କୁକୁଡ଼ାଖଣ୍ଡି ବ୍ଲକ: ସିଲ ହେଲା ମାଟିଆସାହି

କୁକୁଡାଖଣ୍ଡି,୫।୪(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆସାହିକୁ ସିଲ କରିଛି ଜିଲା ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ତ୍ରେୟ ଭାଉ ସାହେବ। ଉକ୍ତ ଗ୍ରାମକୁ ରାଜ୍ୟ ବାହାରରୁ ୧୩୦ ଜଣ ବ୍ୟକ୍ତି ଆସିଥିବା ତହସିଲଦାର ଇପସିତା ପ୍ରିୟଦର୍ଶନୀ ମିଶ୍ର ଗ୍ରାମକୁ ଯାଇ ଘଟଣା ସମ୍ପର୍କରେ ଅବଗତ ହେବାପରେ ଇପଜିଲାପାଳଙ୍କୁ ଜଣାଇଥିଲେ। ପରେ ଉପଜିଲାପାଳ ଗ୍ରାମକୁ ସିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଏହାକୁ ହଟସ୍ପଟ୍ ବୋଲି ଘୋଷଣା କରିଛନ୍ତି।କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାର ଅମ୍ବିତ ମହାନ୍ତିଙ୍କୁ ସେଠାର ମାଜିଷ୍ଟ୍ରେଟ ଦାୟିତ୍ବ ପ୍ରଦାନ କରିବାସହ ଗୋଳନ୍ଥରା ଥାନା ଅଧିକାରୀଙ୍କୁ ଘଟଣା ଉପରେ ନଜର ରଖିବା ସହ ସେଠାରେ ଚେକପୋଷ୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବିଡିଓଙ୍କୁ ସେଠାରେ ବସବାସ କରୁଥିବା ଲୋକଙ୍କ ପାଇଁ ଅତ୍ୟାବଶକ ସାମଗ୍ରୀର ହୋମଡେଲିଭେରି ପାଇଁ ମଧ୍ୟ କୁହାଯାଇଛି। ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ସହ ବାରଣ କରାଯାଇଛି ଏବଂ ଯାନବାହାନ ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି।ଗତ ୫ଦିନ ହେଲା ଭୂବନେଶ୍ବର ବମିଖାଲ ଅଞ୍ଚଳରୁ ଚାଲିଚାଲି ୧୩୦ ଜଣ ଆସିଥିଲେ। ପ୍ରଶାସନ ପଷରୁ ଗ୍ରାମବାସୀକୁ ୩ମାସର ଚାଉଳ ପ୍ରଦାନ କରାଯାଇଛି।ଡାକ୍ତରୀ ଦଳ ମଧ୍ୟ ଗ୍ରାମରେ ପହଞ୍ଚି ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଧମାଳ ଜିଲା ଚିଠି: ତଦନ୍ତକୁ ନେଇ ସନ୍ଦେହ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କନ୍ଧମାଳ ଜିଲାରେ ୨୦୧୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଗତ ଜୁଲାଇ ମାସରୁ ଆରମ୍ଭ ହୋଇଛି।...

ଇ-ଅଫିସ୍‌ରେ କାର୍ଯ୍ୟ କରିପାରିବେ ସରକାରୀ କର୍ମଚାରୀ -୨ ସନ୍ଦିଗ୍ଧ ବିପଦମୁକ୍ତ

ଜଗତ୍‌ସିଂହପୁର ଅଫିସ,୧୮ା୩: ସରକାରୀ କର୍ମଚାରୀ ଇ-ଅଫିସ ମାଧ୍ୟମରେ ଘରେ ରହି ମଧ୍ୟ କାମ କରିପାରିବେ। ଇ-ଅଫିସ ଏଭଳି ଜରୁରୀ ପରିସ୍ଥିତିରେ ବେଶ୍‌ ସହାୟକ ହୋଇପାରିଛି ବୋଲି...

ଶିକ୍ଷାବିତ୍‌ ତାରାପ୍ରସାଦ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର ଅଫିସ,୨୧।୧: ବରିଷ୍ଠ ଶିକ୍ଷାବିତ୍‌ ତଥା ସ୍ବର୍ଗତ ପଣ୍ଡିତ ବାଇକୋଳି ମହାପାତ୍ର(ଜ୍ୟୋତିଷ ବିଶାରଦ)ଙ୍କ ପୁତ୍ର ତାରାପ୍ରସାଦ ମହାପାତ୍ରଙ୍କ(୮୫)ର ସୋମବାର ପରଲୋକ ଘଟିଛି। ସ୍ବର୍ଗତ ମହାପାତ୍ର ଖଲ୍ଲିକୋଟର...

କାଣୀ ନଦୀବନ୍ଧରେ ଶହେ ଫୁଟର ଘାଇ

ଯାଜପୁର ଅଫିସ/ଦଶରଥପୁର/ଝୁମ୍ପୁରୀ,୧୭ା୮(ଡି.ଏନ.ଏ.): ବୈତରଣୀ ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏହାର ଶାଖା ନଦୀ କାଣୀରେ ୧ଶହ ଫୁଟ ଲମ୍ବର ଏକ ଘାଇ ସୃଷ୍ଟି...

ମୁଖ୍ୟ ଶାସନ ସଚିବ, ୫-ଟି ସଚିବଙ୍କ ଗୁପ୍ତ ଏଜେଣ୍ଡା ସରକାର ପ୍ରକାଶ କରନ୍ତୁ: ପ୍ରଦୀପ ପୁରୋହିତ

ବରଗଡ଼ ଅଫିସ,୪।୨: ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ବୁଧବାର ତୋଫାନୀ ଗସ୍ତରେ ଗନ୍ଧମାର୍ଦ୍ଦନ ପାହାଡ଼ର ଉଭୟ ପାଖରେ ଥିବା ନୃସିଂହନାଥ ଓ ହରିଶଙ୍କର...

ବିଜେଡି ଶାସନରେ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ

ବ୍ରହ୍ମପୁର ଅଫିସ,୨୨ା୮-ବିଜେଡି ଶାସନରେ ରେଶମ ନଗରୀ ବ୍ରହ୍ମପୁର ବିକାଶ ବାଧାପ୍ରାପ୍ତ ହୋଇଛି। ସାମାନ୍ୟ ବର୍ଷା ହେଲେ ମହାନଗର ଜଳାର୍ଣ୍ଣବ ହେବା ସହ ପାଣି ନିଷ୍କାସନ ହୋଇ...

କରୋନା ନେଲା ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଜୀବନ

ପୁରୁଷୋତ୍ତମପୁର,୧୬।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରବିବାର ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାଟକୁମରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର...

ବାଇକ୍‌ରେ ନିଆଁ ଲଗାଇଲେ ଦୁର୍ବୃତ୍ତ

କେନ୍ଦୁଝର,୧୧।୨(ସ୍ବ.ପ୍ର.) :କେନ୍ଦୁଝର ସହର ମାଇନିଂ ସ୍କୁଲ କଲୋନିରେ ରହୁଥିବା ଜଣେ କର୍ମଚାରୀଙ୍କ ବାଇକ୍‌ରେ କେହି ଦୁର୍ବୃତ୍ତ ସୋମବାର ବିଳମ୍ବିତ ରାତିରେ ନିଆଁ ଲଗାଇଥିବା ଜଣାପଡ଼ିଛି। ବାଇକ୍‌ଟି...

Advertisement
Archives

Model This Week