କୁଶୁପଦାକୁ ଜଳଯନ୍ତ୍ରଣା

ଢେଙ୍କାନାଳ ଅଫିସ, ୨୭।୪- ‘ସକାଳୁ ଉଠିଲେ ସେହି ଗୋଟିଏ ଚିନ୍ତା, ଘରକୁ ପାଣି ଆସିବ କେମିତି। ଅନ୍ୟଦିନ କଥା ଅଲଗା, କିନ୍ତୁ ଖରାଦିନ ଆସିଲେ ଚଡ଼କ ପଡୁଛି। ମହିଳାମାନେ ଖଇଫୁଟା ଖରା, ଝାଞ୍ଜିମାଡ଼ ସହି ଦେଢ଼ କିଲୋମିଟର ଯାଇ ନାଳରୁ ପାଣି ଆଣୁଛନ୍ତି। ମଲେ କି ଗଲେ କିଏ ପଚାରିବାକୁ ନାହିଁ। ସମସ୍ତେ କହୁଛନ୍ତି ସମସ୍ୟା ସମାଧାନ କରିବେ, ହେଲେ କାହାରି ଦେଖାମିଳୁନି। ଖାଲି ଭାଗ୍ୟକୁ ନିନ୍ଦିବା କଥା’। ଏ ହେଉଛି ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କୁଶୁପଦା ଗ୍ରାମର ମୂଳିଆ ଦେହୁରୀଙ୍କ ମନର କ୍ଷୋଭ। ସଦର ବ୍ଲକଠାରୁ ମାତ୍ର ୭କିମି ଦୂରରେ ଥିବା ଏହି ଗ୍ରାମର ଦୁଃଖ ଉପାନ୍ତ ଆଦିବାସୀ ଅଞ୍ଚଳକୁ ବଳିଯାଇଥିବାବେଳେ ଏହାର   ସମାଧାନ  କରିବାକୁ ପ୍ରଶାସନକୁ ନେହୁରା ହୋଇଛନ୍ତି ଗ୍ରାମବାସୀ।

କୁଶୁପଦା ସମେତ ଏହାର ସନ୍ନିକଟ କାଉଚି, କୋହ୍ଲ ସାହି ଗ୍ରାମବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ଅଞ୍ଚଳର ଲୋକସଂଖ୍ୟା ୧୦୦୦ରୁ ଊର୍ଦ୍ଧ୍ୱ। ଖରାଦିନ ଆସିଲେ କୂଅ ପୋଖରୀ ଶୁଖିଯାଉଛି।  ଗଁାଠାରୁ ଦେଢ଼ କିମି ଦୂରରେ ପ୍ରବାହିତ ନାଳପାଣି ପାନୀୟ ଜଳର ଏକମାତ୍ର ମାଧ୍ୟମ। ସେହିପରି ଗୋବିନ୍ଦପୁର ପଞ୍ଚାୟତରୁ ଗ୍ରାମକୁ ଯିବା ପାଇଁ ଏକ ସଂକୀର୍ଣ୍ଣ ନାଳ ପ୍ରତିବନ୍ଧକ ପାଲଟିଛି। ବର୍ଷାଦିନେ ଯାତାୟାତ ପାଇଁ ଗ୍ରାମବାସୀ ନାଳ ଉପରେ କାଠପୋଲ ତିଆରି କରିଥାନ୍ତି। ଉକ୍ତ କାଠପୋଲ ଦେଇ ବିପଦସଙ୍କୁଳ ଭାବେ ରୋଗୀଙ୍କୁ ଡାକ୍ତରଖାନା ଅଣାଯାଇଥାଏ। ଜରୁରିକାଳୀନ ସମୟରେ ଗ୍ରାମକୁ ଆମ୍ବଲାନ୍ସ କିମ୍ବା ଦମକଳ ପହଞ୍ଚତ୍ ପାରେନାହିଁ। ବାରମ୍ବାର ଦାବି ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାଳ ଉପରେ ବ୍ରିଜ୍‌ ନିର୍ମାଣ କାମ ଆରମ୍ଭ ହୋଇଛି। ତେବେ ଆପ୍ରୋଚ୍‌ ରୋଡ ନିମନ୍ତେ ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ବ୍ରିଜ୍‌ କାମ ଅଟକି ରହିଛି। ଜିଲା ସଦରରୁ ମାତ୍ର ୭କିମି ଦୂର ଏବଂ ୫୫ନଂ. ଜାତୀୟ ରାଜପଥରୁ ୩କିମି ଦୂରରେ ଥିବା ସତ୍ତ୍ୱେ ଗ୍ରାମବାସୀ ଅଭିଶପ୍ତ ଜୀବନ ଜିଉଁଥିବା ଅଭିଯୋଗ କରିଛନ୍ତି।

ଏ ସଂକ୍ରାନ୍ତରେ ଅତିରିକ୍ତ ବିଡିଓ ଝାଡେଶ୍ୱର ଦାସ କୁହନ୍ତି, ପାନୀୟ ଜଳ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ। ବ୍ରିଜ୍‌ ନିର୍ମାଣ କାମ ଆର୍‌ଡି ବିଭାଗ କରୁଛି। ଏ ନେଇ ରହିଥିବା ସମସ୍ୟା ସମ୍ପର୍କରେ ବିଭାଗୀୟ ଅଧିକାରୀ କହିପାରିବେ ବୋଲି ସେ କହିଥିଲେ। ଏ ନେଇ ଗ୍ରାମ୍ୟ ଉନ୍ନୟନ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ବିଜୟାନନ୍ଦ ସାହୁ କୁହନ୍ତି, ଖରାଦିନେ ଯାହା ବିକଳ୍ପ ବ୍ୟବସ୍ଥା ହୋଇପାରିବ ସେ ନେଇ ଅନୁଧ୍ୟାନ କରାଯାଉଛି। ଖୁବ୍‌ଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ଋଷିକୁଲ୍ୟା ପାଇଁ ବିପଦ ସାଜିଛି କାଶତଣ୍ଡୀ

ଧରାକୋଟ,୮ା୯ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): କନ୍ଧମାଳ ଜିଲାର ଋଷୀମାଳ ପର୍ବତରୁ ଋଷିକୁଲ୍ୟା ନଦୀ ଜନ୍ମନେଇ ଗଞ୍ଜାମ ଜିଲାର ସୋରଡା, ଧାକୋଟ, ଆସିକା, ହିଞ୍ଜିଳି, ପୁରୁଷୋତ୍ତମପୁର ବ୍ଲକ୍‌ ପରେ…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri