କୁନି ବାହାଘର ହବ ତ

ସୁଧାକର ଦାସ
ନିର୍ବାଚନ ଫଳାଫଳ ବାହାରିବ ୨୩ ତାରିଖରେ। ସ୍ପଷ୍ଟ ହେଇଯିବ କିଏ ଜିତିଲା, କିଏ ହାରିଲା। ନିଷ୍ପତ୍ତି ହେଇଯିବ କାହା ହାତକୁ ଯିବ କ୍ଷମତା ଆଉ କିଏ ବସିବେ ବିରୋଧୀ ଆସନରେ। ପରିଷ୍କାର ହେଇଯିବ ଲୋକମତ କାହା ସପକ୍ଷରେ ଆଉ କାହା ବିପକ୍ଷରେ…।
ହେଲେ ଗୋଟିଏ କଥା କେବେ ସ୍ପଷ୍ଟ ଆଉ ପରିଷ୍କାର ହେବ, ତା’କୁ ମତେ ପ୍ରତୀକ୍ଷା କରିବାକୁ ପଡିବ। କଥାଟି ହେଲା…
ଆମ ଗାଁର ଦୀନବନ୍ଧୁ ଓ କୃପାସିନ୍ଧୁ ଦୁଇ ଭାଇ। କୃପାସିନ୍ଧୁର ପିଲାପିଲି କିଛି ନାହିଁ। ଦୀନବନ୍ଧୁର ତିନିବର୍ଷ ଭିତରେ ଲାଗ ଲାଗ ଦୁଇଟି ଝିଅ ଜନ୍ମ ହେଲେ। ପୁଣି ବର୍ଷ ତିନିଟା ପରେ ଦୀନବନ୍ଧୁର ସ୍ତ୍ରୀ ଗର୍ଭବତୀ ହେଲା। ଦୀନବନ୍ଧୁ ଯେତେବେଳେ ସ୍ତ୍ରୀକୁ ନେଇ ତା’ ପେଟ ୱାଶ୍‌ କରିବାକୁ ବାହାରିଲା କୃପାସିନ୍ଧୁ ଆଉ ତା’ ସ୍ତ୍ରୀ ବାଟ ଓଗାଳିଲେ। କହିଲେ- ପୁଅ ହଉ କି ଝିଅ, ଯାହା ହବ ଆମ କୋଳକୁ ଟେକିଦେବୁ। ଭାଇଭାଉଜଙ୍କ ଦମ୍ଭରେ ଦୀନବନ୍ଧୁ ସମ୍ଭାଳିଗଲା ଆଉ ୭ ମାସ ପରେ ତା’ର ଝିଅଟିଏ ହେଲା। ତା’ ନାଁ ରଖାଗଲା କୁନି। ଇଏ ଆଜକୁ ପ୍ରାୟ ୧୯-୨୦ ବର୍ଷ ତଳର କଥା। ସେତେବେଳେ ଅବଶ୍ୟ ଦୀନବନ୍ଧୁ ଓ କୃପାସିନ୍ଧୁ ଗୋଟିଏ ଓଳି ତଳେ ରହୁଥିଲେ। ଅପେକ୍ଷା କରାଗଲା, କୁନି କ୍ଷୀର ଛାଡିବା ପରେ କୃପାସିନ୍ଧୁ ପାଖକୁ ଚାଲି ଆସିବ। ତା’ ତ ହେଲାନି ବରଂ ବର୍ଷ ପାଞ୍ଚଟା ଭିତରେ ଦୁଇଭାଇ ଅଲଗା ହେଇଗଲେ। ଭିନ୍ନେ ହବା ଦିନ କୃପାସିନ୍ଧୁ କିନ୍ତୁ ଜୋର୍‌ ଦେଇ କହିଥିଲା- କୁନି ତୋ ପାଖରେ ରହୁ କି ମୋ ପାଖରେ…ତା’ ବାହାଘର ମୁଁ କରିବି, ଯାବତୀୟ ଖର୍ଚ୍ଚ ମୋର। ୟା ଭିତରେ ଦୀନବନ୍ଧୁର ବଡ଼ ଦୁଇ ଝିଅ ରମା ଓ ଭବାନୀଙ୍କର ବାହାଘର ସରିଛି। ଝିଅଦୁହିଁଙ୍କୁ ବାହା ଦବା ପାଇଁ ଦୀନବନ୍ଧୁ ନିଜ ଭାଗର ପୈତୃକ ସମ୍ପତ୍ତି ସବୁ ବିକିଭାଙ୍ଗି ଦେଇଛି। ଏବେ ତା’ ପାଖରେ ସମ୍ବଳ କେବଳ ଘରଡିହ ଖଣ୍ଡକ। ଚାରିମାସ ତଳେ କୁନି ପାଇଁ ଆସିଥିଲା ଗୋଟେ ବାହାଘର ପ୍ରସ୍ତାବ। ଦୁଇପକ୍ଷ ରାଜି ହେଲେ। ଯୌତୁକ ବାବଦକୁ ବରପକ୍ଷକୁ କେତେ ଟଙ୍କା ଦିଆଯିବ, ତା’ ବି ସ୍ଥିର ହେଲା। ଏ ସବୁ କାମରେ କୃପାସିନ୍ଧୁର ସହଯୋଗ ଦୀନବନ୍ଧୁର ମନୋବଳ ବଢ଼ଉଥିଲା। ଆଉ ଦୀନବନ୍ଧୁ ନିଶ୍ଚିନ୍ତ ଥିଲା ଯେ, ତା’ ଜବାବ ମୁତାବକ କୁପାସିନ୍ଧୁ କୁନି ବାହାଘରର ସକଳ ଭାର ବହନ କରିବ। ଆଉ ସେଦିନ ଦୀନବନ୍ଧୁ ପୂରା ଆଶ୍ୱସ୍ତ ହେଇଗଲା, ଯୋଉଦିନ କୃପାସିନ୍ଧୁ ଗାଁ ଲୋକଙ୍କ ସାଙ୍ଗରେ ତା’ ଭାଗର ଦୁଇମାଣ ଜମି ବିକିବା ପାଇଁ ମୂଲଚାଲ ଆରମ୍ଭ କଲା। ଜମି ବିକ୍ରିରୁ ଯାହା ପଇସା ମିଳିବ, ସେ ସବୁକିଛି କୁନି ବାହାଘରରେ ଖର୍ଚ୍ଚ ହବ ବୋଲି କୃପାସିନ୍ଧୁ ତା’ ବନ୍ଧୁବାନ୍ଧବଙ୍କ ଆଗରେ ବି କହୁଥିଲା।
ଏତିକିବେଳେ ଆସିଲା ନିର୍ବାଚନ। କୃପାସିନ୍ଧୁ ଚାଳରେ ଉଡିଲା ଗୋଟିଏ ଦଳର ପତାକା ତ ଦୀନବନ୍ଧୁ ଚାଳରେ ଆଉ ଗୋଟିଏ ଦଳର। ଦୀନବନ୍ଧୁର କାନ୍ଥରେ ଗୋଟିଏ ଦଳର ପୋଷ୍ଟର ତ କୃପାସିନ୍ଧୁର କାନ୍ଥରେ ଆଉ ଗୋଟିଏ ଦଳର। ସାରା ଗାଁ ଭିତରେ ଦୁଇଟା ଦଳ। ଗୋଟିଏ ପଟରେ କୃପାସିନ୍ଧୁ ଅନ୍ୟ ପଟରେ ଦୀନବନ୍ଧୁ। ଦୁଇ ଦଳଙ୍କ ଭିତରେ ଛକାପଞ୍ଝା, କଥା କଟାକଟି…।
ଠିକ୍‌ ଭୋଟ ପୂର୍ବଦିନ ଗାଁରେ ଟଙ୍କାବଣ୍ଟା ଘଟଣାକୁ ନେଇ ପ୍ରକାଶ ପାଇଲା ଉତ୍ତେଜନା। ରାତି ଅନ୍ଧାରରେ ଘୋ-ଘା, ଚିତ୍କାର, ମରଣାନ୍ତକ ଆକ୍ରମଣ, ଗାଁ ଭିତରେ ଦୌଡିଲା ଆମ୍ବୁଲାନ୍ସ। ପରଦିନ ସକାଳୁ ଜଣାପଡିଲା ସେଇ ଅନ୍ଧାର ଭିତରେ ଦୀନବନ୍ଧୁର ଟାଙ୍ଗିଆ ମାଡ଼ରେ ଗୁରୁତର ଅସୁସ୍ଥ ହେଇ କୃପାସିନ୍ଧୁ ପଡିଛି ବଡ଼ମେଡିକାଲରେ।
ୟା ଭିତରେ ନିର୍ବାଚନ ସରିଯାଇଛି। ଖାଲି ଯାହା ଫଳାଫଳ ଘୋଷଣାକୁ ଅପେକ୍ଷା। ଆଉ କେଇଟା ଦିନ ପରେ କୃପାସିନ୍ଧୁ ଓ ଦୀନବନ୍ଧୁଙ୍କ ଚାଳରୁ ପବନରେ ଉଡିଯିବ ଦଳୀୟ ପତାକା, କାନ୍ଥରୁ କବାଟରୁ ଚିରିଯିବ ପୋଷ୍ଟର। ହେଲେ କ’ଣ ହବ କୁନିର? କ’ଣ ହବ କୃପାସିନ୍ଧୁ ଦୀନବନ୍ଧୁକୁ ଦେଇଥିବା ଭରସାର? ସତରେ, ଭୋଟ ଗଣତି ଦିନ ଏସବୁ କଥା ସ୍ପଷ୍ଟ ହେଇଯା’ନ୍ତା କି! ଜଣା ପଡିଯା’ନ୍ତା କି କୃପାସିନ୍ଧୁ ଏବେ ବି ନିଜର ଜବାବ ରଖିବାକୁ ପ୍ରସ୍ତୁତ କି ନା…!!
ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ପ୍ରକ୍ରିୟା ହେଉଛି ନିର୍ବାଚନ। ନିର୍ବାଚନ ଆୟୋଗ ଏଥରର ନିର୍ବାଚନକୁ ଘୋଷଣା କଲେ ଗଣତନ୍ତ୍ରର ମହାପର୍ବ। ଏଇ କ’ଣ ମହାପର୍ବର ସୂଚନା ଯାହା ବିଭେଦ, ଅସୂୟା, ହିଂସା ସୃଷ୍ଟି କରି ମାନବିକତା, ସୌହାର୍ଦ୍ଦ୍ୟ ଆଉ ଭ୍ରାତୃତ୍ୱକୁ ପରାହତ କରେ?
କେଜାଣି, ହୁଏତ କୁନି ପାଖରେ ଏହାର ଉତ୍ତର ଥାଇପାରେ!! କାରଣ, ଏଥର କୁନି ଥିଲା ଫାଷ୍ଟ ଟାଇମ୍‌ ଭୋଟର୍‌।
ମୋ-୯୪୩୭୨୭୪୮୫୭


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍‌ସଆପ୍‌ ହ୍ୟାକିଂ

ଆକାର ପଟେଲ ଭାରତରେ ହ୍ବାଟ୍‌ସଆପ୍‌ ହ୍ୟାକିଂ କେମିତି ଚାଲିଛି, ସେ ବିଷୟରେ ଆମେ ଜାଣିବା ଓ ବୁଝିବା ଆବଶ୍ୟକ। ପ୍ରଥମତଃ ଯେଉଁ କମ୍ପାନୀ ବିରୋଧରେ ହ୍ୟାକିଂର...

ଏଇ ଭାରତରେ

ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ପାଇଁ ସବୁ ଧର୍ମରେ ଗର୍ଭବତୀମାନେ ଧର୍ମଗ୍ରନ୍ଥ ପାଠ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ...

ନିମିଷକେ ବଦଳୁଛି ଜ୍ଞାନର ପୃଥିବୀ

ଡ. ସୁବାସ ଚନ୍ଦ୍ର ପାତ୍ର ସମୟ ବ୍ୟବଧାନର ଗାଣିତିକତା ବୋଧହୁଏ ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ, ଯେଉଁଥିପାଇଁ ୫୦ ବର୍ଷର ବ୍ୟବଧାନ ୫/୧୦ବର୍ଷ ପରି...

ଏକାଦଶୀ ଉପବାସ ଓ ବିଜ୍ଞାନ

ଡ. ନରେନ୍ଦ୍ର ସେଠୀ ଜାପାନର ପ୍ରଖ୍ୟାତ ଜୈବବିଜ୍ଞାନୀ ୟୋଶିନୋରି ଓଶୁମି ୨୦୧୬ରେ ଉପବାସ ସମୟରେ ଶରୀର କିପରି ସ୍ବୟଂ ନିଜେ ନିଜକୁ ବ୍ୟାକ୍ଟେରିଆ ଓ ଭୂତାଣୁଙ୍କ...

ଏଇ ଭାରତରେ

ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ମାଓବାଦୀପ୍ରବଣ ବସ୍ତର ଜିଲାରେ ପିଲାମାନଙ୍କୁ ସ୍ମାର୍ଟ କ୍ଲାସ୍‌ ମାଧ୍ୟମରେ ପୁଣି ସ୍କୁଲକୁ ଫେରାଇ ଅଣାଯାଇପାରୁଛି। ଏହି କ୍ଲାସ୍‌ର ସଷ୍ଟ୍ରା ହେଉଛନ୍ତି ବସ୍ତରର...

କରୋନା ପରବର୍ତ୍ତୀ ବିଶ୍ୱ ଅର୍ଥନୀତିର ସ୍ବରୂପ

ଡ. ଚିତ୍ତରଞ୍ଜନ ମିଶ୍ର   କୋଭିଡ୍‌-୧୯ ବୈଶ୍ୱିକ ମହାମାରୀକୁ ନେଇ ଯେତେବେଳେ ସମଗ୍ର ବିଶ୍ୱ ଅତ୍ୟନ୍ତ ଭୀତତ୍ରସ୍ତ ହୋଇଉଠିଛି ସେତେବେଳେ ଆଲୋଚନା ଓ ପ୍ରତିଆଲୋଚନା ମୁଣ୍ଡ...

ୟୁ ଆର୍‌ ନଟି

ଶୁଭନାରାୟଣ ଶତପଥୀ ଗତ ଛୁଟିରେ ମୁଁ ବଲାଙ୍ଗୀର ଇଣ୍ଟରସିଟିରେ ସମ୍ବଲପୁରରୁ ଫେରୁଥାଏ। ଟ୍ରେନ୍‌ଟି ଭାରି ଭିଡ଼ ହୋଇଥିବାରୁ ସିଟ୍‌ ମିଳିଲା ନାହିଁ। ଠିଆ ହୋଇ ଆସିବା...

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି...

Advertisement

BGU

Archives

Model This Week

Why Dharitri