Posted inଖେଳ

କୁସ୍ତିଯୋଦ୍ଧା ଦୀପକଙ୍କ କୃତୀତ୍ୱ

ନୂଆଦିଲ୍ଲୀ, ୧୫।୮ (ପି.ଟି.)- ପ୍ରଥମ ଭାରତୀୟ ଭାବେ ୧୮ ବର୍ଷ ପରେ କୁସ୍ତିଯୋଦ୍ଧା ଦୀପକ ପୁନିଆ ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ୍‌ ଜିତିବାର ସୌଭାଗ୍ୟ ଲାଭ କରିଛନ୍ତି। ଇସ୍ତୋନିଆର ତାଲିନ୍ନଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଦୀପକ ରୁଷିଆର ଆଲିକ ଶେଜୁଖୋଭଙ୍କୁ ପରାସ୍ତ କରି ଏହି କିର୍ତ୍ତୀମାନ ସ୍ଥାପନ କରିଛନ୍ତି। ୮୬ କିଗ୍ରା ପୁରୁଷ ଫ୍ରିଷ୍ଟାଇଲର ଏହି ମୁକାବିଲା ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ୨-୨ରେ ବରାବର୍‌ ରହିଥିଲା। ତେବେ ଅନ୍ତିମ ପଏଣ୍ଟ ଦୀପକ ହାସଲ କରିଥିବାରୁ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା। ୧୮ ବର୍ଷ ତଳେ ଶେଷ ଭାରତୀୟ କୁସ୍ତିଯୋଦ୍ଧା ଭାବେ ଉଭୟ ରମେଶ କୁମାର ଓ ପଲବିନ୍ଦର ସିଂ ଚିମା ବିଶ୍ୱ ଚାମ୍ବିୟନ ଟାଇଟଲ୍‌ ଅର୍ଜନ କରିଥିଲେ। ୨୦୦୧ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ରମେଶ କୁମାର (୬୯ କିଗ୍ରା) ଓ ପଲବିନ୍ଦର (୧୩୦ କିଗ୍ରା) ପୋଡିୟମର ଶୀର୍ଷରେ ରହି ଏହି ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟୋକିଓ ଅଲିମ୍ପିକ ଉପରେ କରୋନା ଆତଙ୍କ: ପାଣିରେ ପଡ଼ିବ ୨୬୦୦ କୋଟି ଡଲାର !

ଟୋକିଓ,୨୭।୨: ଟୋକିଓ ଅଲିମ୍ପିକ୍‌-୨୦୨୦କୁ ଆଉ ୩ ମାସ ବାକି ରହିଛି। ଏହା ଜୁଲାଇରେ ଟୋକିଓରେ ହେବ ବୋଲି ପୂର୍ବରୁ ସମୟ ଧାର୍ଯ୍ୟ ହୋଇଛି। ତେବେ କରୋନା...

ଧୋନୀଙ୍କ ସହ ସମକକ୍ଷ ରୋହିତ

ବାଙ୍ଗାଲୋର,୨୨।୯: ଭାରତୀୟ ଓପନର ରୋହିତ ଶର୍ମା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମକକ୍ଷ ହୋଇଛନ୍ତି। ଉଭୟେ ଏପର୍ଯ୍ୟନ୍ତ ଟି୨୦ ଫର୍ମାଟରେ ଦେଶ ପାଇଁ ସର୍ବାଧିକ...

ରେକର୍ଡ ସମକକ୍ଷ ରାମୋସ

ଗିଜୋନ(ସ୍ପେନ),୯।୯(ଏଏଫ୍‌ପି): ସେର୍ଗିଓ ରାମୋସ ସ୍ପେନ ପାଇଁ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ରେକର୍ଡର ସମକକ୍ଷ ହୋଇଛନ୍ତି। ରବିବାର ଫାରୋ ଦ୍ୱୀପ ବିପକ୍ଷ ୟୁରୋ ୨୦୨୦ ଯୋଗ୍ୟତା...

ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ସୁଯୋଗ ଅପେକ୍ଷାରେ କନଓ୍ବେ

ଦୁବାଇ, ୧ା୪ (ପି.ଟି.)-ନ୍ୟୁଜିଲାଣ୍ଡ ତରଫରୁ ଖେଳିବା ଲାଗି ଆଗ୍ରହ ରଖିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଡେଭନ କନଓ୍ବେ । ଏଥିପାଇଁ ସେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ...

ସପୋର୍ଟ ସ୍କୁଲ ସ୍ପୋଟର୍‌ସ ଫାଉଣ୍ଡେଶନର ଦ୍ୱିତୀୟ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୪।୧୦(କ୍ରୀଡ଼ା ପ୍ରତିନିଧି)- ସପୋର୍ଟ ସ୍କୁଲ ସ୍ପୋଟର୍‌ସ ଫାଉଣ୍ଡେଶନ(ଏସଏସଏସଏଫ)ର ଦ୍ୱିତୀୟ କାର୍ଯ୍ୟକ୍ରମ ଗୁରୁବାର କ୍ୟାପିଟାଲ ହାଇସ୍କୁଲଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୬ରୁ ୧୨ ବର୍ଷ ମଧ୍ୟରେ...

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର...

ଝିଅ ସହ କଥା ହୋଇ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ, ହେଲେ ସଫଳ

ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ର୍ନିଣ୍ଣାୟକ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ...

୩୪ ଟପିଲେ ରାୟୁଡୁ

ଚେନ୍ନଇ,୨୩।୯: ଭାରତୀୟ ଦଳର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ସୋମବାର ୩୪ ବର୍ଷରେ ପାଦ ଦେଇଛନ୍ତି। ୧୯୮୫ ସେପ୍ଟେମ୍ବର ୨୩ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର...

Advertisement
Archives

Model This Week