Posted inଖେଳ

କିରଣ ମୋରେ ଆମେରିକାର ଅନ୍ତରୀଣ କୋଚ୍‌

ଓ୍ବାଶିଂଟନ,୧୩।୭- ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ କିରଣ ମୋରେ ଆମେରିକା କ୍ରିକେଟ ଦଳର ଅନ୍ତରୀଣ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ସେ ପୂର୍ବତନ କୋଚ୍‌ ପବୁଦୁ ଦାସାନାୟକେଙ୍କ ସ୍ଥାନ ନେବେ। ୪୯ ବର୍ଷୀୟ ଦାସାନାୟକେ ୟୁଏସ୍‌ଏ କ୍ରିକେଟ ସହ ମତଭେଦ  ଯୋଗୁ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଦାସାନାୟକେଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ମାର୍ଚ୍ଚରେ ଶେଷ ହେବାର ଥିଲା।  ପରେ ତାଙ୍କ କାର୍ଯ୍ୟକାଳକୁ ଡିସେମ୍ବର ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା। ତାଙ୍କ କାର୍ଯ୍ୟକାଳରେ ଆମେରିକା ବିଶ୍ୱ କ୍ରିକେଟ ଲିଗ୍‌ ଡିଭିଜନ ୨ରେ ହଂକଂକୁ ହରାଇ ଦିନିକିଆ ସଦସ୍ୟତା ଲାଭ କରିଥିଲା। ଦାସାନାୟକେ ଶ୍ରୀଲଙ୍କା ଓ କାନାଡା ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିଲେ। ସେ କାନାଡା ଓ ନେପାଳ ଭଳି ଦଳର କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ସ୍ଥାନ ନେବେ ଅନ୍ତର୍ଜାତୀୟ ସ୍ତରରେ ଭାରତ ଲାଗି ୪୯ ଟେଷ୍ଟ ଓ ୯୪ ଦିନିକିଆ ଖେଳିଥିବା ମୋରେ। ସେ ଭାରତୀୟ ଦଳର ଚୟନ କମିଟି ମୁଖ୍ୟ ଦାୟିତ୍ୱରେ ମଧ୍ୟ ଥିଲେ। ୟୁଏସ୍‌ଏସି ଛୋଟ ଅବଧି ଲାଗି ସୁନୀଲ ଯୋଶୀଙ୍କୁ ସ୍ପିନ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିବାବେଳେ ପ୍ରବିନ ଆମ୍ରେ ଓ କିରନ ପାଓ୍ବେଲଙ୍କୁ ବ୍ୟାଟିଂ ବିଭାଗ ଦିଆଯାଇଛି। ସେହିଭଳି ଡେଭିଡ ସାକରଙ୍କୁ ଦ୍ରୁତ ବୋଲରଙ୍କ ସହ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌...

ଜାଡେଜାଙ୍କୁ ୫ ଉଇକେଟ୍‌: ଅଷ୍ଟ୍ରେଲିଆ ୧୭୭ ରନ୍‌ରେ ଅଲଆଉଟ୍‌

ନାଗପୁର,୯।୨:ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଚମତ୍କାର ବୋଲିଂ କରିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ୧୭୭ ରନରେ ଅଲଆଉଟ୍‌ ହୋଇଛି। ଏହି ଇନିଂସରେ ଅଷ୍ଟ୍ରେଲିଆ...

ସିପିଏଲ୍‌ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର, ୫ା୧୧(କ୍ରୀଡ଼ା ପ୍ରତିନିଧି): କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ୍‌)ର ୫ମ ସଂସ୍କରଣ ଚଳିତ ମାସ ୫ରୁ ଆରମ୍ଭ ହେବ। କର୍ପୋରେଟ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଏହି...

ଗୋଟିଏ ଫଟୋରେ ୭୩୫ ନଟ୍‌ ଆଉଟ

ଆଡିଲେଡ୍‌,୪ା୧୨- ଚଳିତ ସପ୍ତାହକୁ ଜୀବନରେ କଦାପି ଭୁଲି ପାରିବେ ନାହିଁ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର। ବାମହାତୀ ବ୍ୟାଟ୍ସମ୍ୟାନ କ୍ୟାରିୟରର ପ୍ରଥମ ଥର ପାଇଁ ତ୍ରିଶତକ...

ଚଳଚଞ୍ଚଳ ମଇଦାନ: ଅଭ୍ୟାସକୁ ଓହ୍ଲାଇଲେ ଖେଳାଳି

କଟକ ଅଫିସ,୨୪ା୫:ମଇଦାନକୁ ଓହ୍ଲାଇବା ଆରମ୍ଭ କରିଛନ୍ତି କ୍ରୀଡ଼ାବିତ। ପୁଣି ଥରେ ପଡ଼ିଆ ଗୁଡ଼ିକରେ ଗହଳଚହଳ ଦେଖିବାକୁ ମିଳିଛି। ସକାଳେ ଓ ଅପରାହ୍ନରେ ନେଟ୍ସ ବନ୍ଧା ଯାଉଛି...

ଭାରତୀୟ ଦଳ ପାଇଁ ବଢିଲା ଚିନ୍ତା: ରିଷଭ ପନ୍ତଙ୍କୁ କରୋନା

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ୟୁରୋ କପରେ ଇଂଲଣ୍ଡ ଏବଂ...

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ନାଗପୁର ,୨୩।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି ନାଗପୁରରେ ଖେଳାଯିବ। ସିରିଜକୁ ବରାବର କରିବା...

ଦିନକୁ ଗୋଟେ ଓଳି ଖାଉଥିବା ଏହି ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

ଔରଙ୍ଗାବାଦ, ୨୪ା୮ (ପି.ଟି.)-ଖେଳ କିପରି ତାଙ୍କ ଜୀବନଶୈଳୀ ବଦଳାଇ ଦେଇଛି ତାହାର ବର୍ଣ୍ଣନା କରିଛନ୍ତି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଭାରତର ପୂର୍ବତନ...

Advertisement
Archives

Model This Week