Posted inଫୁରସତ

କୁକୁରର ପୁସ୍‌ ଅପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ନିଜକୁ ଫିଟ୍‌ ରଖିବା ପାଇଁ ସମସ୍ତେ ଯୋଗ ଏବଂ ବ୍ୟାୟାମ କରିଥାନ୍ତି। ଏବେ ତ ବିଭିନ୍ନ ପ୍ରକାରର ବ୍ୟାୟାମକୁ ନେଇ ସୋସିଆଲ୍‌ ମିଡିଆରେ ବିଭିନ୍ନ ପ୍ରକାରର ଚ୍ୟାଲେଞ୍ଜ ବି ଦିଆଯାଉଛି। କିଛିଦିନ ତଳେ ସୋସିଆଲ୍‌ ମିଡିଆରେ ଲୋକେ ପୁସ୍‌ ଅପ୍‌ ଚ୍ୟାଲେଞ୍ଜ ଦେଉଥିଲେ। ଏବେ ଏହି ଚ୍ୟାଲେଞ୍ଜକୁ କୁକୁରମାନେ ବି ଫଲୋ କରୁଛନ୍ତି। ଅର୍ଥାତ୍‌ କୁକୁର ବି ବ୍ୟାୟାମ କରୁଛନ୍ତି। କୁକୁରଟିଏ ପୁସ୍‌ ଅପ୍‌ କରୁଥିବାର ଏକ ଭିଜୁଆଲ୍‌ ଏବେ ସୋସିଆଲ୍‌ ମିଡିଆରେ ଢେର୍‌ ଚର୍ଚ୍ଚିତ ହୋଇଛି।
ବ୍ୟାୟାମ କରୁଥିବା କୁକୁରଟି ହେଉଛି ଅଷ୍ଟ୍ରେଲିଆ ପୋଲିସ୍‌ ଫୋର୍ସର। ଅଷ୍ଟ୍ରେଲିଆ ପୋଲିସ୍‌ଙ୍କ ସହିତ କୁକୁରଟି ଏକାଠି ବସି ପୁସ୍‌ ଅପ୍‌ ଚ୍ୟାଲେଞ୍ଜକୁ ଗ୍ରହଣ କରି ତାଙ୍କ ସହିତ ସମାନ ଭାବରେ ଏହାକୁ କରୁଛି। କୁକୁରଟିର ଏଭଳି ଭାବରେ ପୁସ୍‌ ଅପ୍‌ ମାରିବା ଲୋକଙ୍କୁ ବେଶ୍‌ ମଜାଦାୟକ ମନେ ହୋଇଛି। ସେଥିପାଇଁ ସୋସିଆଲ୍‌ ମିଡିଆରେ ଏହି ଭିଡିଓକୁ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। ଭିଡିଓଟିକୁ ଏବେ ସୁଦ୍ଧା ୧.୭ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଏବଂ ୮ ହଜାରରୁ ଅଧିକ କମେଣ୍ଟ ମିଳିଛି। ଭିଡିଓକୁ ଦେଖିବା ପରେ କିଛିଲୋକ ଏହାକୁ ପ୍ରେରଣାଦାୟକ କହିଥିବାବେଳେ କେତେକ ଏହାକୁ ଏକ ସୁନ୍ଦର ଆଉ ସୁନାପିଲା ଭଳି କାମ ବୋଲି କହିନ୍ତଛି। ତେବେ କୁକୁରର ପୁସ୍‌ ଅପ୍‌ ଷ୍ଟାଇଲ୍‌ ଲୋକଙ୍କୁ ଆକୃଷ୍ଟ କରିବା ସହ ଜୀବନରେ ବ୍ୟାୟାମର ଉପକାରିତାକୁ ମନେ ପକାଇ ଦେଇଛି। ଆଉ କେତେଜଣ ତ ଏହି ପୋଲିସ୍‌ କୁକୁରଟିକୁ ଜିମ୍‌ ଟ୍ରେନର ହେବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି

ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ...

ବାଇକ୍‌ ମୁଣ୍ଡରେ ରଖି ବସ୍‌ ଉପରକୁ ଚଢ଼ିଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଏମିତି କିଛି ଭିଡିଓ ଶେୟାର କରାଯାଇଥାଏ, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି।...

ଏମିତି ଜେଲ୍‌, ଯେଉଁଠି କଏଦୀ ନିଅନ୍ତି କଏଦୀଙ୍କ ଜୀବନ

ସମାଜରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଅପରାଧୀମାନେ ଜେଲରେ ଅଛନ୍ତି। ଆପଣ ନିଶ୍ଚୟ ଦୁନିଆରେ ଉପସ୍ଥିତ ଜେଲଗୁଡିକ ବିଷୟରେ ଅନେକ କଥା ଶୁଣିଥିବେ।...

ଛେଳିକୁ ବିବାହ କଲେ ଯୁବକ

ଇସଲାମାବାଦ,୩୧ା୭: ପାକିସ୍ତାନର ସିଂଘ ରାଜ୍ୟର ମୀରପୁରଖାସ ଜିଲାରେ ଏକ ଆଶ୍ଚର୍ଯ୍ୟଚକିତ କଲା ପରି ଘଟଣା ଘଟିଛି। ଡିଗରୀ ସହରର ଭିଲ ସମ୍ପଦ୍ରାୟର ଜଣେ ଯୁବକ ଏକ...

ଫେରୀଟେଲ ଭିଲେଜ୍‌

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ତେବେ ପୃଥିବୀରେ ଏଭଳି ଅନେକ ମନୁଷ୍ୟକୃତ ସ୍ଥାନ ରହିଛି, ଯାହା ଦେଖିବାକୁ ଖୁବ୍‌ ମନୋରମ...

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା...

ଏକାଠି ହୋଇ ବୁଲିଲେ ୬ ବାଘ, ଭାଇରାଲ ହେଉଛି ଭିଡିଓ

ଗୋଟିଏ କି ଦୁଇଟି ନୁହେଁ, ଏକାସାଙ୍ଗରେ ୬ଟି ବାଘ ଏକାଠି ହୋଇ ବୁଲିବାର ବିରଳ ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଆଜି ସକାଳେ...

ଲୋକଙ୍କୁ ଆକର୍ଷିତ କରୁଛି ଏହି କୁକୁର

ଏବେ ସୋସିଆଲ ମିଡିଆରେ ଏକ କୁକୁରର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ କୁକୁରଟି ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରୁଥିବାରୁ ଭିଡିଓଟି ଭାଇରାଲ ହେଉଛି।...

Advertisement
Archives

Model This Week