ଜଳେଶ୍ୱର, ୨୨।୫(ଡି.ଏନ.ଏ.)-ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅଧିନ କୁଶଗଡ଼ ଜଙ୍ଗଲରେ ମଙ୍ଗଳବାର ଭୋର୍ରୁ ସନ୍ଧ୍ୟା ପର୍ଯ୍ୟନ୍ତ ୧୫ରୁ ଊର୍ଦ୍ଧ୍ୱ ହାତୀ ରହିଥିବା ଜଣାପଡିଛି। ତେବେ ରାତି ସମୟରେ ଉକ୍ତ ହାତୀପଲ ଜଙ୍ଗଲ ପାଖ କଣ୍ଡରାଗଡ଼ିଆ, ସାନହଳଦୀଗୁଣ୍ଡି, ବଡ଼ହଳଦୀଗୁଣ୍ଡି ଗ୍ରାମଗୁଡ଼ିକ ଆଡ଼କୁ ଅଗ୍ରସର ହେବା ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ଘରଦ୍ୱାର ଛାଡ଼ି ପଳାୟନ କରିଛନ୍ତି। ଜଳେଶ୍ୱର ବନବିଭାଗର ଫରେଷ୍ଟର ତପନ ସିଂ ଓ କୁଶଗଡ଼ ଫାଣ୍ଡି ଅଧିକାରୀ ଉମାକାନ୍ତ ମହାପାତ୍ର କର୍ମଚାରୀମାନଙ୍କୁ ନେଇ ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ହାତୀପଲକୁ ପଶ୍ଚିମବଙ୍ଗ ଅଭିମୁଖେ ଘଉଡ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ରେଞ୍ଜର ଦେବେନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଉକ୍ତ ହାତୀପଲ ମୟୂରଭଞ୍ଜର ଶିମିଳିପାଳ କିମ୍ବା ପଶ୍ଚିମବଙ୍ଗର ଜଙ୍ଗଲ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ହାତୀ ପଲ ୧୨ଦିନ ଧରି ରାଇବଣିଆ ଥାନା ଆମ୍ବତୁମ୍ବା ଜଙ୍ଗଲରେ ଥିଲେ।

ଶିଶୁ ଓ ମହିଳାଙ୍କ ସୁରକ୍ଷା ଦାବିରେ ବିକ୍ଷୋଭ
ବାରିପଦା ଅଫିସ,୨୫।୭- ରାଜ୍ୟରେ କ୍ରମାଗତ ଭାବେ ଶିଶୁ, ନାବାଳିକା ଓ ନାରୀ ନିର୍ଯାତନା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ବଢ଼ି ଚାଲିିଛି। ଏହାର ପ୍ରତିବାଦରେ...

ପରେଡ୍ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ
ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍ଧାମ୍ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ...

ଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କଲେ ବାପା
ନୀଳଗିରି,୨୯।୫(ଡି.ଏନ୍.ଏ.): ନିଷ୍ପାପ ଶିଶୁ କନ୍ୟା ପ୍ରତି ନିଷ୍ଠୁର ହେଲେ ବାପା। ଝିଅକୁ ଦେଇଦେଲେ ବିଷ ଇଞ୍ଜେକଶନ। ଶିଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କରିଥିଲା...

ମୃତ୍ୟୁର ୧୫ ବର୍ଷ ପରେ ବି ମିଳିଲାନି ନ୍ୟାୟ: ଟାଟା ସ୍ପଞ୍ଜ କାରଖାନା ଆଗରେ ଧାରଣା
ଯୋଡ଼ା, ୧୭।୫ (ଢି.ଏନ.ଏ.) – କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନାରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ୧୫ ବର୍ଷରୁ...

ଶଙ୍ଖାମେଦୀକୁ ଗିଳିଲାଣି ପଶ୍ଚିମବଙ୍ଗ: ନାଁ ବଦଳାଇ କରୁଛି ନିର୍ବାଚନ
ଭୋଗରାଇ,୨୪।୩(ପ୍ରଦୀପ ଦାସ)- ଓଡ଼ିଶା ସୀମାନ୍ତ ଗାଁ କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରି ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏବେ ପଶ୍ଚିବମଙ୍ଗ ବାଲେଶ୍ୱର ଜିଲା...

ବୈତରଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ: ୧୨ରୁ ସେତୁ ଉପରେ ଯାତାୟାତ ବନ୍ଦ
ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଦୀର୍ଘଦିନର ଅପେକ୍ଷା ପରେ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏ...

ଦେଶୀମଦ ସହ ଗାଡ଼ି ଜବତ
ବାଲେଶ୍ୱର ଅଫିସ, ୨୯।୪: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ରସାଳପୁର ରାସ୍ତାରେ ଅବକାରୀ ବିଭାଗର ଜିଲା ଭ୍ରାମ୍ୟମାଣ ଟିମ୍ ଦ୍ୱାରା ବୁଧବାର ଚଢ଼ାଉ କରାଯାଇ...

ଅମାନିଆଙ୍କୁ ସାବାଡ୍ କଲା ପୋଲିସ
ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି କଚେରୀ ବଜାରରେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିବା ବେଳେ କେତେଜଣ ଅମାନିଆ...