Posted inଜାତୀୟ

ଚାଷୀ ଆନ୍ଦୋଳନବେଳେ ଆକାଉଣ୍ଟ ବନ୍ଦ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର

ବେଙ୍ଗାଲୁରୁ, ୨୭ା୯: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଗତବର୍ଷ ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଥିବାବେଳେ ଅନେକ ଟୁଇଟର ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ କେନ୍ଦ୍ର ଏହି ସୋସିଆଲ ମିଡିଆ ଜାଏଣ୍ଟକୁ ନିର୍ଦ୍ଦେଶ ଦେଇଥିଲା। ଏ ନେଇ ଟୁଇଟର ସୋମବାର କର୍ନାଟକ ହାଇକୋର୍ଟଙ୍କୁ ଜଣାଇଛି। ଟୁଇଟରର ନିୟମ ଅନୁସାରେ କେହି ୟୁଜର ବାରମ୍ବାର ଅପରାଧଭିତ୍ତିକ ପୋଷ୍ଟ ନ କଲେ ସେମାନଙ୍କ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ବ୍ଲକ କରାଯାଇପାରିବ ନାହିଁ। ଏପରି ସ୍ଥିତିରେ ୟୁଜର୍ସଙ୍କ ଗୋଟିଏ କଣ୍ଟେଣ୍ଟ ହଟାଯାଇ ଏ ନେଇ ସେମାନଙ୍କୁ ନୋଟିସ୍‌ ଜାରି କରାଯିବା କଥା ବୋଲି ଟୁଇଟର ଜଷ୍ଟିସ୍‌ କ୍ରିଷ୍ଣା ଏସ୍‌ ଦିକ୍ଷୀତଙ୍କ ଖଣ୍ଡପୀଠଙ୍କୁ କହିଛି।
ଫେବୃୟାରୀରୁ ୨୦୨୨ ଫେବୃୟାରୀ ମଧ୍ୟରେ ୧୦ ଟୁଇଟର ଆକାଉଣ୍ଟ ବ୍ଲକ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପ୍ରସଙ୍ଗରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଓକିଲାତି କରୁଥିବା ବରିଷ୍ଠ ଆଇନଜୀବୀ ଅରବିନ୍ଦ ଏସ୍‌ ଦତାର କହିଛନ୍ତି, ଆଇଟି ଆକ୍ଟର ଧାରା ୬୯ ଅନୁସାରେ କୌଣସି ଆକାଉଣ୍ଟକୁ ଏପରି ବ୍ଲକ କରାଯାଇପାରିବ ନାହିଁ। ଯଦି ଖବରକାଗଜ, ଟେଲିଭିଜନରେ କୃଷକ ଆନ୍ଦୋଳନ ଖବର ପରିବେଷଣ କରାଯାଇପାରିବ ତେବେ ଟୁଇଟରରେ ତାହା କାହିଁକି ହୋଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ସରକାରଙ୍କୁ ସମାଲୋଚନା ଅଧିକାର ନାଗରିକମାନଙ୍କର ରହିଛି ବୋଲି ସେ କହିଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୭ରେ ହେବ। ସୂଚନାଯୋଗ୍ୟ, ଆକାଉଣ୍ଟ ବ୍ଲକ କରିବା ନିର୍ଦ୍ଦେଶ ବିରୋଧରେ ଟୁଇଟର ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲା। ଏହା ଅସାମ୍ବିଧାନିକ ଏବଂ ଆଇଟି ଆଇନର ଉଲ୍ଲଘଂନ ବୋଲି ଟୁଇଟର ଦର୍ଶାଇଥିଲା। ତେବେ ସମୂହ ଏବଂ ଜାତୀୟ ସ୍ବାର୍ଥ ଉଦ୍ଦେଶ୍ୟରେ ଓ କୌଣସି ପ୍ରକାର ହିଂସାକାଣ୍ଡ ରୋକିବା ନିମନ୍ତେ କେତେକ ଆକାଉଣ୍ଟ ବ୍ଳକ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ପୂର୍ବରୁ କେନ୍ଦ୍ର କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ନୌ ପହଞ୍ଚିଲେ ଡ୍ୟାନ୍ସିଂ କୁଇନ ସପନା ଚୌଧୁରୀ, କୋର୍ଟରେ କରିପାରନ୍ତି ସରେଣ୍ଡର

ଲକ୍ଷ୍ନୌ,୬ ।୯: ହରିୟାଣାର ଜଣାଶୁଣା ଡ୍ୟାନ୍ସର ତଥା ସିଙ୍ଗର ସପନା ଚୌଧୁରୀଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ଏବେ କୁହାଯାଉଛି କି ସପନା...

ବଲିଉଡ୍‌ରେ ଛାଇଲା ଶୋକର ଛାୟା

ନୂଆଦିଲ୍ଲୀ,୨୧।୧: କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜାଙ୍କ ଶାଳକ ଜାସନ ଓ୍ବାଟକିନ୍ସ ମୃତଦେହ ମୁମ୍ବାଇର ମିଲାତ ନଗର ସ୍ଥିତ ତାଙ୍କ ବାସଭବନରୁ ମିଳିଛି। ପୋଲିସ ଅନୁଯାୟୀ, ଓ୍ବାଟକିନ୍ସଙ୍କ...

ଆମେଠିରେ ଘର କିଣିବେ ସ୍ମୃତି

ଆମେଠି,୨୪।୬: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି ରବିବାର ତାଙ୍କ ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତ କରିଥିଲେ। ଏବେ ସେ ସେଠାରେ ଏକ ଘର କିଣିବେ ବୋଲି ଶୁଣିବାକୁ...

କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୫।୨: ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ମୁତାବକ, ଗତ ୨୪ ଘଣ୍ଟା...

ମାସ୍କ୍‌ ପିନ୍ଧିବା ଜରୁରୀ, ବାହାରେ ଛେପ ପକାଇଲେ ଜରିମାନା ସହ ଜେଲଦଣ୍ଡ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଲଢ଼େଇ ଲାଗି...

ଆଧୁନିକ ଯୁଗର ଶ୍ରବଣ କୁମାର: ସ୍କୁଟରରେ ବସାଇ ମା’ଙ୍କୁ ବୁଲାଇବେ ୧୭ ତୀର୍ଥସ୍ଥଳ

ତିନସୁକିଆ,୧।୭: ଆସାମ ତିନସୁକିଆର ୪୦ବର୍ଷୀୟ ବ୍ୟକ୍ତି ଡି କ୍ରିଷ୍ଣ କୁମାର ନିଜ ସ୍କୁଟର ସାହାଯ୍ୟରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରିବାକୁ ବାହାରି ପଡିଛନ୍ତି। ପାଖାପାଖି...

୭ ବର୍ଷର ବାଳକ ନାଁରେ ହତ୍ୟା ମାମଲା

ଜୟପୁର,୧୮ା୬: ରାଜସ୍ଥାନ କୋଟାରେ ଜଣେ ୧୪ ବର୍ଷୀୟ ବାଳକଙ୍କ ମୃତ୍ୟୁ ନେଇ ଆଉଜଣେ ୭ ବର୍ଷୀୟ ନାବାଳକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି। ବାଳକଙ୍କୁ ବର୍ତ୍ତମାନ...

ଯାତ୍ରୀଙ୍କ ମଧ୍ୟରୁ କୋଭିଡ ଆକ୍ରାନ୍ତଙ୍କୁ ଖୋଜି ବାହାର କରିବ ସ୍ନିଫର ଡଗ୍‌

ନୂଆଦିଲ୍ଲୀ,୧୭।୫: ବିମାନବନ୍ଦରରେ ଯାତ୍ରୀଙ୍କ ମଧ୍ୟରେ ଏଣିକି କୋଭିଡ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରିପାରିବ ତାଲିମପ୍ରାପ୍ତ ସ୍ନିଫର ଡଗ୍‌। ଏକ ଅନୁସନ୍ଧାନ ରିପୋର୍ଟରେ ଏହା ଦାବି...

Advertisement
Archives

Model This Week