କୁଶକିଳା ଡବଲ ମର୍ଡର ମାମଲା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ

ଅନୁଗୋଳ ଅଫିସ,୨୬।୯ – ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କୁଶକିଳା ଗ୍ରାମରେ ୨୦୧୬ରେ ଘଟିଥିବା ରାଜ କିଶୋର ସାହୁଙ୍କ ପୁଅ ଯୋଗେଶ୍ୱର ସାହୁ(୩୬) ଏବଂ ପୁତୁରା ହିରଣାକ୍ଷ ସାହୁ(୩୨)ଙ୍କ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ଅନୁଗୋଳ ଜିଲା ଓ ଦୌରାଜଜ୍‌ଙ୍କ କୋର୍ଟ ଏହି ମାମଲାର ଶୁଣାଣି କରି ବୁଧବାର ଏକମାତ୍ର ଅଭିଯୁକ୍ତ ଝସକେତନ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ରାୟକୁ ଅଦାଲତ ସଂରକ୍ଷିତ ରଖିଥିବା ବେଳେ ଅଭିଯୁକ୍ତ ଝସକେତନଙ୍କ ବିରୋଧରେ ଆହୁରି ୨ଟି ହତ୍ୟା ମାମଲା ଏହି କୋର୍ଟରେ ବିଚାରାଧୀନ ରହିଛି।

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଭିଯକ୍ତ ଝସକେତନଙ୍କ ବିରୋଧରେ ମୋଟ୍‌ ୪ଟି ହତ୍ୟା ମାମଲା ରହିଛି। ସେଥିରୁ କୁଶକିଳାର ଦୁଇ ଭାଇ ଯୋଗେଶ୍ୱର ଏବଂ ହିରଣାକ୍ଷ ସାହୁଙ୍କୁ ହତ୍ୟା କରିବା ଓ ପ୍ରମାଣନଷ୍ଟ କରିବାକୁ ଉଦ୍ୟମ କରିବା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ପୋଲିସ ଲଗାଇଥିବା ଅପହରଣ ମାମଲାକୁ କୋର୍ଟ ଖାରଜ କରିଦେଇଛନ୍ତି। ଏଥିସହ ୨୦୧୫ ମେ ୨୨ରେ ଛେଣ୍ଡିପଦା ଥାନା କୁକୁରପେଟା ନୂଆମୌଜାର ମାଉସୀ ଅବଳା ଗଡ଼ନାୟକ(୬୪) ଏବଂ ପୁତୁରା କୁମୁଦ ଚନ୍ଦ୍ର ସାହୁ(୨୮)ଙ୍କ ହତ୍ୟା ମାମଲର ବିଚାର ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଉକ୍ତ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ପ୍ରମାଣ ଉପସ୍ଥାପନ ବାକି ରହିଛି। ସେହିପରି ଜେଲ ହାଜତରେ ଥାଇ ୨୦୧୬ ଡିସେମ୍ବର ୨୩ରେ ରାଜକିଶୋର ସାହୁଙ୍କ ପରିବାର ଲୋକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଓ କୋର୍ଟ ହାଜତରୁ ଫେରାର ହେବା ମାମଲାର ବିଚାର ପ୍ରକ୍ରିୟା ଭିଡିଓ କନଫରେନ୍ସ ଜରିଆରେ କରାଯାଉଛି। ପ୍ରଥମେ ପିପି ମହେନ୍ଦ୍ର ବସ୍ତିଆ ମାମଲା ପରିଚାଳନା କରୁଥିବାବେଳେ ବର୍ତ୍ତମାନ କ୍ୟାଡର ପିପି ପ୍ରଦୀପ ଦାସ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ

ଅନୁଗୋଳ ଅଫିସ, ୧୩ା୭ ବ୍ରାଣ୍ଡେଡ୍‌ ପୋଷାକକୁ ଏକ ଆଭିଜାତ୍ୟର ପରିଚୟ ଦିଆଗଲାଣି। ବ୍ୟକ୍ତିତ୍ୱ ଯେମିତି ହେଉ ନା କାହିଁକି, ଆଜିକାଲିର ଯୁବପିଢ଼ିଙ୍କ ଏହା ପ୍ରଥମ ପସନ୍ଦ...

ଜିଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ସମାଧାନ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୧୦।୮ – ଜିଲାରେ ଦିନକୁ ଦିନ ଶିକ୍ଷାର ମାନ ହ୍ରାସ ପାଉଛି। ଶିକ୍ଷା ଭିତ୍ତିଭୂମି ମଧ୍ୟ ଦୁର୍ବଳ ଅବସ୍ଥାରେ ରହିଛି। କେଉଁଠି ଶିକ୍ଷକ...

ସ୍ବଚ୍ଛତା ଆଣିବ ସମନ୍ବୟ

ଅନୁଗୋଳ ଅଫିସ, ୩୧। ୩ – ଅନୁଗୋଳ ସହରର ଦୀର୍ଘଦିନର ଅଳିଆ ସମସ୍ୟା ଦୂର ହେବ। ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଦ୍ୱାରା...

ହିଡିସିଙ୍ଗ ପ୍ରକଳ୍ପ ପାଇଁ ଯୁଗ୍ମ କମିଟି ଯାଞ୍ଚ: ୨ ସପ୍ତାହରେ ଯିବ ଜମି ଅନୁମତି ପ୍ରସ୍ତାବ

ବନ୍ତଳା,୧୯।୨(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳର ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି...

ପ୍ରଦୂଷଣ ବଢ଼ାଉଛି ଫ୍ଲାଇ ଆଶ

ବଇଣ୍ଡା, ୧୮।୨(ଡି.ଏନ.ଏ.) ଅନୁଗୋଳ ଜିଲା ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ସାନହୁଲା ନିକଟରେ ଥିବା ଏକ ବେସରକାରୀ ଜମିରେ ଗଦା କରି ରଖାଯାଇଥିବା ଫ୍ଲାଇ ଆଶ...

ବଢୁଛି ଚୋରା କାଠ ଚାଲାଣ, ବିଭାଗ ନୀରବ

ବଇଣ୍ଡା,୪।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଧୀନସ୍ଥ ଧଣ୍ଡାତୋପା ରେଞ୍ଜ କନ୍ତପଡ଼ା ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଅବାଧ କାଠ ଚାଲଣ ହେଉଥିବା ଅଭିଯୋଗ ହୋଇଛି।...

ପ୍ରବେଶ ପଥ ଜଗିଛନ୍ତି ଗ୍ରାମବାସୀ

ଛେଣ୍ଡିପଦା,୫। ୪(ସ୍ବ.ପ୍ର.)- କରୋନା ସଂକ୍ରମଣରୁ ଗଁ।କୁ ସୁରକ୍ଷା ଦେବାକୁ ଛେଣ୍ଡିପଦା ବ୍ଲକ କଣଲୋଇ ଗ୍ରାମବାସୀ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା...

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ...

Advertisement
Archives

Model This Week