କେତେ ସଫଳ ସଙ୍ଗରୋଧ

ସହଦେବ ସାହୁ

ଲକ୍‌ଡାଉନ୍‌ ଓ ସୋସିଆଲ୍‌ ଡିଷ୍ଟାନ୍ସିଂ ଜୀବନ ବଞ୍ଚାଉଛି କି- ଏ ପ୍ରଶ୍ନର ଉତ୍ତର ଦେବା ପାଇଁ ଆମକୁ ଇତିହାସ ଦେଖିବାକୁ ପଡ଼ିବ। ୨୦୧୯ ଡିସେମ୍ବର ଶେଷ ଆଡ଼କୁ ଚାଇନାର ଉହାନ୍‌ ସହରରୁ କୋଭିଡ୍‌-୧୯ ଆରମ୍ଭ ହୋଇଗଲା ବୋଲି ଜଣାପଡ଼ିବା ପରଠାରୁ ଆଜିଯାଏ ପୃଥିବୀର ୨୦୦ରୁ ଅଧିକ ଦେଶରେ ଏହା ବ୍ୟାପିଗଲାଣି। କାଳକ୍ରମେ ମହାମାରୀ ରୂପ ନେଇଥିବା ଏ ରୋଗର ସଂକ୍ରମଣକାରୀ ଭୂତାଣୁ ବିଷୟରେ ଅଧିକରୁ ଅଧିକ ଜ୍ଞାନ ମିଳିଗଲା। ନଭେଲ କରୋନା ଭାଇରସ୍‌-୧୯ ନାମ ଦିଆଯାଇଥିବା ଭୂତାଣୁଟିଏ ଜଣେ ସଂକ୍ରମିତ ମଣିଷଠାରୁ ପାଖରେ ଥିବା ସମସ୍ତଙ୍କୁ ଡେଇଁପାରେ ବୋଲି ଜଣାଗଲାଣି। ଡେଇଁବାର ମାଧ୍ୟମ ଶୁଖିଲା ବାୟୁ ନୁହେଁ, ମୁହଁରୁ ବାହାରୁଥିବା ଛେପ, ଖଙ୍କାର, କଫ ଆଦି ବିନ୍ଦୁ ବିନ୍ଦୁ ଜଳକଣା ମାଧ୍ୟମରେ ଏହି ଭୂତାଣୁ ବାହିତ ହୋଇଥାଏ। ପାଟିରୁ ଯାହା ବାହାରୁଛି ତାକୁ ରୋକିବାର ସହଜ ଉପାୟ ହେଲା ତୁଣ୍ଡି (ମାସ୍କ)। ତଥାପି କିଛି ଟୋପା ବାହାରି ଯାଇପାରେ। ମାପି ଦେଖାଯାଇଛି ଯେ, ଓଜନିଆ ଟୋପାଗୁଡିକ ଦୁଇ ମିଟରରୁ ବେଶି ଯାଇପାରେ ନାହିଁ। କଥା କହିଲା ବେଳେ ବାହାରୁଥିବା ବାମ୍ଫ ଭଳି ଜଳକଣା ପବନରେ ଉଡିଯାଏ, ଅତରର ବାଷ୍ପ ଭଳି ହାଲୁକା ହୋଇଥିବାରୁ ସେଇଟା ଭାସିଚାଲେ, ଭାସୁଥିବା ଜଳକଣାରେ ଥିବା ଭୂତାଣୁ ନାକ କି ପାଟି ବା ଆଖି ବାଟେ କାହାରି ଦେହରେ ପଶିଯାଇପାରେ। ପଶିଗଲା କ୍ଷଣି ଲୋକଟିର ଦେହକୋଷ ସହ ମିଶି ନିଜର ବଂଶବୃଦ୍ଧି କରେ। ତଣ୍ଟି ଭିତରର ରସରେ ମିଶି ଫୁସ୍‌ଫୁସ୍‌କୁ ଚାଲିଯାଏ। ମହୁଫେଣାସଦୃଶ ଫୁସ୍‌ଫୁସ୍‌ ଭିତରେ ଥିବା ଗର୍ତ୍ତିକାଗୁଡିକରେ ବସା ବାନ୍ଧିବାକୁ ପସନ୍ଦ କରେ, ଫୁସ୍‌ଫୁସ୍‌ର ଗର୍ତ୍ତିକାଗୁଡିକ ଭୂତାଣୁରେ ଭର୍ତ୍ତି ହୋଇଗଲେ ସେଠିକି ବାୟୁ ଯାଇପାରେ ନାହିଁ, ଫୁସ୍‌ଫୁସ୍‌ ତା’ କାମ କରିପାରେ ନାହିଁ। ଫୁସ୍‌ଫୁସ୍‌ର କାମ ହେଉଛି ପବନରୁ ଅମ୍ଳଜାନ ସଂଗ୍ରହ କରି ରକ୍ତସ୍ରୋତକୁ ଯୋଗାଇବା ଓ ରକ୍ତରୁ ଅଙ୍ଗାରକାମ୍ଳ ବାଷ୍ପ ଫେରାଇନେଇ ନାକବାଟେ ବାୟୁମଣ୍ଡଳରେ ଛାଡ଼ିଦେବା। ତା’ ନ ହେଲେ ରକ୍ତ ବିଷାକ୍ତ ହୋଇଯାଏ ଓ ମୃତ୍ୟୁକୁ ଡାକିଆଣେ। ତେଣୁ ସଂକ୍ରମଣ ବନ୍ଦ କରିବାର ବଡ଼ ସହଜ, ଶସ୍ତା ଓ ଖାଣ୍ଟି ଉପାୟ ହେଉଛି ପରସ୍ପରଠାରୁ (ନିଜ ଘର ଭିତରେ ଥିବା ଲୋକଙ୍କୁ ଛାଡି) ଅତି କମ୍‌ରେ ଦୁଇ ମିଟର ଦୂରତା ରଖିବା, ଯାହାକୁ ସମସ୍ତେ ସୋସିଆଲ୍‌ ଡିଷ୍ଟାନ୍ସିଂ ବା ସଙ୍ଗରୋଧ କହୁଛନ୍ତି। ଅନିୟନ୍ତ୍ରିତ (ଅନୈତିକ) ସହବାସକୁ ଏଡ୍‌ସ ରୋଗର କାରଣ ବୋଲି କୁହାଯାଇଥାଏ, ପରୋକ୍ଷ ଭାବରେ ଦାମ୍ପତ୍ୟ ବହିର୍ଭୂତ ଶାରୀରିକ ସମ୍ପର୍କକୁ ମନା କରାଯାଏ, କିନ୍ତୁ ସମସ୍ତ ପ୍ରକାରର ସ୍ପର୍ଶକୁ ମନାକରାଯାଏ ନାହିଁ। କିନ୍ତୁ କରୋନା ଭାଇରସ ସମୟରେ ନିଜ ଘର ଭିତରେ ରହୁଥିବା ଲୋକଙ୍କୁ ଛାଡ଼ି ଆଉ ସମସ୍ତଙ୍କ ସହ କେବଳ ସ୍ପର୍ଶ ମନା ନୁହେଁ, ବରଂ କାହା ସହିତ ଦୁଇ ମିଟର ଭିତରେ ରହିବା ମନା। ନିଜର କୁଟୁମ୍ବ ହୋଇଥିଲେ ବି ଯଦି ଘରେ ନ ଥିଲା ତେବେ ତାକୁ ବି ଦୁଇ ମିଟର ଦୂରରେ ୧୪ ଦିନ ଯାଏ ରହିବାକୁ ପଡିବ। କରୋନା ଭୂତାଣୁ ୧୪ ଦିନ ଭିତରେ ତାହାର କରାମତି (ଲକ୍ଷଣ) ଦେଖାଏ, ନ ହେଲେ ଚୁପ୍‌ (ଆସିମେଟ୍ରିକ୍‌) ରହିଯାଏ।
ତେଣୁ କେବଳ ସୋସିଆଲ ଡିଷ୍ଟାନ୍ସିଂ ନୁହେଁ, ଲକ୍‌ଡାଉନ୍‌ କି ସଟ୍‌ଡାଉନ୍‌ ବି ଦରକାର, କାରଣ ଚଳାଚଳ ବା ଯାତାୟାତ ବନ୍ଦ ହେଲେ କେହି ଘରୁ ବାହାରକୁ ଯିବେ ନାହିଁ କି ବାହାରୁ ଘର ଭିତରକୁ ଆସିବେ ନାହିଁ। ଲକ୍‌ଡାଉନ୍‌ ଯୋଗୁ ସୋସିଆଲ୍‌ ଡିଷ୍ଟାନ୍ସିଂ ଆପେ ଆପେ ଆସିଯାଏ। ସ୍କୁଲ ବନ୍ଦ କରିବା, ହାଟବଜାର ବନ୍ଦ କରିବା, ଧର୍ମ ଆଳରେ ଭିଡ ବନ୍ଦ କରିବା, ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ନ ବାହାରିବା ଭଳି ପରସ୍ପରର ସମ୍ପର୍କ ତିଆରି କରୁଥିବା ଘଟଣାଗୁଡ଼ିକ ଗାଡ଼ିଘୋଡ଼ା ଚଳାଚଳ ଓ ମଣିଷର ଯାତାୟାତ ଯୋଗୁ ଘଟିଥାଏ। ପରିବହନ ଓ ଯାତାୟାତ ବନ୍ଦ କରିବା ଲକ୍‌ଡାଉନ୍‌ ଭଳି ଗୋଟିଏ ପଦକ୍ଷେପରେ ହାସଲ କରିହୁଏ। ୧୮୯୭ର ବିପର୍ଯ୍ୟୟ ପରିଚାଳନା ଆଇନରେ ଏହି ବ୍ୟବସ୍ଥା ରହିଛି। ଆବଦ୍ଧ କରି ରଖିବା ବା କଣ୍ଟେନମେଣ୍ଟ ଏହାର ଅନ୍ୟ ରୂପ। ଫଳରେ ସଂକ୍ରମିତ ଲୋକଠାରୁ ନଭେଲ କରୋନା ଭାଇରସ ଡେଇଁବାକୁ ଆଉ ଗୋଟିଏ ମଣିଷ ପାଇବ ନାହିଁ।
ବୈଜ୍ଞାନିକମାନେ ଅନୁଧ୍ୟାନ କରି କହୁଛନ୍ତି ଯେ, ନ୍ୟୁଜିଲାଣ୍ଡରେ ଯେତେବେଳେ ଜଣ ଜଣକିଆ ମୃତ୍ୟୁ ଖବର ଆସିଲା ସେଠାକାର ସରକାର କଡ଼ା କଣ୍ଟେନମେଣ୍ଟ ଆଦେଶ ଜାରି କରିଦେଲେ, ଲୋକେ ଏକାଠି ହେବେନାହିଁ, ସ୍କୁଲ କଲେଜ ଓ କାର୍ଯ୍ୟସ୍ଥଳୀ ବନ୍ଦ ରହିବ। ଏ ପ୍ରକାର ପଦକ୍ଷେପ ନ ନେଇଥିଲେ ଯେତେ ମରିଥାନ୍ତେ ତାହାର ୯୦ପ୍ରତିଶତ କମିଗଲା। ଅନ୍ୟ ପ୍ରକାରରେ କହିଲେ, ନ୍ୟୁଜିଲାଣ୍ଡ ଭଳି ଦେଶରେ କଡା ଲକ୍‌ଡାଉନ୍‌ ଜାରି କରି ନ ଥିଲେ ମୃତ୍ୟୁସଂଖ୍ୟା ୧୦ ଗୁଣ ବଢ଼ିଯାଇଥାନ୍ତା। ଭିଏଟନାମ୍‌ ଭଳି ଦେଶ ଅତି ଶୀଘ୍ର କଣ୍ଟେନମେଣ୍ଟ ପଦକ୍ଷେପ ନେଇ ଥିବାରୁ ସଂକ୍ରମଣ ସଂଖ୍ୟା ୯୫ପ୍ରତିଶତ ଓ ମୃତ୍ୟୁ ୯୮ପ୍ରତିଶତ କମିଗଲା। ଫଳରେ ସେ ଦେଶର ଅର୍ଥନୀତି ଅଳ୍ପ ଦିନ ଭିତରେ ଫେରୁଛି।
ଅବଶ୍ୟ ଦେଶ ଭେଦରେ ଓ ସାମାଜିକ ଚଳଣି ଭେଦରେ କଣ୍ଟେନମେଣ୍ଟ ପଦକ୍ଷେପର ଫଳ ଭିନ୍ନ ଭିନ୍ନ ହୋଇଛି। କରୋନା ଆବିର୍ଭାବ ବେଳକୁ ଯେଉଁ ଦେଶଗୁଡିକରେ ପାଗ ଥଣ୍ଡା ଥିଲା ସେ ଦେଶଗୁଡିକରେ ସଂକ୍ରମଣ ବେଶି ହେଲା, ଯେଉଁ ଦେଶଗୁଡିକରେ ବେଶି ବୟସ୍କ ଲୋକ ଓ ତେଣୁ ସଂକ୍ରମଣ ଆଗରେ ଦୁର୍ବଳ, ସେଗୁଡିକରେ ଭୂତାଣୁ ସଂକ୍ରମଣର ପ୍ରଭାବ ତୀବ୍ର ହେଲା। ଅନ୍ୟପକ୍ଷରେ ଯେଉଁ ଦେଶଗୁଡିକରେ ଜନ ସଂଖ୍ୟା କମ୍‌ ଓ ସ୍ବାସ୍ଥ୍ୟସେବା ଉନ୍ନତ ସେଠାରେ କଣ୍ଟେନମେଣ୍ଟ ବ୍ୟବସ୍ଥାର ଫଳ ଉତ୍ତମ ହେଲା। ଅର୍ଥାତ୍‌ ଯେଉଁ ଦେଶର ଜନସଂଖ୍ୟା ପ୍ରତି ବର୍ଗ କିଲୋମିଟର ପ୍ରତି ଯେତେ କମ୍‌ ଏବଂ ସ୍ବାସ୍ଥ୍ୟସେବା ଯେତେ ଉନ୍ନତ ସେ ଦେଶରେ କଣ୍ଟେନମେଣ୍ଟ ଓ ଅନ୍ୟ ପ୍ରକାରର ପ୍ରଶମନ ବ୍ୟବସ୍ଥା ସେତେ ସହଜ ଓ ଭଲ ହେବ। ତେଣୁ ଯେଉଁ ଦେଶରେ ନାଗରିକମାନେ ଶୃଙ୍ଖଳିତ ଅର୍ଥାତ୍‌ ଆପେ ଆପେ ଆଇନକୁ ମାନୁଛନ୍ତି, ସେଠାରେ କଣ୍ଟେନମେଣ୍ଟ ଜାରି ହେଲା କ୍ଷଣି ସଂକ୍ରମଣ କମି ଯାଉଛି। ଆମ ଦେଶରେ ବିଭିନ୍ନ ପ୍ରକାରର କଣ୍ଟେନମେଣ୍ଟ ବ୍ୟବସ୍ଥା ଏକାବେଳକେ କାର୍ଯ୍ୟକାରୀ ହେଉଥିବାରୁ କେଉଁ ଉପାୟଟି ବେଶି ଭଲ କାମ କରୁଛି କହିବା କଷ୍ଟକର, କିନ୍ତୁ ସଂକ୍ରମଣ ବା ଡେଇଁବାକୁ ଅସମ୍ଭବ କରିବାର ଉପାୟ ତ ଡେଇଁବାର ଦୂରତାକୁ ବଢାଇଦେବା, ଯେମିତି ଡେଇଁପାରିବ ନାହିଁ। ଭୂତାଣୁ ଡେଇଁବାର ସୀମାକୁ ସୋସିଆଲ ଡିଷ୍ଟାନ୍ସିଂ କୁହାଯାଉଛି, ସେହି ଡିଷ୍ଟାନ୍ସକୁ ବଳବତ୍ତର କରୁଛି ଲକ୍‌ଡାଉନ୍‌ ବା ସଟ୍‌ଡାଉନ୍‌।
ଅନେକ ଦିନ ଏମିତି ଚାଲିଲେ ଲୋକଙ୍କ ଅଭ୍ୟାସରେ ପଡିଯିବ ବୋଲି ଅନେକେ ପଚାରୁଛନ୍ତି କରୋନା ଭାଇରସ ମଣିଷର ସାମାଜିକ ଓ ଅର୍ଥନୈତିକ ପୁନର୍ଗଠନ ଆଣିବ କି? ବିପଦ ବା ସଙ୍କଟକୁ ଚାଇନାର ମାଣ୍ଡାରିନ୍‌ ଭାଷାରେ ୱିଜି କୁହାଯାଏ, କିନ୍ତୁ ଏହା ଦୁଇଟି ଶବ୍ଦର ମିଳନ- ୱି ମାନେ ସଙ୍କଟ, ଆଉ ଜି ମାନେ ସୁଯୋଗ- ୱିଜି ଅର୍ଥ ସଙ୍କଟସୁଯୋଗ। ସବୁ ସଙ୍କଟରେ ବିପଦ ଆଶଙ୍କା ଥାଏ ଏବଂ ସୁଯୋଗ ଆଶା ବି ଥାଏ- କିଏ କେମିତି ବ୍ୟବହାର କରୁଛି ତା’ ଉପରେ ନିର୍ଭର କରେ। କ’ଣ କଲେ ଏପରି ବିପଦର ମୁକାବିଲା କରିହେବ, କାହା ଉପରେ ଅଗ୍ରାଧିକାର ଦିଆଯିବ, ଅନୁଷ୍ଠାନଗୁଡିକ କିପରି କରାହେବା ଉଚିତ, ପୁଞ୍ଜିନିବେଶ ବ୍ୟବସ୍ଥା କିପରି ହେବା ଉଚିତ- ଚିନ୍ତକମାନେ ମୂଲ୍ୟବାନ ଶିକ୍ଷା ପାଆନ୍ତି। ବଡ ସଙ୍କଟ ଆସିଲେ ସେ ସମୟରେ ଅର୍ଥବ୍ୟବସ୍ଥାକୁ ପୁନର୍ଗଠନ କରିବା ପାଇଁ ସମାଜର ବିଭିନ୍ନ ବର୍ଗ ଭିତରେ କ୍ଷମତାର ଲଢ଼େଇ ଲାଗିଯାଏ। ପ୍ରେସିଡେଣ୍ଟ ହୁବର୍‌ ଗ୍ରେଟ୍‌ ଡିପ୍ରେସନ ଧ୍ୱଂସଲୀଳାର ମୁକାବିଲା କରିପାରିଲେ ନାହିଁ ବୋଲି ଫ୍ରାଙ୍କଲିନ୍‌ ରୁଜଭେଲ୍ଟ (୧୯୩୩-୩୮) ନିର୍ବାଚନରେ ଜିତିଗଲେ। ସେ ବଡ ଧରଣର ସାଂଗଠନିକ ପରିବର୍ତ୍ତନ ଆଣିଲେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ: ଥ୍ରି ଆର୍‌, ରିଲିଫ୍‌, ରିକଭରି ଓ ରିଫର୍ମ। ଆମ ଦେଶରେ ତ ନେତୃତ୍ୱର ପରିବର୍ତ୍ତନ କେହି ଚାହୁଁ ନାହାନ୍ତି। ବର୍ତ୍ତମାନର ଆହ୍ବାନ ହେଉଛି ବେକାରି ଦୂର କରିବା ଓ ଗରିବଙ୍କୁ ଖାଦ୍ୟ ଓ ସ୍ବାସ୍ଥ୍ୟସେବା ଯୋଗାଇବା। ଟେକ୍ନୋଲଜିର ବିକାଶ ଓ ଅଟୋମେଶନ ପ୍ରଚଳନ ବେକାରି ବଢାଇବ। ତେଣୁ ପ୍ରତ୍ୟେକ ଗରିବକୁ (ପ୍ରାୟ ୭୦ କୋଟି ଲୋକଙ୍କୁ), ୟୁନିଭର୍ସାଲ୍‌ ବେସିକ୍‌ ଇନ୍‌କମ୍‌ ବୟସ୍କଙ୍କୁ ମାସିକ ୬୦୦୦ ଓ ନାବାଳକକୁ ୩୦୦୦ ଟଙ୍କା ଲେଖାଏ, ନିଃସର୍ତ୍ତ ଆୟ ହିସାବରେ ତା’ ଏକାଉଣ୍ଟରେ ଦିଆଯାଉ। ଏହି ୭୦ କୋଟି ଲୋକଙ୍କ ଖର୍ଚ୍ଚ ତ ଦେଶର ଜିଡିପିକୁ ବଢାଇବ, ବିଦେଶକୁ ନେଇଯିବାର ଆଶଙ୍କା ନାହିଁ। (ଏବକାର ୨୦ ଲକ୍ଷ କୋଟି ଟଙ୍କା ତ ଖାଉ-ଲୋକଙ୍କ ଭିତରେ ବଣ୍ଟାବଣ୍ଟିରେ ସରିଯିବ।) କିନ୍ତୁ ଦେଶରେ ଖୁସିର ହାୱା ବହିବ ଓ ରାଜନୀତିରେ ଭ୍ରଷ୍ଟାଚାର (ଯଥା ଭୋଟକିଣା ଅର୍ଥରେ ମାଗଣା ଜିନିଷ ବାଣ୍ଟିବା) ପ୍ରାୟ ବନ୍ଦ ହୋଇଯିବ ତ ସରକାରୀ କର୍ମଚାରୀ ସଂଖ୍ୟା ବି କମିଯିବ।

sahadevasahoo@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମିଛ ଦେଶପ୍ରେମ

ଆକାର ପଟେଲ ଇଂଲିଶ ଡିକ୍ସନାରି ଲେଖିଥିବା ସାମୁଏଲ ଜନ୍‌ସନ କହିଥିଲେ: ”ଦେଶପ୍ରେମ ହେଉଛି ଖଳବ୍ୟକ୍ତିିମାନଙ୍କର ଶେଷ ଆଶ୍ରୟସ୍ଥଳୀ।“ ତାଙ୍କ କହିବାର ଅର୍ଥ ହେଲା, ଆଜିଯାଏ ନିଜକୁ...

ଏଇ ଭାରତରେ

ଝାଡ଼ଖଣ୍ଡର ଜଣେ ସାମାଜିକ କର୍ମୀ ୨୫,୦୦୦ ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା କିଛି କମ୍‌ କଥା ନୁହେଁ। ଏଇ ସମାଜସେବୀ ହେଉଛନ୍ତି ନୀଳକଣ୍ଠ ମିଶ୍ର। ନୀଳକଣ୍ଠଙ୍କ...

ପ୍ରୀତିଭୋଜନର ବୋଝ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ବନ୍ଧୁ ଜଣକ ବଡ ବିମର୍ଶ ଦିଶୁଥିଲେ, ସତେ ଯେମିତି ସୌଦାଗରଙ୍କ ସାତଖଣ୍ଡ ବୋଇତ ଏକାଦିନେ ସମୁଦ୍ରରେ ବୁଡିଯାଇ ତାଙ୍କୁ ସର୍ବସ୍ବାନ୍ତ...

ସୁରକ୍ଷାବଳୟ

ନିମାଇଁ ଚରଣ ଲେଙ୍କା ଆତ୍ମା ସ୍ବଭାବତଃ ମୁକ୍ତ। ମାତ୍ର ତା’ର ହାତଗୋଡ଼ରେ ବେଡି ପକାଇଛନ୍ତି କାମନା ଓ ବାସନା। କର୍ମର ବନ୍ଧନ ଜୀବର ବଡ଼ ବନ୍ଧନ।...

ଏଇ ଭାରତରେ

କେତେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟକୁ ଜଳାଞ୍ଜଳି ଦେଇ ଅର୍ଥ ରୋଜଗାର କରିଥାଆନ୍ତି। ଏଭଳି ଏକ ଘଟଣା ମହାରାଷ୍ଟ୍ରର ବିଡ୍‌ ଜିଲାରେ ଦେଖିବାକୁ ମିଳୁଛି। ଅଧିକ ଅର୍ଥ...

ପାଠ୍ୟକ୍ରମରେ ପରିବର୍ତ୍ତନର ନିହିତାର୍ଥ

ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନା ମହାମାରୀଜନିତ ସଙ୍କଟ ଯୋଗୁ ଆମ ଦେଶରେ ଚଳିତ ଶିକ୍ଷାବର୍ଷରେ ଛାତ୍ରୀଛାତ୍ରଙ୍କ ସ୍ବାଭାବିକ ପାଠପଢ଼ା ଏଯାଏ ଆରମ୍ଭ ହୋଇପାରି ନାହିଁ। ଏଭଳି ଅନିଶ୍ଚିତତାକୁ...

ଜିତେଇଦେଲେ ଚନ୍ଦ୍ର ବୁଲେଇନେବି

ଇଂ. ଶକ୍ତି ପ୍ରସାଦ ଦାସ ନିକଟରେ ତାମିଲନାଡ଼ୁର ଦକ୍ଷିଣ-ମଦୁରାଇ ନିର୍ବାଚନମଣ୍ଡଳୀରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଜିତିଲେ ଭୋଟରଙ୍କୁ ମାଗଣାରେ ଚନ୍ଦ୍ର ବୁଲାଇ ନେବାର ପ୍ରତିଶ୍ରୁତି ଦେଇଛନ୍ତି।...

ଏଇ ଭାରତରେ

ମଇଳା ପାଣି ନାଳୀ ପାଲଟିଯାଇଥିବା ପୁରାତନ ଘରାର୍‌ ନଦୀକୁ ଜୀବନ ଦେଇପାରିଛନ୍ତି ଉତ୍ତରପ୍ରଦେଶର ବିଲଖର ଗ୍ରାମବାସୀ। ଚେକ୍‌ଡ୍ୟାମ ଓ ଜବରଦଖଲ କାରଣରୁ ପାନା ପର୍ବତରୁ ବାହାରି...

BGU
Play 250+ Trending Games
Archives

Model This Week

Why Dharitri