କୂଳ ଛାଡ଼ିଲା ମାଲେସିଆ ଜାହାଜ

ବ୍ରହ୍ମଗିରି,୧୬ା୯(ଡି.ଏନ୍‌.ଏ.) : ବହୁ ପରିଶ୍ରମ ପରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ରାଜହଂସ କୂଳରେ ଲାଗିଥିବା ମାଲେସିଆ ଜାହାଜ ଜିନ୍‌ ହ୍ବା କୂଳ ଛାଡ଼ିଛି। ଏହାକୁ ଉଦ୍ଧାର କରିବା ପାଇଁ ଶନିବାର ପହଞ୍ଚତ୍ଥିବା ଏମ୍‌ଭି ଚିତା ନାମକ ଜାହାଜ ସାହଯ୍ୟରେ ରବିବାର ରାତି ୯ଟା ୩୦ରେ ଜିନ୍‌ ହ୍ବାକୁ ସମୁଦ୍ର ମଧ୍ୟକୁ ନିଆଯାଇଥିବା ଜଣାପଡ଼ିଛି। ରବିବାର ସକାଳୁ ଏହି ଜାହାଜଟି ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଏମ୍‌ଭି ଚିତା ଉପକୂଳଠାରୁ ପ୍ରାୟ ଦେଢ କିଲୋମିଟର ଗଭୀର ସମୁଦ୍ରରେ ରହି ଚେନ ସାହାଯ୍ୟରେ ଭିଡିବା ପାଇଁ ଚେଷ୍ଟା କରିଥିଲା। ମାତ୍ର ଜିନ ହ୍ବା ବାଲିରେ ପୋତି ହୋଇଯାଇଥିବାରୁ ଏହାକୁ ଟାଣିବା ସମ୍ଭବପର ହୋଇ ନ ଥିଲା। ଜାହାଜକୁ ଉପକୂଳରୁ ଘୁଞ୍ଚାଇବା ପାଇଁ ଜେସିବି ସାହାଯ୍ୟରେ ବାଲି କଢା ଯାଇଥିଲେ ମଧ୍ୟ ବାରମ୍ବାର ବାଲି ଧସି ଆସି ଜାହାଜ ସହ ଲାଖି ଯାଉଥିଲା। ଶେଷରେ ମାଲେସିଆରୁ ଆସିଥିବା ୮ଜଣିଆ ଟିମ୍‌ ଜାହାଜକୁ କାଢ଼ିବାରେ ସଫଳ ହୋଇଥିଲେ।
ମାଲେସିଆର ଜିନ ହ୍ବା ଜାହାଜ ଗତ ମାସ ୮ ତାରିଖରେ ବୈଷୟିକ ତୃଟି ଯୋଗୁ ରାଜହଂସ ନିକଟରେ ଲାଗିଥିଲା। ଏହାର କଣ୍ଟେନରଟି ଅଲଗା ହୋଇ ସମୁଦ୍ର ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇ ଓଲଟି ପଡିଥିଲା। ଜାହାଜରେ ଭରିରହିଥିବା ତେଲ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବାର ଆଶଙ୍କା କରି ଏହାକୁ ତୁରନ୍ତ ନେବା ପାଇଁ ପ୍ରଶାସନ ତରଫରୁ ଜାହାଜର ମାଲିକଙ୍କୁ ନୋଟିସ କରାଯାଇଥିଲା। ପରବର୍ତ୍ତି ସମୟରେ ଏହି ଜାହାଜରେ ଥିବା ତେଲକୁ ପ୍ରଶାସନ ତରଫରୁ କଢାଯାଇଥିଲା। ତେଲ କଢା ଯିବାର ସାତ ଦିନ ମଧ୍ୟରେ ଜାହାଜଟିକୁ ଉପକୂଳରୁ ନେବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର...

ଓଭରଟେକ୍‌ ବେଳେ ଦୁଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

କୋକସରା,୭ା୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଆମପାଣିରୁ ଧର୍ମଗଡ଼କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ଓ୍ବେର ବଡ଼ କେନ୍ଦୁଗୁଡ଼ା ବଜାର ପଡ଼ିଆ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ୍‌...

ଆନନ୍ଦପୁର ଡାକ୍ତରଖାନାରେ କାୟାକଳ୍ପ ଟିମ୍‌ : ସବୁ ବିଭାଗ ବୁଲି ସ୍ବଚ୍ଛତାର ସ୍ଥିତି ପରଖିଲେ

ଘସିପୁରା , ୬।୧୨ (ଡି.ଏନ.ଏ.)-କେନ୍ଦ୍ରୀୟ ଯୋଜନା ‘କାୟାକଳ୍ପ’ର ଏକ ସ୍ବତନ୍ତ୍ର ଟିମ ଗୁରୁବାର ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ସ୍ବଚ୍ଛତାର ସ୍ଥିତି ପରଖିଛନ୍ତି। ଏହି ଟିମ୍‌...

‘ପଞ୍ଚାୟତରେ ପ୍ରାର୍ଥୀ ହୋଇଥିବା ବ୍ୟକ୍ତି ପୌର ନିର୍ବାଚନ ଲଢୁଛନ୍ତି’

ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି। ମାତ୍ର ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ଯୋଗୁ ଗତ ପଞ୍ଚାୟତ ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀମାନେ...

ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ

ଭୁବନେଶ୍ୱର,୬।୧୧(ବ୍ୟୁରୋ)-କରୋନା ମହାମାରୀର ଦିତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ବର୍ଷ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ...

ପ୍ରଚାର ମଇଦାନକୁ ଓହ୍ଲାଇଲେ ପିସିସି ସଭାପତି

ଭଦ୍ରକ ଅଫିସ,୨୭।୧୦: ଧାମନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନୀ ମାହୋଲ ସେତେ ସରଗରମ୍‌ ହେବାରେ ଲାଗିଛି। କଂଗ୍ରେସ ଗତ ଦୁଇଦିନ ହେଲା ନିର୍ବାଚନୀ ପ୍ରଚାରକୁ...

ଶନିବାର, ରବିବାର ଅନୁଗୋଳ ଜିଲା ଶଟ୍‌ଡାଉନ୍‌

ଅନୁଗୋଳ ଅଫିସ୍‌, ୩।୭: ଅନୁଗୋଳ ଜିଲାରେ ଶୁକ୍ରବାର ୨୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ପରେ କଠୋର ହୋଇଛି ପ୍ରଶାସନ। କରୋନା ସଂକ୍ରମଣ ବୃଦ୍ଧି ରୋକିବାକୁ...

ଗଠନ ହେଲା କମିଶନରେଟ୍‌ ପୋଲିସର ଏସ୍‌ପିଓ ଟିମ୍‌: ପୋଲିସଙ୍କ ଭଳି ମିଳିବ କ୍ଷମତା, ଅଭିଯୁକ୍ତଙ୍କୁ ଗିରଫ କରିପାରିବେ

ଭୁବନେଶ୍ୱର,୨।୧(ବ୍ୟୁରୋ): ଦିନକୁ ଦିନ ବୃଦ୍ଧି ପାଉଥିବା ନାରୀ ନିର୍ଯାତନା, ଅତ୍ୟାଚାର, ବଳାତ୍କାରକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ମହିଳା ସ୍ପେଶାଲ ପୋଲିସ...

Advertisement
Archives

Model This Week