କୂଳ ଲଙ୍ଘୁଛି ଡାହୁକା: ନଷ୍ଟ ହେଉଛି ଜାମୁ ଜଙ୍ଗଲ

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମ ଡାହୁକା ନଦୀ କୂଳରେ ରହିଛି ବୃହତ୍ତ ଜାମୁ ଜଙ୍ଗଲ। ୮୦୦ ମିଟର ପରିଧିରେ ୨୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପ୍ରାୟ ୫୦୦ରୁ ଅଧିକ ଜାମୁଗଛ ରହିଛି। ପୂର୍ବେ ଠେଙ୍ଗାପାଳି କରି ଲୋକେ ଏହି ଜଙ୍ଗଲ ଜଗି ଆସୁଥିଲେ। ବର୍ତ୍ତମାନ ବନ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ତଥା ରକ୍ଷଣାବେକ୍ଷଣ ଅଭାବରୁ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ଅଭିଯୋଗ ହେଉଛି। ଜଙ୍ଗଲ ନିକଟରେ ଥିବା ଡାହୁକା ନଦୀ କୂଳ ଲଙ୍ଘିବା ଓ ଗଛଗୁଡ଼ିକ ଭାଙ୍ଗିଯିବା କାରଣରୁ ଏହା ଅବକ୍ଷୟ ଆଡ଼କୁ ଗତି କରୁଛି। ବର୍ଷକ ବାରମାସ ଏଠାରେ ଲୋକଙ୍କ ଆଗମନ ହୋଇଥାଏ। ଖରାଦିନେ ଟିକେ ଛାଇ ଲାଗି ବାଟୋଇମାନେ ସେଠାରେ ବସି ସୁଲୁସିଲିଆ ପବନର ମଜା ନିଅନ୍ତି। ବର୍ଷା ଦିନେ ଲୋକମାନେ ଜାମୁ କୋଳି ତୋଳିବାକୁ ଆସନ୍ତି । ସେହିଭଳି ଶୀତଦିନ ଏଠାରେ ବଣଭୋଜି ମଧ୍ୟ ହୁଏ। କିଛି ବର୍ଷ ହେଲାଣି ନିକଟରେ ଜଳସେଚନ ବିଭାଗ ତରଫରୁ ଡାହୁକା ଡ୍ୟାମଠାରେ ଛୋଟ ପିଲାଙ୍କ ପାଇଁ ପାର୍କ ଓ ଆନିକଟ ଥିବାରୁ ବିଭିନ୍ନ ସମୟରେ ମଧ୍ୟ ଏଠାରେ ଲୋକଙ୍କ ଭିଡ଼ ଜମୁଛି।
ଗ୍ରାମରେ ଥିବା ଏହି ଜାମୁ ଜଙ୍ଗଲଟି ପାଇଁ ଲୋକମାନେ ଉପକୃତ ହେଉଛନ୍ତି। ୨୦୦ ପରିବାରକୁ ନେଇ ଗଠିତ ଯଦୁପୁର ଗ୍ରାମ । ପୂର୍ବରୁ ଏହି ଜାମୁ ଜଙ୍ଗଲ ବୃକ୍ଷଶୂନ୍ୟ ହୋଇ ପଡ଼ିଥିଲା। ଗ୍ରାମର ମୋଚି ମହାପାତ୍ର ଏହି ଉଜୁଡି ପଡିଥିବା ଜଙ୍ଗଲକୁ ୧୯୫୫ ମସିହାରୁ ଠେଙ୍ଗାପାଳି କରି ଜଗାରଖା କରିଥିବାରୁ ଉକ୍ତ ଜଙ୍ଗଲ ଜିଲାର ବୃହତ୍‌ ଜାମୁ ଜଙ୍ଗଲରେ ପରିଣତ ହୋଇଛି। ମୋଚି ମହାପାତ୍ର ଆଉ ନାହାନ୍ତି ସତ ହେଲେ ତାଙ୍କ ରକ୍ଷଣାବେକ୍ଷଣରେ ହୋଇଥିବା ଏହି ବୃହତ୍‌ ଜାମୁ ଜଙ୍ଗଲ ଆଜି ସବୁଦିନ ପାଇଁ ଅମର କରି ରଖିଛି। ସେହିପରି ଖାଲିଥିବା ଅନ୍ୟ ସ୍ଥାନରେ ଗ୍ରାମବାସୀ ଆମ୍ବ ଓ ଅନ୍ୟାନ୍ୟ ଜାତିର ଗଛ ଲଗାଇଛନ୍ତି। ଗ୍ରାମବାସୀଙ୍କ କହିବା କଥା ପୂର୍ବରୁ ରାତି ଅଧରେ ଶବ ଦାହ ପାଇଁ କାଠ ଖୋଜା ପଡ଼ୁଥିବାବେଳେ ଏହି ସମସ୍ୟା ଆଉ ଦେଖା ଯାଉ ନାହିଁ। ବର୍ତ୍ତମାନ ଜାମୁ ଜଙ୍ଗଲକୁ ବିପଦ ସାଜିଛି ନିକଟରେ ବହି ଯାଇଥିବା ଡାହୁକା ନଦୀ। ନଦୀ ବନ୍ଧ ଦୁର୍ବଳ ଯୋଗୁଁ କୂଳ ଖାଇ ଗଛଗୁଡ଼ିକ ନଷ୍ଟ ହୋଇଗଲାଣି। ପ୍ରଶାସନ ଜାମୁ ଜଙ୍ଗଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସରକାରଙ୍କ ତରଫରୁ ଜଙ୍ଗଲ ବ୍ୟାପୀ ରହିଥିବା ନଦୀ କୂଳରେ ପଥର ପ୍ୟାକିଂ କରାଗଲେ ମୃତ୍ତିକା ସଂରକ୍ଷଣ ହେବା ସହ ଗଛଗୁଡ଼ିକ ନଷ୍ଟ ହୁଅନ୍ତା ନାହିଁ। ସେହିଭଳି ସେଠାରେ ଜାମୁ ଗଛଗୁଡ଼ିକ ସୁରକ୍ଷା ଦିଆଯାଇ ମହୁଚାଷ କରାଗଲେ ଗ୍ରାମର ମହିଳାମାନେ ସ୍ବାବଲମ୍ବୀ ହୋଇପାରନ୍ତେ। ପ୍ରଶାସନ ଦୃଷ୍ଟିଦେଇ ଅବକ୍ଷୟମୁଖୀ ହେବାକୁ ଯାଉଥିବା ବୃହତ୍‌ ଜାମୁ ଜଙ୍ଗଲର ସୁରକ୍ଷା କରିବା ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସାଧାରଣରେ ଦାବି ହେଉଛି। ଏ ନେଇ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ କୁହନ୍ତି ବନ ବିଭାଗକୁ ଜଣାଇବା ପରେ ବିଭାଗ ପକ୍ଷରୁ ଗଛର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟ କରାଯାଇ ନ ଥିବା ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri