Posted inଫୁରସତ

କେଉଁଠି କରିବେନି ଠାକୁରଘର

୧.ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘର କେବେବି ଶିଡ଼ିତଳେ କରିବା ଉଚିତ ନୁହେଁ। ଘରେ ଅଯଥା କଳହ ଲାଗି ରହିବ। ପରିବାର ସଦସ୍ୟଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିବ। ଧନହାନି ବି ହୋଇପାରେ।

୨. ବେସ୍‌ମେଣ୍ଟ(ଭୂତଳ ଘର)ରେ ବି ପୂଜାଘର କରିବା ଉଚିତ ନୁହେଁ। ଏଭଳି କଲେ ପୂଜାର ଫଳ ମିଳି ନ ଥାଏ। ସମସ୍ୟା ଉପରେ ସମସ୍ୟା ଆସିଥାଏ।

୩. ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷକୁ କେବେ ବି ପୂଜାଘର କରିବା ଠିକ୍‌ ନୁହେଁ। ଯଦି ଅନ୍ୟ କୌଣସି ଉପାୟ ନ ଥାଏ, ତେବେ ପୂଜାଘର ଚାରିପଟେ ପରଦା ଲଗାଇଦେବେ। ଏହାବାଦ୍‌ ଶୟନକକ୍ଷର ଉତ୍ତର-ପୂର୍ବ ଦିଗରେ ହିଁ ପୂଜାଘର କରିବେ। ପୂଜାଘରର ରଙ୍ଗ ଧଳା ଓ କ୍ରିମ କଲେ ଭଲ।

୪. ଘରେ ମନ୍ଦିରର ସ୍ଥାନ ଯେମିତି ମହତ୍ତ୍ୱପୂର୍ଣ୍ଣ, ତା’ ମଧ୍ୟସ୍ଥ ମୂର୍ତ୍ତିର ମହତ୍ତ୍ୱ ବି ବେଶ୍‌ ରହିଛି। ମୂର୍ତ୍ତିର ଆକାର ୮ ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ। ଏଭଳି ନ ହେଲେ ଘରର ମୁଖିଆଙ୍କୁ ସନ୍ତାନଙ୍କଠାରୁ କଷ୍ଟ ମିଳିବା ଯୋଗ ବନିଯାଏ।

୫. ଧ୍ୟାନ ଦେବା ଜରୁରୀ ଯେ, ଭଗବାନ୍‌ଙ୍କ ଫଟୋ ହେଉ କି ମୂର୍ତ୍ତି, ତାକୁ କେବେବି ଘରର ନୈଋତ କୋଣରେ ରଖିବେ ନାହିଁ। ଏଭଳି କଲେ ଘରର ସଦସ୍ୟଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ଆସିଥାଏ।

୬. ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘରେ କେବେବି ଶ୍ରୀଗଣେଶ ଓ ଭଗବତୀ ଦେବୀଙ୍କର ତିନୋଟି ପ୍ରତିମା ରଖିବେ ନାହିଁ। ଏହାବାଦ୍‌ ୨ଟି ଶଙ୍ଖ, ୨ଟି ସୂର୍ଯ୍ୟଦେବଙ୍କ ପ୍ରତିମା ଓ ଦୁଇଟି ଶାଳଗ୍ରାମ ବି ରଖିବେ ନାହିଁ। ନଚେତ ମନ ସବୁବେଳେ ବିଚଳିତ ରହିବ। ଧନହାନି ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ଏହି ଛୋଟ ନଦୀରେ ଖେଳୁଛନ୍ତି ଡଲ୍‌ଫିନ୍‌

ଡଲଫିନ ଦେଖିବାକୁ ଏତେ ଆକର୍ଷଣୀୟ ଯେ, ଲୋକେ ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ଘଣ୍ଟା ଘଣ୍ଟା ଅପେକ୍ଷା କରନ୍ତି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ କିଛି...

ଘଣ୍ଟାକରେ ମାଉଥ୍‌ ଅର୍ଗାନରେ ୪୫ ଗୀତ ବଜାଇ ରେକର୍ଡ କଲେ ଏହି କୁନି ବାଳକ

କରୋନା ସମୟରେ ଯେତେବେଳେ ସ୍କୁଲ ବନ୍ଦ ଥିଲା ସେତେବେଳେ କିଛି ପିଲା ଘରେ ରହି ନିଜର କଳା କୌଶଳ ପ୍ରଦର୍ଶନ କରିଥିଲେ। ଜଣେ ଛାତ୍ର ୨୧...

‘ସାମାଜିକ ମୂଲ୍ୟବୋଧ ବଜାୟ ରହୁ’

ସମାଜରୁ ନିଶା ଓ ହିଂସାର ବିଲୋପ ଘଟି ସାମାଜିକ ମୂଲ୍ୟବୋଧ ବଜାୟ ରହୁ। ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଭଳି ମହା ମନୀଷୀଙ୍କ ଆଦର୍ଶ...

ଅନୁଷ୍କାଙ୍କ ପରେ ଏବେ ପିସିଙ୍କ ପାଳି ! ଏହି ଡ୍ରେସ୍‌କୁ କୁହାଯାଉଛି ‘ଚମତ୍କାରୀ’

ବମ୍ବେ: ନିକଟରେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟର ବିରାଟ କୋହଲୀ ଏବଂ ପତ୍ନୀ ଅନୁଷ୍କା ଶର୍ମା। ଇନ୍‌ଷ୍ଟ୍ରାଗ୍ରାମରେ ଫଟୋ ଶେୟାର...

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା...

ଗର୍ଭିଣୀ ମଇଁଷିର ଜୀବନ ଭିକ୍ଷା

ବେଜିଂ: ଲୁହରେ ଲତପତ ଆଖି। ମୁହଁରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବଞ୍ଚତ୍ବାର ଅଭିଳାଷ। ସେଇଥିପାଇଁ ଗୋଡ଼ ଭାଙ୍ଗି ଜୀବନ ଫେରାଇ ଦେବାକୁ କଂସେଇଖାନାର କର୍ମଚାରୀଙ୍କୁ...

ଏଇଠି ସରିଛି ଦୁନିଆର ରାସ୍ତା, ଭୁଲ୍‌ରେ ବି ଯାଆନ୍ତୁନି

ବେଳେବେଳେ ମନରେ ଏମିତି ପ୍ରଶ୍ନ ଆସିଥିବ ନିଶ୍ଚିତ ଯେ, ବିଶ୍ୱ କେଉଁଠାରେ ସରିଛି; ଏହାର ଶେଷ ରାସ୍ତା କେଉଁଠି ଇତ୍ୟାଦି ଇତ୍ୟାଦି। ଆଜ୍ଞା ହଁ ଏମିତି...

ମାତ୍ର ୧୦ ଟଙ୍କାରେ ଲାଗୁଥିଲେ ମୂଲ , ଏବେ ୭୩୦ କୋଟିର ମାଲିକ

ଭାଗ୍ୟ କାହାକୁ ନେଇ କେତେବେଳେ କେଉଁଠି ଠିଆ କରିଦେବ କହିହୁଏ ନାହିଁ। ଆଜି ଯେ ଧନୀ କାଲି ସେ ଗରିବ। ଆଉ ଆଜି ଯେ ଗରିବ...

Advertisement
Archives

Model This Week