କୃତ୍ରିମ ବନ୍ୟା ପାଇଁ ସରକାରକୁ ଦାୟୀ କଲା ଭାଜପା

ବ୍ରହ୍ମପୁର ଅଫିସ,୨୩ା୮- ବର୍ଷା ବିତ୍ପାତର ୩ ଦିନ ବିତିବା ପରେ ବି ରେଶମ ନଗରୀ ବ୍ରହ୍ମପୁରର ବିଗିଡ଼ି ଯାଇଥିବା ସ୍ଥିତି ଅପରିବର୍ତ୍ତିତ ରହିଛି। ସବୁ ରାସ୍ତା ଓ ସାହିବସ୍ତିରେ ଲହଡ଼ି ମାରିଥିବା ନର୍ଦ୍ଦମା ପାଣି ଦୁର୍ଗନ୍ଧ ଗୁରୁବାର ଅବ୍ୟାହତ ଥିବାରୁ ଚଳପ୍ରଚଳରେ ଲୋକଙ୍କ ନାକ ଫାଟୁଛି। ଗତ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଦେଢ଼ ଘଣ୍ଟା ବର୍ଷାରେ ମହାନଗର ଅବସ୍ଥା ସଙ୍ଗିନ ପାଇଁ ରାଜ୍ୟ ସରକାରଙ୍କୁ ଗଞ୍ଜାମ ଜିଲା ଭାଜପା ସମ୍ପୂର୍ଣ୍ଣ ଦାୟୀ କରିଛି। ନିର୍ବାଚିତ ନିଗମ ପରିଷଦର ୫ ବର୍ଷିଆ କାର୍ଯ୍ୟକାଳ ୨୦୧୮ ସେପ୍ଟେମ୍ବର ୩୦ରେ ସରିଛି। ୨୦୧୮ ଅକ୍ଟୋବର ଆରମ୍ଭରୁ ପରିଚାଳନା ଭାର ସରକାରଙ୍କ ହାତକୁ ଯାଇଛି। ଜିଲାପାଳ ବିଏମ୍‌ସି (ମହାନଗର ନିଗମ) ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ତେଣୁ ଘଟିଥିବା ଶୋଚନୀୟ ଅବସ୍ଥା ପାଇଁ ସରକାରୀ କଳ ଅପାରଗତାର ନଗ୍ନ ଚିତ୍ର ପଦାକୁ ଆସିଥିବା ଅଭିଯୋଗ କରାଯାଇଛି। ଭାଜପା ଜିଲା ସଭାପତି କାହ୍ନୁ ଚରଣ ପତି ଗୁରୁବାର ଆହୁରି କହିଛନ୍ତି, ଅକ୍ଟୋବର ପର୍ଯ୍ୟନ୍ତ ମୌସୁମୀ ଅବ୍ୟାହତ ରହିବ ଏବଂ ବିଭିନ୍ନ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଋତୁ ପୂର୍ବରୁ ଡ୍ରେନ୍‌ଗୁଡ଼ିକରୁ ମାଟି ବାହାର କରି ପୁନରୁଦ୍ଧାର କରାଯିବାର ନିୟମକୁ ବିଏମ୍‌ସି ଅଣଦେଖା କରିଛି। ପଲିଥିନ୍‌ ଓ ନାନା ଆବର୍ଜନାରେ ନର୍ଦ୍ଦମା ଗୁଡ଼ିକ ପୋତି ହୋଇଥିବାରୁ ବର୍ଷାପାଣି ନିଷ୍କାସନ ହୋଇ ନ ପାରି ଅବସ୍ଥା ଅସମ୍ଭାଳ ହୋଇଯାଉଛି। ବୁଧ ଓ ଗୁରୁବାରରେ ମଧ୍ୟ ଅଳ୍ପ ବହୁତ ବର୍ଷା ହେବାରୁ ନାକ ଫଟା ଦୁର୍ଗନ୍ଧ ବଢ଼ି ଚାଲିଛି। ମହାନଗରର ୪୦ ୱାର୍ଡରୁ ୩୭ ୱାର୍ଡ ସଫେଇ କାର୍ଯ୍ୟର ଘରୋଇକରଣ କରାଯାଇ ଶାସକ ଦଳ ସମର୍ଥକଙ୍କୁ ଦାୟିତ୍ୱ ଦିଆଯାଇଛି। ଏ ବାବଦରେ ମାସିକ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି। ତଥାପି ଅବସ୍ଥାରେ ସୁଧାର ଆସୁ ନ ଥିବାରୁ ସ୍ଥିତି ଉଦ୍‌ବେଗଜନକ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଭାଜପା ଦାବି କରିଛି। ପତିଙ୍କ ସୂଚନାନୁସାରେ, ୧୫ ବର୍ଷ ହେବ ବ୍ରହ୍ମପୁରରେ ନାଳ ପାଣି ରାସ୍ତାରେ ଭାସୁଛି। ୨୦୦୩ରେ ଘଟିଥିବା ପ୍ରବଳ ବର୍ଷା ବିପତ୍ାତରେ ସାପୁଆ ଓ ବାହାନା ନାଳ ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଥିଲା। ଗଜପତିନଗର ସବୁ ଅଞ୍ଚଳବାସୀ ସପ୍ତାହ ବ୍ୟାପି ଜଳବନ୍ଦୀ ହୋଇଯାଇଥିଲେ। ସମସ୍ତଙ୍କ ଘରେ ପାଣି ପଶି ଯାଇଥିଲା ଏବଂ ଉଦ୍ଧାର ଏବଂ ରିଲିଫ ବଣ୍ଟନ ପାଇଁ ପ୍ରତିରକ୍ଷା ବିଭାଗର ହେଲିକପ୍ଟର ନିୟୋଜିତ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଆସି ଅବସ୍ଥା ଅନୁଧ୍ୟାନ କରିଥିଲେ। ବାହାନା ଓ ସାପୁଆ ନାଳ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଡ୍ରେନେଜ୍‌ ଡିଭିଜନକୁ ଦାୟିତ୍ୱ ଦିଆଯାଇଛି ଏବଂ ଘଟଣାର ୧୫ ବର୍ଷ ପରେ ବି ପୁନରୁଦ୍ଧାର କାର୍ଯ୍ୟ ସରି ନ ଥିବା ଡ୍ରେନେଜ୍‌ ଡିଭିଜନ କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି ବୋଲି ଜିଲା ଭାଜପା ସଭାପତି କଟାକ୍ଷ କରିଛନ୍ତି। ଅପରପକ୍ଷରେ ୨୦୧୩ ଫାଇଲିନରେ ଧ୍ୱସ୍ତବିଧ୍ୱସ୍ତ ମହାନଗରର ଡ୍ରେନ୍‌ ଓ ରାସ୍ତା ପୁନଃ ନିର୍ମାଣ ପାଇଁ ଓଡିଆରପି(ଓଡ଼ିଶା ଡିଜାଷ୍ଟର ରିକଭରି ପ୍ରୋଜେକ୍ଟ) ଖୋଲାଯାଇଛି। ଫାଇଲିନର ୬ ବର୍ଷ ବିତିବାକୁ ଯାଉଥିବା ବେଳେ ଡ୍ରେନ୍‌ ଓ ରୋଡ କାମ ଅସମ୍ପୂର୍ଣ୍ଣ ରହିଛି। ଫଳରେ ବର୍ଷା ହେବାମାତ୍ରେ ଡ୍ରେନର ମଇଳା ପାଣିରେ କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣାରେ ସୀମିତ ବାଲ୍ୟ ବିବାହମୁକ୍ତ ଗଞ୍ଜାମ

ଛତ୍ରପୁର,୨୭ା୩(ଡି.ଏନ୍‌.ଏ):ଗଞ୍ଜାମକୁ ବାଲ୍ୟବିବାହମୁକ୍ତ ଜିଲା ଭାବେ ୨୦୨୨ ଜାନୁଆରୀ ୩ରେ ଘୋଷଣା କରାଯାଇଥିଲା। ରାଜ୍ୟରେ ଏପରି ଘୋଷଣା ପ୍ରଥମ ବୋଲି ସେତେବେଳେ ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ତେବେ...

ଚଳିତ ବର୍ଷ ୩୮ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୬୦ଟି ସ୍ଥାନରେ କୋର୍ଟ ଖୋଲିବ। ତେବେ ଚଳିତବର୍ଷ ୩୮ଟି ସ୍ଥାନରେ ଜେଏମ୍‌ଏଫ୍‌ସି କୋର୍ଟ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ପ୍ରଶ୍ନୋତ୍ତର...

ଫେରାର ବାଲେଶ୍ୱର ଟାଉନ ଥାନା ଆଇଆଇସି

ବାଲେଶର ଅଫିସ,୪।୭: ବାଲେଶ୍ୱର ଟାଉନ ଥାନା ଅଧିକାରିଣୀ ସରୋଜିନୀ ନାୟକ ଗତ ୧ରୁ ଫେରାର ଥିବା ଅଭିଯୋଗ ହୋଇଛି। ତାଙ୍କୁ ଫୋନ କଲେ ଫୋନ ଉଠାଉନାହାନ୍ତି।...

ଏଥର ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା

ଛେଣ୍ଡିପଦା,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ତାରିଖ ଯେତିକି ପାଖଉଛି ଗାଁ ରାଜନୀତି ସେତିକି ସରଗରମ୍‌ ହେଉଛି। ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୩୪ଟି ପଞ୍ଚାୟତ ଓ...

କରୋନା ପଜିଟିଭ୍‌ ଆସିବା ପରେ ବଲାଙ୍ଗୀରର ୨୧ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ଲିଖିରିଆରୁ ଆରମ୍ଭ ହେଲା ସାନିଟାଇଜେଶନ୍‌

ବଲାଙ୍ଗୀର ଅଫିସ/ଗୁଡଭେଲା,୨ା୫(ଡି.ଏନ.ଏ.)- ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ରୁଷୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଖିରିଆ ଗାଁର ଦୁଇଜଣ ଯୁବକଙ୍କ ସ୍ବାବ ଟେଷ୍ଟ ଶୁକ୍ରବାର ପଜିଟିଭ୍‌ ଚିହ୍ନଟ ହେବା...

ଜଷ୍ଟିସ ମହମ୍ମଦ ରଫିକ୍‌ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ ଅଫିସ,୨୪ା୪: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ...

ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି

କଟକ ଅଫିସ,୨୩।୧: ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଏବେ ସେ ଓଡ଼ିଶା ହାଇକୋର୍ଟରେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ

ରାୟଗଡ଼ା ଅଫିସ,୨୯ା୧: ରାୟଗଡ଼ା ବିଇଓ ଅଫିସରେ କାର୍ଯ୍ୟରତ ଶିକ୍ଷକ ଶିଶିର ସେମେଳି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କଠାରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି...

Advertisement
Archives

Model This Week