Posted inଖେଳ

କୁଲସେକରାଙ୍କ ଅବସର

କଲମ୍ବୋ,୨୪।୭- ପୂର୍ବତନ ଶ୍ରୀଲଙ୍କା ବୋଲର ନୂଆନ କୁଲସେକରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। କିମ୍ବଦନ୍ତୀ ପେସର ଲସିଥ ମାଲିଙ୍ଗା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରୁ ଅବସର ନେବା ଲାଗି ଇଚ୍ଛା ପ୍ରକାଶ କରିବା ପରେ କୁଲସେକରା ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବତନ ଶୀର୍ଷ ର଼୍ୟାଙ୍କ୍‌ଧାରୀ ପେସର ୧୯୯ ଉଇକେଟ ସହ କ୍ୟାରିୟର ଶେଷ କରିଛନ୍ତି। ଶ୍ରୀଲଙ୍କା ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ୫ମ ସ୍ଥାନରେ ରହିଛନ୍ତି। ଭେଟେରାନ ପେସର ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ୨୨ ରନ୍‌ ବିନିମୟରେ ୫ ଉଇକେଟ ନେଇଥିଲେ, ଯାହାକି ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ପେଲ। ୨୦୦୩ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା କୁଲସେକରା ୨୦୧୭ରେ ଅନ୍ତିମ ଥର ଦିନିକିଆ କ୍ରିକେଟ ଖେଳିଥିଲେ। ସେ ଜଣେ ଦକ୍ଷ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ମଧ୍ୟ। ୨୦୦୫ରେ ଅନ୍ତର୍ଜାତୀୟ ଟେଷ୍ଟ ଖେଳ ଆରମ୍ଭ କରିଥିବା ବୋଲରଙ୍କ ନାମରେ ଲମ୍ବା ଫର୍ମାଟରେ ୪୮ ଉଇକେଟ ରହିଛି। ଟି୨୦ ଫର୍ମାଟ୍‌ରେ ସେ ୬୬ ଉଇକେଟ ସହ ଶ୍ରୀଲଙ୍କା ଲାଗି ଯୁଗ୍ମ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର। ସେ ୨୦୧୪ ଟି୨୦ ଚାମ୍ପିୟନ ଦଳର ମଧ୍ୟ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇକୁ ଲାଗିବ ବଡ଼ ଝଟ୍‌କା

ବିଶ୍ୱର ସର୍ବବୃହତ କ୍ରିକେଟ ଲିଗ ଆଇପିଏଲର ୧୪ତମ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବ। ବିସିସିଆଇ ଏହାର କାର୍ଯ୍ୟସୂଚୀ ଘୋଷଣା କରିଛି। ଆଇପିଏଲ କାର୍ଯ୍ୟସୂଚୀରେ ସବୁଠାରୁ...

ହୃଦଘାତ ଖବର ଶୁଣିବା ପରେ ସଚିନଙ୍କ ଟୁଇଟ୍‌; କହିଲେ ଏହି ପରିସ୍ଥିତିରୁ…

ଲାହୋର,୨୮।୯: ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌-ଉଲ-ହକ୍‌ ହୃଦଘାତର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ସର୍ଜରୀ ପରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିଲେ ହେଁ ସେ ଡାକ୍ତରଙ୍କ...

କ୍ରିକେଟ ଇତିହାସରେ ପ୍ରଥମ ଥର

ମାଞ୍ଚେଷ୍ଟର,୧୧ା୭(ପିଟି)- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ଓପନର ରୋହିତ ଶର୍ମା, ଲୋକେଶ ରାହୁଲ ଓ ବିରାଟ କୋହଲି ପ୍ରତ୍ୟେକ ୧ ରନ୍‌ ଲେଖାଏ କରି...

ଚିୟରଲିଡର୍ସଙ୍କୁ ଦେଖି ଖେଳାଳିଙ୍କ ଧ୍ୟାନ ଭାଙ୍ଗେ କି ନାହିଁ, କ୍ରିକେଟର୍‌ ଦେଲେ ଏମିତି ଜବାବ

ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା ନିକଟରେ ସ୍ତ୍ରୀ ପ୍ରିୟଙ୍କା ଚୌଧୁରୀଙ୍କ ସହ ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ। କମେଡି କିଙ୍ଗ୍‌...

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: କେଏସ୍‌ସିଏ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଗିରଫ

ବେଙ୍ଗାଲୁରୁ,୪ା୧୨(ପି.ଟି.): କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ଫିକ୍ସିଂ ସ୍କାଣ୍ଡାଲରେ ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ମ୍ୟାନେଜମେଣ୍ଟ...

କାନାଡାର ପ୍ରଥମ ବିଜେତା

ଫାଇନାଲରେ ସେରେନାଙ୍କୁ ହରାଇ କାନାଡ଼ାର ବାଏଙ୍କା ଆଣ୍ଡ୍ରେସ୍କୁ ୟୁଏସ୍‌ ଓପନ୍‌ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମାତ୍ର ୧୯ ବର୍ଷ ବୟସରେ...

ଚେନ୍ନାଇର ଆଗାମୀ ଅଧିନାୟକ ହୋଇପାରନ୍ତି ଏହି ଷ୍ଟାର ଅଲରାଉଣ୍ଡର: ସେହ୍ବାଗ

ମୁମ୍ବାଇ,୧୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ ନୈରାଶ୍ୟଜନକ ପ୍ରଦର୍ଶନ କରିଆସିଛି। ଏଥିଯୋଗୁ ଦଳ ପ୍ଲେ-ଅଫ୍‌ ଦୌଡ଼ରୁ ବାହାର ହୋଇଛି। ତେବେ...

କୋହଲିଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର

ଇସଲମାବାଦ,୧୩।୯: ବିରାଟ କୋହଲି ଟି -୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -୨୦ ଏବଂ ଦିନିକିଆ ଦଳର ଅଧିନାୟକ ପଦ ଛାଡିବେ ଏବଂ ରୋହିତ...

Advertisement
Archives

Model This Week