କୁଲଡ଼ିହାରେ ବନ୍ୟଜନ୍ତୁ ଅସୁରକ୍ଷିତ : ୩ କୁକୁର ଆକ୍ରମଣରେ ହରିଣ ମୃତ

ସଜନାଗଡ଼, ୨୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକରେ ଥିବା କୁଲଡିହା ଅଭୟାରଣ୍ୟରେ ବନ୍ୟପ୍ରାଣୀ ଏବେ ଅସୁରକ୍ଷିତ ହୋଇପଡିଛନ୍ତି। ଶୁକ୍ରବାର କୁଲଡିହା ଅଭୟାରଣ୍ୟ ଅଧୀନ ତଥା ହାତୀଖୁଲିଆ-କୁନ୍ଦୁଡ଼ି ରାସ୍ତାରେ ୩ଟି ବୁଲା କୁକୁର ହରିଣକୁ ଆକ୍ରମଣ କରିଥିଲେ। ହରିଣ ପ୍ରାଣ ବିକଳରେ ଦୌଡୁଥିବା ବେଳେ ପାର୍ଶ୍ୱରେ ଥିବା ନାଳରେ ପଡ଼ିଯାଇଥିଲା। ସେଠାରେ ତାର ମୃତ୍ୟୁ ହୋଇଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି।
ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ସ୍ବର୍ଣ୍ଣଚୂଡ଼ ପାହାଡ଼ ଓ ଦେବଗିରି, ତେଣ୍ଡା, କୁଲଡିହା ସଂରକ୍ଷିତ ଜଙ୍ଗଲ ବିଭିନ୍ନ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ଥିଲା। ଏମାନଙ୍କ ସୁରକ୍ଷା ପାଇଁ ୧୯୮୪ ମସିହାରେ ରାଜ୍ୟ ସରକାରଙ୍କ ସୁପାରିଶକ୍ରମେ କେନ୍ଦ୍ର ସରକାର ଦେବଗିରି, ତେଣ୍ଡା, କୁଲଡିହା ସଂରକ୍ଷଣ ୨୭୨.୭୫ବର୍ଗ କି.ମି. ଜଙ୍ଗଲକୁ ନେଇ ଅଭୟାରଣ୍ୟ ଘୋଷଣା କରିଥିଲେ। ଏଠାରେ ହାତୀ, ବାଘ, ଭାଲୁ, ଗୟଳ, କୁଟାରୀ, ହରିଣ, ସମ୍ବର ଆଦି ବନ୍ୟଜନ୍ତୁ ସମେତ ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗର ଦେଶୀ ବିଦେଶୀ ପକ୍ଷୀ ଦେଖିବାକୁ ମିଳନ୍ତି। ଏହି ପ୍ରାକୃତିକ ପରିବେଶକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ହେଲେ କିଛି ଦିନ ହେଲା ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଥିବା ନଜରକୁ ଆସିଛି। ନିକଟରେ ଦନ୍ତା ହାତୀର ମୃତ୍ୟୁ ଘଟିବା ଓ ତାର ଦାନ୍ତକୁ କାଢ଼ି ନିଆଯିବା ଭଳି ଘଟଣା ଘଟିଥିଲା। ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ ବନବିଭାଗ ଖୋଜି ପାରି ନ ଥିବା ବେଳେ କୌଣସି ଶିକାରୀଙ୍କୁ ମଧ୍ୟ ଠାବ କରି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ଭଦ୍ରକ ଅଫିସ,୨୩।୫: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିବ। ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଭଦ୍ରକରେ ଗୁରୁବାର ସକାଳ ୮ଟାରୁ କଡା...

ଜାତୀୟ ପୁରସ୍କାର ପାଇଲେ ଲକ୍ଷ୍ମୀପ୍ରିୟା

ରୂପସା, ୧୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ହାତିଆଡ଼ିହା ଗ୍ରାମର ଚିତ୍ରଶିଳ୍ପୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ ଜାତୀୟ ତଥା ଲଳିତକଳା ଏକାଡ଼େମୀ ଚିତ୍ରକଳାରେ ଜାତୀୟ ପୁରସ୍କାର ହାସଲ...

କପାଳୀ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ

ବନ୍ତ,୨ା୭(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକର କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ନେତ୍ରୋସତ୍ବ ଅନୁଷ୍ଠିତ ହୋଇଯାଇଛି। ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶ ଦର୍ଶନ କରିଥିଲେ। ମଙ୍ଗଳବାର ସକାଳେ...

ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଗାର୍ଡେନିଂ: ରତୀନ୍ଦ୍ରଙ୍କ ଅନନ୍ୟ ପ୍ରୟାସ

ବାଲିଆପାଳ, ୧୩ା୮(ଡି.ଏନ.ଏ.)-ସୁସ୍ଥ ପରିବେଶ ଦେହ ଓ ମନକୁ ସୁସ୍ଥ ରଖେ। ଏହି କଥାର ମର୍ମ ବୁଝି ଏହାକୁ କାର୍ଯ୍ୟରେ ଲଗାଇ ଚର୍ଚ୍ଚାକୁ ଆସିଛନ୍ତି ଡାକ୍ତରଖାନାରେ ରୋଗୀଙ୍କୁ...

ବିଦ୍ୟୁତ୍‌ ତାର ଚୋରି ମାମଲାରେ ୪ ଗିରଫ, ବିଦ୍ୟୁତ୍‌ ତାର, ସ୍କର୍ପିଓ ଜବତ

ବସ୍ତା, ୨୪।୮ (ସ୍ବ.ପ୍ର.): ବାଲେଶ୍ୱର ଜିଲା ବସ୍ତା, ବାଲିଆପାଳ ତଥା ବାଲେଶ୍ୱର ସଦର ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲି ଆସିଥିବା ବିଦ୍ୟୁତ୍‌ ତାର ଚୋରି...

ସଙ୍କଟରେ ଆଦିବାସୀଙ୍କ ପାରମ୍ପରିକ ଜୀବିକା -ଶାଳମଞ୍ଜିିର ଅଭାବୀ ବିକ୍ରି: ବେପାରୀ ମାଲାମାଲ

ତେଲକୋଇ, ୬।୬(ଡି.ଏନ.ଏ.)-ତ୍ରୁଟିପୂର୍ଣ୍ଣ ସରକାରୀ ନୀତି ଯୋଗୁ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଶାଳମଞ୍ଜି, ମହୁଲ ଓ କେନ୍ଦୁପତ୍ର ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ...

ଦିଆସିଲି ବୋଝେଇ ଟ୍ରକ ଜଳିଗଲା

ଭଣ୍ଡାରିପୋଖରୀ,୧୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ଛତାବର ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ...

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ

ଖଇରା,୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ପାନୀୟ ଜଳ ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରିବାର ଦେଢ଼ ବର୍ଷ ବିତିଲାଣି ।...

Advertisement
Archives

Model This Week