କୃଷି ଉତ୍ପାଦରେ ମୂଲ୍ୟ ସଂଯୋଗ

ଦୀପକ କୁମାର ରାମ

କରୋନା ଭାଇରସ ସାମଗ୍ରିକ ଭାବରେ ଆମର କୃଷି ଓ କୃଷକମାନଙ୍କ ଉପରେ ବହୁ ଗଭୀର ପ୍ରଭାବ ପକାଇଛି। ଏହାଦ୍ୱାରା ଦେଶର ଅର୍ଥନୀତି ତଥା ବଜାରରେ ସମସ୍ତ ଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି।
ଚଳିତବର୍ଷ କୃଷକମାନେ ବହୁତ ଭଲ ଫସଲ ଅମଳ କରିଥିଲେ। ତେଣୁ ଭଲ ଲାଭ ମଧ୍ୟ ଆଶା କରୁଥିଲେ। କିନ୍ତୁ କରୋନା ଭୂତାଣୁ ସମସ୍ତଙ୍କର ଜୀବନ ଓ ଜୀବିକାକୁ ବହୁଭାବେ କ୍ଷତିଗ୍ରସ୍ତ କରିଛି। ସେମାନେ ଉତ୍ପାଦନ କରୁଥିବା ଫସଲ ଫଳ ଓ ପନିପରିବା, ଯାହା ବହୁ ଅଳ୍ପ ସମୟ ମଧ୍ୟରେ ନଷ୍ଟ ହୋଇଯାଏ, ଏହାଦ୍ୱାରା ମୁଖ୍ୟତଃ କ୍ଷତିଗ୍ରସ୍ତ ହୋଇଛି। ସ୍ବଳ୍ପ ଶୀତଳ ଭଣ୍ଡାର ଓ ପ୍ରକୃଷ୍ଟ ଗୋଦାମ ଘରର ଅଭାବ ଏହାର ଏକ ପ୍ରମୁଖ କାରଣ।
କରୋନା ମହାମାରୀର ପରବର୍ତ୍ତୀ ସମୟରେ କୃଷି ଉତ୍ପାଦରେ ଉଚିତ ମୂଲ୍ୟଯୁକ୍ତୀକରଣ ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ବହୁ କୃଷି ଉତ୍ପାଦର ଜୀବନକାଳ ବହୁତ କମ୍‌, ଯାହା ଶୀଘ୍ର ଖରାପ ହୋଇଯାଏ। ତେଣୁ ଏହିସବୁ ଶୀଘ୍ର ନଷ୍ଟ ହୋଇଯାଉଥିବା ଉତ୍ପାଦର ପ୍ରକ୍ରିୟାକରଣର ବହୁତ ବଡ଼ ଆବଶ୍ୟକତା ରହିଛି। ଏହି ସମସ୍ୟାର ନିରାକରଣ ପାଇଁ ମୁଖ୍ୟତଃ ୨ଟି ଉପାୟ ରହିଛି। ପ୍ରଥମରେ ନୂତନ ଶୀତଳୀକରଣ ଭଣ୍ଡାରର ସ୍ଥାପନା ତଥା ବର୍ତ୍ତମାନ ଉପଲବ୍ଧ ଭଣ୍ଡାରଗୁଡ଼ିକର ଉନ୍ନତି କରାଯିବା ଉଚିତ। ତାହା ସହ ଏହି ଭଣ୍ଡାରଗୁଡ଼ିକ ଉତ୍ପାଦନ ହେଉଥିବା ଅଞ୍ଚଳରେ ହିଁ ସ୍ଥାପିତ ହେବା ଉଚିତ, ଯାହାଦ୍ୱାରା ସମୟ ଓ ଖର୍ଚ୍ଚର ଅପଚୟ ରୋକାଯାଇ ପାରିବ ଓ ସାମୟିକ ଭାବରେ ମୁଖ୍ୟ ଲକ୍ଷ୍ୟ ହାସଲ କରିହେବ। ଦ୍ୱିତୀୟତଃ ଉତ୍ପାଦିତ ଫଳ ଓ ପନିପରିବାର ଠିକ୍‌ ପ୍ରକ୍ରିୟାକରଣ କରି ବିଭିନ୍ନ ସାମଗ୍ରୀ ଉତ୍ପାଦନ କରାଯାଇ ପାରିବ, ଯାହା ପରବର୍ତ୍ତୀ ସମୟରେ ବହୁଦିନ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ବ୍ୟବହାର ଉପଯୋଗୀ ରହିପାରିବ। ଏହାଦ୍ୱାରା ବିଭିନ୍ନ ଦ୍ରବ୍ୟର ଗୁଣବତ୍ତା ବଢ଼ିବା ସହ ମୂଲ୍ୟ ବୃଦ୍ଧି ହୋଇପାରିବ। ଆଜିର ଦୁନିଆରେ ସହଜରେ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରାଯାଉଥିବା ଖାଇବା ପଦାର୍ଥର ପ୍ରଚୁର ଚାହିଦା ରହିଛି। ଆମ ଦେଶର ଯୁବପିଢ଼ିଙ୍କର ଅବଦାନ ଏଥିପାଇଁ ବହୁତ ଅଧିକ।
ଫଳ ଓ ପନିପରିବାର ଉତ୍ପାଦନ ପରେ ବିଭିନ୍ନ ଭ୍ରାମ୍ୟମାଣ ପ୍ରକ୍ରିୟାକରଣ ବ୍ୟବସ୍ଥା ମାଧ୍ୟମରେ ଏହାକୁ ସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଭଲଭାବରେ ସଫା କରାଯାଇ ଏହାର ରସ ଓ ମଣ୍ଡ ବାହାର କରାଯାଇପାରିବ। ଆବଶ୍ୟକତା ଅନୁଯାୟୀ ଏହାକୁ ଗରମ କରିବା ପରେ ବିଭିନ୍ନ ବୋତଲ ତଥା ପ୍ୟାକେଟରେ ଭର୍ତ୍ତି କରାଯାଇ ପାରିବ। ଏହିସବୁ ପ୍ରକ୍ରିୟାରେ ସ୍ବାସ୍ଥ୍ୟକର ପରିବେଶର ସବୁଠାରୁ ବଡ଼ ଭୂମିକା ରହିଛି, ଯାହାଦ୍ୱାରା ଏହା ବହୁଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖାଯାଇ ପାରିବ। ଆମ ରାଜ୍ୟରେ ଏହି ପ୍ରକ୍ରିୟା ମାଧ୍ୟମରେ ଆମ୍ବ, ଲିଚୁ, କାଜୁ ତଥା ଟମାଟୋ ରଖାଯାଇ ପାରିବ। ଏହାଦ୍ୱାରା ଅଭାବୀ ବିକ୍ରି ତଥା କୋଭିଡ୍‌-୧୯ ସମୟରେ ବିକ୍ରି ନ ହୋଇ ପାରିବା ଯୋଗୁ ନଷ୍ଟ ହୋଇଯାଉଥିବା କୃଷି ଉତ୍ପାଦକୁ ଭବିଷ୍ୟତରେ ରୋକାଯାଇ ପାରିବ ଓ ଚାଷୀ ତାହାର ପରିଶ୍ରମର ଉଚିତ ମୂଲ୍ୟ ପାଇପାରିବ।
ଉଦାହରଣ ସ୍ବରୂପ ଆମ୍ବ, ଯାହା ଫଳମାନଙ୍କର ରାଜା ବୋଲି ପରିଚିତ ଓ ସାରା ରାଜ୍ୟରେ ଉପଲବ୍ଧ ହୋଇଥାଏ। ପ୍ରକାରଭେଦ ଅନୁଯାୟୀ ଆମ ରାଜ୍ୟର ଉର୍ବର ମାଟି ଓ ଉତ୍ତମ ସହାୟକ ପରିବେଶ ଯୋଗୁ ବହୁ ପ୍ରକାରର ଦେଶୀୟ ତଥା ଉଚ୍ଚସ୍ତରୀୟ ଆମ୍ବ ଚାଷ କରାଯାଇଥାଏ। ଏହି ଆମ୍ବ ଉତ୍ପାଦନ ଭବିଷ୍ୟତରେ ଆମ ରାଜ୍ୟର ଖାଦ୍ୟ ସୁରକ୍ଷା ପାଇଁ ସହାୟକ ହୋଇପାରିବ। ଆମ୍ବ ଦ୍ୱାରା ବହୁ ପ୍ରକାରର ମୂଲ୍ୟଯୁକ୍ତ ସାମଗ୍ରୀ ଆମ ରାଜ୍ୟରେ ହିଁ ପ୍ରସ୍ତୁତ କରାଯାଇ ପାରିବ, ଯାହାର ଏକ ସମ୍ପୂର୍ଣ୍ଣ ବିପଣୀ ସମଗ୍ର ଦେଶ ଓ ବିଦେଶରେ ପ୍ରସ୍ତୁତ ହୋଇ ରହିଛି। ତେଣୁ ଏହି ସୁଯୋଗର ସଦୁପଯୋଗ ଆମ ରାଜ୍ୟର କୃଷକ ତଥା କୃଷିକ୍ଷେତ୍ର ପାଇଁ ଏକ ବରଦାନ ପରି କାର୍ଯ୍ୟ କରିବ।
ବିଭାଗୀୟ ମୁଖ୍ୟ, କୃଷି ବ୍ୟବସାୟ ପରିଚାଳନା କେନ୍ଦ୍ର, ବ୍ୟବସାୟ ପ୍ରଶାସନ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri