କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା କରିଥାନ୍ତୁ, ତାହା କାଳୁ(ପାଳିତ କୁକୁର)ପାଇଁ କରିଛୁ। ଉତ୍ତର ପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ଡା. ବ୍ରହ୍ମଦତ୍ତ ସାଇନି ନିଜ ପାଳିତ କୁକୁରର ମୃତ୍ୟୁପରେ ଏହା କହିଛନ୍ତି। ଏପରି କି ମଣିଷଙ୍କ ମୃତ୍ୟୁ ପରେ ଯେପରି ଅନ୍ତ୍ୟେଷ୍ଟିକ୍ରିୟା ଏବଂ କ୍ରିୟାକର୍ମ କରାଯାଇଥାଏ, ଡା. ସାଇନିଙ୍କ ପରିବାର କାଳୁ ପାଇଁ ସେପରି କରିଛନ୍ତି। ୧୪ ବର୍ଷ ତଳେ ଡା. ସାଇନି କାଳୁକୁ ରାସ୍ତାରେ ପାଇ ଘରକୁ ଆଣିଥିଲେ। ଧୀରେ ଧୀରେ ସେ ପରିବାରର ଏକ ସଦସ୍ୟ ପାଲଟିଯାଇଥିଲା। ହେଲେ କିଛି ସପ୍ତାହ ହେଲା ସେ ଅସୁସ୍ଥ ହୋଇ ପଶୁ ଚିକିତ୍ସାଳୟରେ ଚିକିତ୍ସିତ ଥିବାବେଳେ ଜାନୁୟାରୀ ୧୩ରେ ତା’ର ମୃତ୍ୟୁ ହୋଇଥିଲା। କାଳୁର ମୃତ୍ୟୁରେ ସାଇନିଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। କାଳୁ ଘରକୁ ଆସିବା ସମୟରେ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିଲା। ହେଲେ ପରବର୍ତ୍ତୀ ସମୟରେ ସବୁ ସମସ୍ୟା ଦୂର ହୋଇଥିଲା। ସେ ପରିବାର ପାଇଁ ଶୁଭଙ୍କର ଥିଲା ବୋଲି ଡା. ସାଇନି କୁହନ୍ତି। ତେଣୁ ୧୩ ଦିନ ଧରି ସମସ୍ତ କର୍ମ ଚାଲିଥିବାବେଳେ ଏହା ପୂର୍ବରୁ ଏକ ହୋମ ଓ ଭୋଜି ଆୟୋଜନ କରିଛନ୍ତି। ଏଥିସହ କାଳୁର ମୃତ୍ୟୁ ନେଇ ୧୧୦୦ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ଏବଂ ବନ୍ଧୁବର୍ଗଙ୍କୁ ବାର୍ତ୍ତା ପଠାଯାଇଥିବାବେଳେ ୧୩ ଦିନର କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରିତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ମଣ୍ଡପରେ ଲାଗିଲା ନିଆଁ: ୫ ମୃତ

ମୋରାଦାବାଦ,୨୭।୮: ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଗୁରୁବାର ରାତିରେ ବିବାହ ଚାଲୁଥିବା ବେଳେ ଏକ ୩ ମହଲା ବିଲ୍ଡିଂରେ ନିଆଁ ଲାଗିଯିବାରୁ ୨...

ଶିକ୍ଷାର୍ଥୀଙ୍କ ପାଇଁ ଖୁସି ଖବର: ଏକାସାଙ୍ଗରେ ୨ଟି ପାଠ୍ୟକ୍ରମରେ ଲେଖାଇ ପାରିବେ ନାମ

ନୂଆଦିଲ୍ଲୀ,୨୧।୨: ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶିକ୍ଷାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ଏଣିକି ଶିକ୍ଷାର୍ଥୀମାନେ ଦେଶରେ କୌଣସି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ବିଦେଶର ଯେ କୌଣସି...

ମେ ୩୦, ସନ୍ଧ୍ୟା ୭ଟାରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ, ୨୬।୫: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ରେ ଶପଥ ନେବେ। ଏନେଇ...

କଂଗ୍ରେସକୁ ଝଟକା: ରାଜ୍ୟସଭା ଏମ୍‌ପି କେ.ସି ରାମମୂର୍ତ୍ତି ଦେଲେ ଇସ୍ତଫା

ବେଙ୍ଗାଲୁରୁ,୧୬।୧୦: କର୍ନାଟକ କଂଗ୍ରେସର ରାଜ୍ୟସଭା ଏମ୍‌ପି ତଥା ବରିଷ୍ଠ ନେତା କେ.ସି. ରାମମୂର୍ତ୍ତି ରାଜ୍ୟସଭା ସଦସ୍ୟ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ସଭାପତି ତଥା...

ଜମ୍ମୁ-କଶ୍ମୀର ଛାଡ଼ ନିର୍ଦ୍ଦେଶ: ଶ୍ରୀନଗର ବିମାନ ବନ୍ଦରରେ ଟିକେଟ ପାଇଁ ପର୍ଯ୍ୟଟକଙ୍କ ଭିଡ଼

ଶ୍ରୀନଗର,୩।୮: ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିବା ସହିତ ଶୀଘ୍ର ଜମ୍ମୁ-କଶ୍ମୀର ଛାଡିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି...

ହସ୍ପିଟାଲ-ହଷ୍ଟେଲ ନିର୍ମାଣରେ ୩୦୦ କୋଟି ଖର୍ଚ୍ଚ କରିବେ ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ…

ହାଇଦ୍ରାବାଦ,୮।୮ : ତିରୁମାଲା ତିରୁପତି ଦେବସ୍ଥାନମ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଦାୟୀ ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ଓ୍ବାଇ...

ହରିୟାଣାରେ ମୋଦି, ରାହୁଲ ମୁହଁ।ମୁହିଁ

ଗୋହାନା,୧୯ା୧୦(ପି.ଟି.): କଂଗ୍ରେସର କୁଶାସନ ବେଳେ ଯବାନ ହୁଅନ୍ତୁ କି ଚାଷୀ ଅଥବା କ୍ରୀଡ଼ାବିତ୍‌ ଦେଶରେ କେହି ସୁରକ୍ଷିତ ନ ଥିଲେ। ଏହି ଦଳ ବାଲାକୋଟ ଏୟାର...

ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ, ଦୋଷୀଙ୍କୁ ଛଡ଼ା ଯିବନି, କହିଲେ ଡିଜି…

ଲକ୍ଷ୍ନୌ, ୨୪।୬ : ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସାକୁ ନେଇ ଉତ୍ତରପ୍ରଦେଶରେ ପୋଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।...

Advertisement
Archives

Model This Week