦମା ଜଳ ଯାଇ ସମୁଦ୍ରରେ ମିଶୁଥିବାରୁ ଏହି ଭୂତାଣୁ ସୃଷ୍ଟି ହେଉଛନ୍ତି। ନୋରୋଭାଇରସ ଏକ ବିପଜ୍ଜନକ ଭୂତାଣୁ ଓ ଏହାଦ୍ୱାରା ପ୍ରତିବର୍ଷ ୨୦ ନିୟୁତ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଶହ ଶହ ମୃତ୍ୟୁମୁଖରେ ପଡୁଛନ୍ତି। ଇରାକରେ ଫ୍ଲେମ୍‌ ଗ୍ରିଲ୍ଡ କାର୍ପ (ଏକ ପ୍ରଜାତିର ମାଛ)ରୁ ମସରୁଫ୍‌ (ଖାଦ୍ୟ ବିଶେଷ) ପ୍ରସ୍ତୁତ କରାଯାଏ। ଏହା ସେହି ଦେଶର ଜାତୀୟ ଖାଦ୍ୟ। ପ୍ରତିବର୍ଷ ଇରାକ ୨୯,୦୦୦ ଟନ୍‌ କାର୍ପ ଉପତ୍ାଦନ କରେ। ଏହାକୁ ୟୁଫ୍ରେଟିସ୍‌ ନଦୀରେ ଥିବା ଫାର୍ମଗୁଡିକରେ ଚାଷ କରାଯାଉଛି। ୨୦୧୮ରେ ଗୋଟିଏ ରାତିରେ ଲକ୍ଷ ଲକ୍ଷ କାର୍ପ ଫାର୍ମରେ ମରିଯାଇଥିଲେ। ଏହି ମଲା ମାଛର ନମୁନା, ପାଣି ଓ ଜମା ହୋଇଥିବା ପଙ୍କ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯାଇଥିଲା। ଏହି ମାଛଗୁଡିକର ମୃତ୍ୟୁ ଏକ ପ୍ରକାର ଭୂତାଣୁ ଦ୍ୱାରା ହୋଇଥିଲା। ଫାର୍ମରେ ଅଧିକ ମାଛ ରଖାଯିବା ତଥା ଦୂଷିତ ନଦୀପାଣି ଯୋଗୁ ଏହି ଭୂତାଣୁ ସଂକ୍ରମଣ ହୋଇ ମାଛଗୁଡିକ ମରିଯାଇଥିବା ଜଣାପଡ଼ିଥିଲା। ଏଣୁ ଏହି କାର୍ପକୁ ନ ଖାଇବା ଲାଗି ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି।
ଖାଦ୍ୟଜନିତ ବ୍ୟାପକ ଅସୁସ୍ଥତା ପାଇଁ ସାମୁଦ୍ରିକ ଖାଦ୍ୟ ହିଁ ଦାୟୀ। ଏହା ବିଭିନ୍ନ ପ୍ରକାର ବୀଜାଣୁ, ଭୂତାଣୁ ଓ ପରଜୀବୀ ଯୋଗୁ ହେଉଛି। ଏହା ସହ ରାସାୟନିକ ପଦାର୍ଥ, ଧାତୁ, ସମୁଦ୍ରରେ ଥିବା ବିଷାକ୍ତ ଏବଂ ସଂକ୍ରମଣକାରକ ତତ୍ତ୍ୱ ସି’ଫୁଡରେ୍‌ ରହିଥିବା ଜଣାପଡିଛି। ଏଗୁଡିକ ମଧ୍ୟ ପେଟରୋଗର କାରଣ ପାଲଟିବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ। ସି’ଫୁଡ କହିଲେ ଶାମୁକା ବା ଗେଣ୍ଡା, ଫିନ୍‌ଫିଶ୍‌ (ସାଲମନ, ଟୁନା), ସାମୁଦ୍ରିକ ସ୍ତନ୍ୟପାୟୀ (ତିମି ଓ ଶିଲ୍‌) ଏବଂ ସନ୍ଧିପଦ (ଚିଙ୍ଗୁଡି, କଙ୍କଡ଼ା)କୁ ବୁଝାଏ। କେତେକ ସି’ଫୁଡ୍‌ ଅତ୍ୟନ୍ତ ବିପଜ୍ଜନକ। ଏହି ବିପଦ ସି’ଫୁଡ କେଉଁ ପରିବେଶରୁ ଆସିଛି, କିଭଳି ସେମାନଙ୍କୁ ଖୁଆଯାଉଛି ଏବଂ ତାହାକୁ କିପରି ରୋଷେଇ କରି ପରଷାଯାଉଛି ତାହା ଉପରେ ନିର୍ଭର କରେ। ସେତେବେଳେ ରୋଗଜୀବାଣୁ ଦ୍ୱାରା ସି’ଫୁଡ୍‌ ସଂକ୍ରମିତ ହୁଏ, ଯେତେବେଳେ ଚାଷ କରାଯାଉଥିବା ଫାର୍ମର ଜଳ ନର୍ଦ୍ଦମା ଜଳ ସଂସ୍ପର୍ଶରେ ଆସିଥାଏ। ଏହା ସହ ସି’ଫୁଡ୍‌ ନେବା ଆଣିବା କିମ୍ବା ପ୍ରକ୍ରିୟାକରଣ ବେଳେ ବି ଦୂଷିତ ହୋଇଥାଏ। ମାଂସ ଓ ଚିକେନ ସମ୍ପୂର୍ଣ୍ଣ ରୋଷେଇ କରାଯାଏ, କିନ୍ତୁ ସି’ଫୁଡ ପ୍ରାୟତଃ କଞ୍ଚା ଖିଆଯଏ ବା ଏହାକୁ ଯେଉଁ ଉପାୟରେ ପ୍ରସ୍ତୁତ କରାଯାଏ ସେଥିରେ ଜୀବାଣୁ ମରନ୍ତିନି। ପ୍ରତି ଦେଶରେ ସରକାରୀ ସଂସ୍ଥାମାନଙ୍କ ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ, ସି’ଫୁଡ୍‌ ଦ୍ୱାରା ଅନେକ ରୋଗ ବ୍ୟାପୁଛି। ୟୁରୋପୀୟ ସଂଘ ଏହି ଖାଦ୍ୟ ପାଇଁ ଏକ ରାପିଡ ଆଲର୍ଟ ସିଷ୍ଟମ୍‌ ଆରମ୍ଭ କରିଛି। କେଉଁ ଦେଶରେ ଓ କେଉଁ ଉତ୍ସରୁ ରୋଗ ସୃଷ୍ଟି ହୋଇଛି ସେ ସମ୍ପର୍କରେ ଜଣାଇ ଦିଆଯାଉଛି। ୧୯୯୨ରୁ ନଭେମ୍ବର ୧୯୯୭ ମଧ୍ୟରେ ଏହି ସିଷ୍ଟମ୍‌ ୭୧ଟି ସି’ଫୁଡ୍‌ରେ ଥିବା ବିପଦ ସମ୍ପର୍କରେ ସୂଚନା ପ୍ରଦାନ କରିଛି, ଯାହା ସମସ୍ତ ସି’ଫୁଡ୍‌ର ୪୨.୫ ପ୍ରତିଶତ।
ଯେଉଁ ସି’ଫୁଡ୍‌ କିମ୍ବା ମାଛ ଉପରେ ବିପଦ ରହିଥିବାର ଚେତାବନୀ ଦିଆଯାଇଛି ତାହାକୁ ୩୩ଟି ଦେଶ ରପ୍ତାନି କରୁଛନ୍ତି। ଭାରତରୁ ଯେଉଁ ମାଛ ରପ୍ତାନି କରାଯାଉଛି ତାହା ସବୁଠାରୁ ଅଧିକ ବିପଜ୍ଜନକ। ଭାରତରେ ବିକ୍ରି ହେଉଥିତ୍ବା ସି’ଫୁଡ୍‌ର ଅବସ୍ଥା କେମିତି ଅଛି ଏଥିରୁ ଅନୁମେୟ। ୧୯୮୭-୯୬ ମଧ୍ୟରେ ଜାପାନରେ ଜେଲିଫିଶ୍‌ ଓ ଫିଶ୍‌ ପଏଜନିଂର ୧୪୭୫ଟି ଘଟଣାରେ ୩୩,୨୫୩ ଜଣ ଶିକାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କ ମୃତ୍ୟୁ ଘଟିଥିଲା। କାନାଡାରେ ୨୯ଟି ପ୍ରଜାତିର ମାଛ ଓ ଶାମୁକା ବା ସି’ଫୁଡ୍‌ ରୋଗ ସୃଷ୍ଟିକାରୀ ଭାବେ ଚିହ୍ନିତ ହୋଇଥିଲା। ଶମୁକା, ଗାତ ଖୋଳି ରହୁଥିବା ଶାମୁକା, ଟୁନା, ବେରାକୁଡା (ମାଛ ବିଶେଷ) ଏବଂ ମାର୍ଲିିନ୍‌ (ମାଛ ବିଶେଷ)- ଏହି ଛଅଟି ସବୁଠୁ ଅଧିକ ରୋଗ ସୃଷ୍ଟିକାରୀ ଭାବେ ଗଣାଯାଉଛି। ଯେତେ ରୋଗ ଦେଖାଯାଉଛି ତା’ର ୫୬ ପ୍ରତିଶତ ଏହି ୬ଟି ଦ୍ୱାରା ହେଉଛି। ଅନ୍ୟ ରୋଗସୃଷ୍ଟିକାରୀ ସି’ଫୁଡ୍‌ ମଧ୍ୟରେ ରହିଛି ହ୍ବେଲ୍‌କ, ମହିମହି, ମ୍ୟାକରେଲ୍‌, ସ୍ବର୍ଡଫିସ୍‌, କଙ୍କଡ଼ା, ସାଲମନ୍‌, ଓ୍ବେଷ୍ଟର୍ସ, ହଲିବୁଟ, ଶୋଲେ ଫିଲେଟ, ଶାର୍କ, ଚିଙ୍ଗୁଡ଼ି, କିପର ଓ ପ୍ୟାରଟଫିସ୍‌ ପ୍ରଭୃତି। ୧୦ଟି ଦେଶ ଏହିସବୁ ମାଛ କାନାଡାକୁ ରପ୍ତାନି କରୁଛନ୍ତି। ଏହି ଦେଶମାନଙ୍କ ମଧ୍ୟରେ ବି ରହିଛି ଭାରତ। ଆମେରିକାରେ ୧୯୭୩ରୁ ୨୦୦୬ ମଧ୍ୟରେ ୫୦୦ରୁ ଅଧିକ ଥର ରୋଗ ସଂକ୍ରମଣ ଘଟି ହଜାର ହଜାର ଲୋକ ଆକ୍ରାନ୍ତ ହୋଇଛନ୍ତି।
ସି’ଫୁଡ୍‌ ସଂକ୍ରମଣ ପାଇଁ ଦାୟୀ ଭିବ୍ରିଓ ବୀଜାଣୁ ଦ୍ୱାରା ପେଟରୋଗ ଦେଖାଦିଏ। ଭି. ଭଲ୍‌ନିଫିକସ୍‌ ଦ୍ୱାରା ଯକୃତ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ସାଂଘାତିକ ରୋଗ ଦେଖାଯାଏ। ଏହି ସଂକ୍ରମଣ ସେପ୍‌ସିସ୍‌ ଏବଂ ଭୟଙ୍କର କ୍ଷତଜନିତ ସଂକ୍ରମଣ ଆଡକୁ ଗତି କରିଯାଏ। ରକ୍ତନାଳୀ ସଂକ୍ରମଣରୁ ମୃତ୍ୟୁହାର ପାଖାପାଖି ୫୦ ପ୍ରତିଶତ ଓ କ୍ଷତଜନିତ ସଂକ୍ରମଣରୁ ୨୫ ପ୍ରତିଶତ ହୋଇଥାଏ। ଜାନୁୟାରୀ ୨୦୦୭ରେ ସି’ଫୁଡ୍‌ଜନିତ ଭିବ୍ରିଓସିସ୍‌କୁ୍‌ ରାଷ୍ଟ୍ରୀୟ ସ୍ତରରେ ଏକ ସାଂଘାତିକ ରୋଗ ଭାବେ ସୂଚିତ କରାଯାଇଥିଲା। ସାଲ୍‌ମୋନେଲା ବୀଜାଣୁ ଦ୍ୱାରା ତୀବ୍ର ଉଦରପୀଡ଼ା ସହ ତରଳ ଝାଡ଼ା, ପେଟ କାଟିିବା, ଜ୍ୱର ଭଳି ଲକ୍ଷଣ ପ୍ରକାଶ ପାଏ। ମାଛ, ଚିଙ୍ଗୁଡ଼ି, ଶାମୁକା ଯୋଗୁ ବ୍ୟାପକ ରୋଗ ସଂକ୍ରମଣ ହେଉଛି। ମାଛରେ ଥିବା ଶିଗେଲା ବୀଜାଣୁ ନର୍ଦ୍ଦମା ପାଣିରୁ ଆସେ। ଏହାଦ୍ୱାରା ପତାଳା ଝାଡା, ଜ୍ୱର, ତଳିପେଟ କାଟିବା ଓ ଝାଡାରେ ରକ୍ତ ପଡିବା ଭଳି ଲକ୍ଷଣ ପ୍ରକାଶ ପାଏ। ଏହି ବୀଜାଣୁ ଯୋଗୁ ଛୋଟ ପିଲାଙ୍କଠାରେ ହୃଦ୍‌ରୋଗ ସମସ୍ୟା ଦେଖାଦିଏ।
ସି’ଫୁଡ୍‌ ଖାଇବା ଦ୍ୱାରା ହେପାଟାଇଟିସ-ଏ ଭାଇରସ୍‌ ସଂକ୍ରମଣ ହେଉଛି ଯାହା ଘାତକ ପାଲଟୁଛି। ଏହି ସଂକ୍ରମଣ ଶାମୁକା ଯୋଗୁ ବ୍ୟାପୁଛି ବୋଲି ୧୯୬୦ରେ ଜଣାଯାଇଛି। ୧୯୮୮ରେ ଚାଇନାରେ ସବୁଠୁ ଅଧିକ ସଂକ୍ରମଣ ସାମନାକୁ ଆସିଥିଲା। ଶାମୁକା ଖାଇ ପ୍ରାୟ ୩ ଲକ୍ଷ ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହି ଶାମୁକାଗୁଡ଼ିକୁ ନର୍ଦ୍ଦମା ଜଳ ଦ୍ୱାରା ପ୍ରଦୂଷିତ ଜଳରେ ଚାଷ କରାଯାଇଥିଲା।
ହେଲମିନ୍ଥିସ୍‌ ଏକ ବଡ କୃମି ଭଳି ପରଜୀବୀ, ଯାହା ଅଧିକାଂଶ ସାମୁଦ୍ରିକ ଜୀବଙ୍କୁ ସଂକ୍ରମଣ କରିଥାଏ। ଏହାଦ୍ୱାରା ସଂକ୍ରମିତ ସାମୁଦ୍ରିକ ଜୀବକୁ ଖାଇବା ଦ୍ୱାରା ମଧ୍ୟମ ପେଟରୋଗର ଲକ୍ଷଣ ପ୍ରକାଶ ପାଇଥାଏ। ବିଶ୍ୱର ସବୁଆଡେ ନାଳନର୍ଦ୍ଦମା ପାଣି ଦ୍ୱାରା ନଦୀ ଓ ସମୁଦ୍ର ପ୍ରଦୂଷିତ ହେବା ଏକ ସାଧାରଣ କଥା। ବିଶେଷ କରି ଭାରତରେ ଏହା ବେଶି ହୁଏ। ଉପତ୍ାଦନ ପର୍ଯ୍ୟାୟରୁ ଆରମ୍ଭ କରି ପ୍ୟାକେଜିଂ, ପରିବହନ ଏବଂ ଖାଇବା ଯାଏ ସି’ଫୁଡ୍‌ ବୀଜାଣୁ, ଭୂତାଣୁ ଓ କବକ ଦ୍ୱାରା ସଂକ୍ରମିତ ହୋଇଚାଲିଛି। ଘେରି ମଧ୍ୟରେ ଅତ୍ୟଧିତ୍କ ମାଛ ଚାଷ ଦ୍ୱାରା ଭାରତ ସମେତ ବିଶ୍ୱର ସବୁଆଡେ ସି’ଫୁଡ୍‌ ଜନିତ ରୋଗ ବ୍ୟାପୁଛି। ପ୍ରସେସିଂ ଓ ପ୍ୟାକେଜିଂ ସମୟରେ ଶ୍ରମିକମାନେ ସ୍ବାସ୍ଥ୍ୟଗତ ଦିଗ ପ୍ରତି ଗୁରୁତ୍ୱ ନ ଦେବା, ଖରାପ ଷ୍ଟୋରେଜ ବ୍ୟବସ୍ଥା, ଅନିୟମିତ ତାପମାତ୍ରା ଓ ସୁରକ୍ଷିତ ରଖିବାର ଦୁର୍ବଳ ସାଧନ ଯୋଗୁ ଏହା ସଂକ୍ରମିତ ହେଉଛି। ଖାଦ୍ୟ ବ୍ୟବସାୟର ଅତ୍ୟଧିକ ଜଗତୀକରଣ ଏବଂ ଆମ ପ୍ଲେଟ୍‌ରେ ପହଞ୍ଚିବା ସି’ଫୁଡ୍‌ ଏକ ଦୀର୍ଘ ଯାତ୍ରାରେ ଆସୁଥିବାରୁ ଏହା ଅତ୍ୟନ୍ତ ବିପଜ୍ଜନକ ଭାବେ ବିଷାକ୍ତ ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ଆମେ ଖାଇବା ଲାଗି ତାହାକୁ ଯେଉଁଭଳି ପ୍ରସ୍ତୁତ କରୁଛୁ ତାହାଦ୍ୱାରା ରୋଗଜୀବାଣୁ ନଷ୍ଟ ହେଉନାହାନ୍ତି। ଏପରକିି ଭଲଭାବେ ରୋଷେଇ ନ କରି କିମ୍ବା କଞ୍ଚା ଖାଇବା ଏହାକୁ ଏକ ବିପଜ୍ଜନକ ଖାଦ୍ୟରେ ପରିଣତ କରୁଛି। ସି’ଫୁଡ୍‌ ଖାଇବାର ପରିଣତି କ’ଣ ହେବ ଆମେ ସେ ବିଷୟରେ ବୁଝିବା ଆବଶ୍ୟକ। ଯେଉଁମାନେ ଯକୃତ ରୋଗ ବା ଡାଇବେଟିସ ଭୋଗୁଛନ୍ତି କିମ୍ବା ଯାହାଙ୍କର ରୋଗପ୍ରତିରୋଧକ ଶକ୍ତି ଅଳ୍ପ ସେମାନେ ସି’ଫୁଡ୍‌ ଆଦୌ ଖାଇବା ଉଚିତ ନୁହେଁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri