କୃଷି ଆଇନରେ ଜଟିଳତା

ଗୋକୁଳ ପଟ୍ଟନାୟକ

କୃଷକମାନଙ୍କ ଆନ୍ଦୋଳନକୁ କେନ୍ଦ୍ରକରି କିଛି ସପ୍ତାହ ହେବ ଦେଶ ଏକ ସଙ୍କଟଜନକ ସ୍ଥିତିରେ ରହିଛି। ଲକ୍ଷ ଲକ୍ଷ କୃଷକ ରାସ୍ତା ଉପରେ ରହିଛନ୍ତି ଓ ଦେଶର ରାଜଧାନୀ ଦିଲ୍ଲୀକୁ ଘେରାବନ୍ଦୀ କରି ରଖିଛନ୍ତି। ଏହି ବିବାଦର ମୂଳ କାରଣ ହେଉଛି ତିନୋଟି କୃଷି ଆଇନ। ନିକଟରେ ସରକାର ଏହାକୁ ପ୍ରାୟତଃ ଲୁଚାଛପାରେ ଲାଗୁ କରିବା ଯୋଗୁ ଏହା ଉପୁଜିଛି। କୋଭିଡ୍‌ ମହାମାରୀର ଦୁର୍ଦ୍ଦିନରେ ଲୋକମାନେ ଅର୍ଥବ୍ୟବସ୍ଥାକୁ ନେଇ ଚିନ୍ତିତ ଥିବାବେଳେ କୃଷି କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଜୁନ ୫ରେ ସରକାର ତିନୋଟି ବିଧେୟକ ଆଣିଥିତ୍ଲେ। ଏହାର ପରିଣାମ କ’ଣ ହେବ ସେ ସମ୍ପର୍କରେ ଚିନ୍ତା କରିନଥିଲେ। ତାହାକୁ ସେପ୍ଟେମ୍ବରରେ ପାର୍ଲାମେଣ୍ଟରେ ଉପସ୍ଥାପିତ କରାଯାଇଥିତ୍ଲା ଏବଂ ତରବରିଆ ଭାବେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରାଇ ଆଇନରେ ପରିଣତ କରାଗଲା।
ଏହି ତିନୋଟି କୃଷି ଆଇନ କୃଷି ବଜାର ଉପରେ ଅଧିକ ଗୁରୁତ୍ୱ ଦେଇ ଏଥିରେ ଉନ୍ନତି ଆଣିିବାକୁ ଲକ୍ଷ୍ୟ ରଖିଛି । ପାରମ୍ପରିକ ଏଗ୍ରିକଲଚର ପ୍ରଡ୍ୟୁସ ମାର୍କେଟିଂ କମିଟି (ଏପିଏମ୍‌ସି) ଆଧାରିତ ମଧ୍ୟସ୍ଥଙ୍କ ପ୍ରଭାବ କମ୍‌ କରିବା କିମ୍ବା ଏହି ଧାରାକୁ ସମ୍ପୂର୍ଣ୍ଣ ଶେଷ କରିବା ସହିତ ଏକ ଏକକ ଜାତୀୟ ମାର୍କେଟ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସାମଗ୍ରିକ ଭାବେ ଏହି ଆଇନଗୁଡ଼ିକ ଗଢାଯାଇଛି। ସେମାନଙ୍କ ଧାରଣା ଯେ, ସେମାନେ ଘରୋଇ ବ୍ୟବସାୟୀମାନଙ୍କୁ କୃଷି ଉପତ୍ାଦ ଯୋଗାଣ ଚେନ୍‌ରେ ଖୁବ୍‌ ସହଜରେ ନିବେଶ କରାଇବାରେ ସକ୍ଷମ ହୋଇପାରିବେ, ଯାହାଦ୍ୱାରା ଯୋଗାଣ ଚେନ୍‌ ଓ ତୃଣମୂଳସ୍ତର କାର୍ଯ୍ୟଧାରାର କ୍ଷମତାକୁ ବୃଦ୍ଧି କରାଯିବା ସହ ଲାଭ ପହଞ୍ଚାଯାଇପାରିବ। ଏହି ସବୁ ଲାଭ କୃଷକମାନଙ୍କ ପାଖକୁ ଯିବ ଓ ସେମାନଙ୍କ ଆୟ ବୃଦ୍ଧି ହୋଇପାରିବ। ଏହି ଆଇନଗୁଡ଼ିକୁ କେତେ ଜଣ ଭାରି ପ୍ରଶଂସା କରି ଏହାକୁ ‘କ୍ରାନ୍ତିକାରୀ’ ଏବଂ ‘ଭାରତୀୟ କୃଷିର ୧୯୯୧ ମୁମେଣ୍ଟ’ ବୋଲି ପ୍ରକାଶ କରୁଥିତ୍ବାବେଳେ ଆଉ କେତେକେ ଏହାକୁ କୃଷକଙ୍କ ପାଇଁ ନର୍କ ବୋଲି କହୁଛନ୍ତି।
ପ୍ରଥମ ଆଇନ- ଦି ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍‌ ଆଣ୍ଡ୍‌ କମର୍ସ (ପ୍ରମୋଶନ ଆଣ୍ଡ୍‌୍‌ ଫେସିଲିଟେଶନ ଆଇନ ୨୦୨୦ ବା କୃଷି ଉପତ୍ାଦନର ବେପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ୍‌ ୨୦୨୦। ତିନୋଟି ଆଇନ ମଧ୍ୟରେ ଏହା ସବୁଠୁ ବିବାଦୀୟ। ଏହି ଆଇନରେ ରାଜ୍ୟ ସ୍ତରୀୟ (ଏପିଏମ୍‌ସି) ଆଇନକୁ ଅଣଦେଖା କରାଯିବାର ଚେଷ୍ଟା କରାଯାଇଛି। ଏଥିପାଇଁ କେହି କେହି ଏହାକୁ ‘ଏପିଏମ୍‌ସି ବାଇପାସ୍‌ ଆକ୍ଟ’ ବି କହୁଛନ୍ତି। ଏହି ଆଇନ ଘରୋଇ ସଂସ୍ଥାଗୁଡ଼ିକୁ ଯେ କୌଣସି ସ୍ଥାନରେ କୃଷି ଉପତ୍ାଦର କିଣାବିକା କରିବା ସହ ସେମାନେ ବି ମଣ୍ଡି ଭଳି ଘରୋଇ ମାର୍କେଟ ବା ବଜାର ଖୋଲିବା ପାଇଁ ଅନୁମତି ଦେଇଛି। ଘରୋଇ ମାର୍କେଟକୁ ରାଜ୍ୟଦ୍ୱାରା ଲାଗୁ କରାଯାଇଥିବା କୌଣସି ପ୍ରକାର କଟକଣା,ବଜାର ଦେୟ ବା ଟିକସରୁ ମୁକ୍ତ ରଖାଯାଇଛି। ଏହାଦ୍ୱାରା ଏପିଏମ୍‌ସି ମାର୍କେଟରେ କାରବାର ବ୍ୟୟବହୁଳ ହୋଇଯିବ; ଯେହେତୁ ସେଗୁଡ଼ିକ କେବଳ ବଜାର ଦେୟ ଓ ଟିକସ ବୋଝ ସହୁନାହାନ୍ତି ବରଂ ଅଡତିୟା କିମ୍ବା ମଧ୍ୟ୍ୟସ୍ଥଙ୍କୁ କମିଶନ ଦେଉଛନ୍ତି। ବ୍ୟବସାୟିକ ରେସ୍‌ରେ ଏପିଏମ୍‌ସି ପଛେଇ ଗଲେ ବ୍ୟବସାୟୀମାନେ ଶୀଘ୍ର ତାହାକୁ ଛାଡ଼ି ଚାଲିଯିବେ। ଘରୋଇ ମାର୍କେଟଗୁଡ଼ିକ ପ୍ରାୟତଃ ନିୟମ ଆଢୁଆଳରେ ରହି ଚାଲିବ। ତେବେ କମିଶନ ଏଜେଣ୍ଟ ବା ମଧ୍ୟସ୍ଥମାନେ ଏହି ମାର୍କେଟଗୁଡ଼ିକୁ ଚଳାଇବେ ନାହିଁ କିମ୍ବା ସେଠାରେ ବ୍ୟବସାୟୀମାନଙ୍କ ଭିଡ ଜମିବନାହିଁ, ଏହା ଉପରେ କୌଣସି ଗ୍ୟାରେଣ୍ଟି ନାହିଁ।
ଦ୍ୱିତୀୟ ଆଇନ ଦି ଫାର୍ମର୍ସ (ଏମ୍‌ପାଓ୍ବାରମେଣ୍ଟ ଆଣ୍ଡ୍‌ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ ଆସ୍ୟୁରାନ୍ସ ଆଣ୍ଡ୍‌ ଫାର୍ମ ସର୍ଭିସେସ ଆଇନ, ୨୦୨୦ ବା କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ମୂଲ୍ୟଧାର୍ଯ୍ୟ ଲାଗି ରାଜିନାମା ଓ କୃଷିସେବା ଆଇନ ୨୦୨୦। ଏହାକୁ ମଧ୍ୟ ଚୁକ୍ତିଭିତ୍ତିକ କୃଷି ଆଇନ କୁହାଯାଉଛି, ଯାହାକୁ ୨୦୧୮ ପୂର୍ବରୁ ରାଜ୍ୟମାନଙ୍କୁ ଏହି ଆଇନ ପ୍ରଦାନ କରାଯାଇଥିତ୍ଲା। ଏହି ଆଇନ କର୍ପୋରେଟ ଓ ପ୍ରମୁଖ ବ୍ୟବସାୟୀମାନଙ୍କୁ କୃଷକମାନଙ୍କଠାରୁୁ ସେମାନଙ୍କ କୃଷି ଉପତ୍ାଦକୁ ପୂର୍ବ ସହମତ ଗୁଣବତ୍ତା ଆଧାରରେ କିଣିବାକୁ କୃଷକମାନଙ୍କ ସହ ଲିଖିତ ଚୁକ୍ତି କରିବା ଲାଗି ଅନୁମତି ଦେଇଛି। କୃଷକ ଜଣକ ଲିଖିତ ଚୁକ୍ତି କରିବ କି ନାହିଁ ତାହା ତାଙ୍କର ଇଚ୍ଛାଧୀନ। ଯଦି ସେମାନେ ଏହା କରିବାକୁ ରାଜି ହୁଅନ୍ତି ତେବେ ସର୍ତ୍ତ ନିଶ୍ଚିତ ଭାବେ ରହିବ। ଏହା ଉଲ୍ଲଂଘନ ହେଲେ ଦଣ୍ଡ ମିଳିବ। ଯଦି ଏହି ଚୁକ୍ତିରେ କୌଣସି ବିବାଦ ଦେଖାଯାଏ ତେବେ ତାହାକୁ ନିର୍ଦ୍ଧାରିତ ଧାରାରେ ସମାଧାନ କରାଯିବ। ଏହାକୁ ଜିଲାପାଳଙ୍କ ଭଳି ରାଜସ୍ବ ଅଧିତ୍କାରୀମାନଙ୍କ ଦ୍ୱାରା ସମାଧାନ କରାଯିବାର ପ୍ରାବଧାନ ରହିଛି। ନ୍ୟାୟାଳୟର କ୍ଷେତ୍ରାଧିକାର ଉପରେ ପ୍ରତିବନ୍ଧକ ଲଗାଯାଇଛି। କଣ୍ଟାକ୍ଟ ଫାର୍ମିଂ ବା ଚୁକ୍ତିଭିକ୍ତିକ କୃଷି ନୂଆ ନୁହେଁ; ଏହା କ୍ଷୀର, କୁକୁଡ଼ା ଓ ଆଖୁରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହୋଇ ଆସୁଛି। ପ୍ରୋସେସିଂ ପାଇଁ ବହୁ କର୍ପୋରେଟ ମଧ୍ୟ ଚୁକ୍ତି ଜରିଆରେ କୃଷକମାନଙ୍କଠାରୁ ପରିବା ଓ ଫଳ କିଣୁଛନ୍ତି। ଭାରତୀୟ ଚୁକ୍ତିଭିତ୍ତିକ ଆଇନ ଅଧୀନରେ ଏପରି କି ଏକ ମୌଖିତ୍କ ଚୁକ୍ତିକୁ ଯଦି କାର୍ଯ୍ୟକାରୀ କରାଯାଏ ତାହା ଆଇନସିଦ୍ଧ ହୋଇଥାଏ। ତେବେ ଏଥିପାଇଁ କାହିଁକି ଆଉ ଏକ ଆଇନର ଆବଶ୍ୟକତା ପଡିଲା? ସରକାରୀ ଅଧିକାରୀମାନଙ୍କ ଦ୍ୱାରା ବିବାଦର ସମାଧାନ ହେଉଥିବା ଏବଂ କୋର୍ଟର ହସ୍ତକ୍ଷେପ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ବିବାଦ ସମ୍ପର୍କିତ ନିଷ୍ପତ୍ତି ସରକାର କିମ୍ବା ପ୍ରଭାବଶାଳୀ ବ୍ୟବସାୟୀ ବା ବ୍ୟବସାୟିକ ସଂସ୍ଥା ଦ୍ୱାରା ପ୍ରଭାବିତ ହେବ ବୋଲି କୃଷକମାନଙ୍କ ମନରେ ଭୟ ରହିଛି।
ତୃତୀୟ ଆଇନଟି ହେଉଛି ଏସେନ୍‌ସିଆଲ କମୋଡିଟିଜ୍‌ (ଆମେଣ୍ଡ୍‌ମେଣ୍ଟ) ଆକ୍ଟ ବା (ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ) ୨୦୨୦, ଯାହା ସବୁଠୁ କମ୍‌ ବିବାଦୀୟ। କାରଣ ଏହି ଆଇନ ଅନୁସାରେ କେନ୍ଦ୍ର ସରକାର ନିର୍ର୍ଦ୍ଦିଷ୍ଟ ଖାଦ୍ୟଶସ୍ୟର ଯୋଗାଣକୁ ଯୁଦ୍ଧ,ଦୁର୍ଭିକ୍ଷ ଅହେତୁକ ମୂଲ୍ୟବୃଦ୍ଧି ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିୟନ୍ତ୍ରଣ କରିପାରିବେ। ଦୁର୍ଭିକ୍ଷ କିମ୍ବା ଅତ୍ୟନ୍ତ ଦରବୃଦ୍ଧି ଭଳି ସ୍ଥିତି ନ ଉପୁଜିଲେ ଅତ୍ୟାବଶ୍ୟକ ବିବେଚିତ ହେଉଥିବା ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସୀମା ନେଇ କୌଣସି ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ପରିସ୍ଥିତି ବଦଳିଗଲା। ସରକାର ପିଆଜ ରପ୍ତାନି ବନ୍ଦ କରିଦେଲେ ଏବଂ ବିନା ଦର ବୃଦ୍ଧିରେ ଏହାର ଭଣ୍ଡାରଣ ବା ମହଜୁଦ ସୀମା ଉପରେ ପ୍ରତିବନ୍ଧକ ଲଗାଇଦେଲେ। ଏହା ସବୁ କିଛି ବିିଗାଡିଦେଲା। ଏହାଦ୍ୱାରା କୃଷକ ଓ ସରକାରଙ୍କ ମଧ୍ୟରେ ଥିବା ଦୃଢ ବିଶ୍ୱାସ କମିଗଲା ଏବଂ ବହୁ ବଡ ସମସ୍ୟା ମୁଣ୍ଡ ଟେକିଲା, ଯାହା ଏବକାର ଆନ୍ଦୋଳନର ମୂଳ କାରଣ। (କ୍ରମଶଃ)
ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ;
ପୂର୍ବତନ ଚେୟାରମ୍ୟାନ,ଏଗ୍ରିକଲଚରାଲ୍‌ ଆଣ୍ଡ ପ୍ରୋସେସ୍‌ଡ ଫୁଡ୍‌ ପ୍ରଡକ୍ଟସ ଏକ୍ସପୋର୍ଟ ଡେଭେଲପ୍‌ମେଣ୍ଟ ଅଥରିଟି


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?