କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ବାଲୁଗଁା,୪ା୬(ଡି.ଏନ.ଏ.): ହିନ୍ଦୁ ଧର୍ମରେ ସ୍ବାମୀର ଆରୋଗ୍ୟ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବା ପରମ୍ପରା ରହିଛି । ତେବେ ବାଲୁଗାଁସ୍ଥିତ ତୃତୀୟ ଲିଙ୍ଗ ସାମାଜିକ ସଂଗଠନ ଚେତନା ପକ୍ଷରୁ ଏହି ବ୍ରତ ପାଳନ କରାଯିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ସୋମବାର ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ବାଲୁଗାଁର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ସାବିତ୍ରୀ ପୀଠ ଏବଂ ସ୍ଥାନୀୟ ବିଭିନ୍ନ ପୂଜାସ୍ଥଳୀରେ ବ୍ରତଧାରୀ ମହିଳାଙ୍କ ଭିଡ଼ ଜମିଥିଲା । ଲମ୍ବାଧାଡ଼ି କରି ମହିଳାମାନେ ପ୍ରବଳ ଖରାରେ ଠିଆ ହୋଇ ମା’ଙ୍କୁ ପୂଜା କରି ସ୍ବାମୀଙ୍କ ଆରୋଗ୍ୟ ଲାଭ ପାଇଁ ଆଶୀର୍ବାଦ କାମନା କରିଥିଲେ ା କିନ୍ନର ସଂଗଠନ ପକ୍ଷରୁ ମଧ୍ୟ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟତଃ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରାଯାଉଥିବା କିନ୍ନର ଚିନ୍ମୟୀ ବେହେରା ପ୍ରକାଶ କରିଛନ୍ତି ା ସୀମା କିନ୍ନର, ଡ଼ଲି, ଜୁଲି, ପୂଜା, ରୂପାଲି, ଲିଜା, ସୃଷ୍ଟି ପ୍ରମୁଖ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର

ଯୋଡ଼ା,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ...

ସବୁ ସ୍କୁଲରେ ‘ପିଲାଟିଏ- ଗଛଟିଏ’ ଅଭିଯାନ

ବ୍ରହ୍ମପୁର ଅଫିସ୍‌,୨୦ା୬-ବାରମ୍ବାର ସାମୁଦ୍ରିକ ବାତ୍ୟାର ସମ୍ମୁଖୀନ ହେଉଛି ଗଞ୍ଜାମ ଜିଲା। ଗୋଟିଏ ପରେ ଗୋଟିଏ ବାତ୍ୟା ଏ ଜିଲାର ସବୁଜିମାକୁ ନଷ୍ଟ କରିବାରେ ଲାଗିଛି। ସରକାରୀ...

ମାଟିରେ ମିଶିଲା ପାନବରଜ, ଚିନ୍ତାରେ ଚାଷୀ

ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅଞ୍ଚଳରେ ବାତ୍ୟା ୟାସ ପ୍ରକୋପ ଯୋଗୁ ପାନଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ପବନରେ ସେମାନଙ୍କ ପାନ ବରଜ ମାଟିରେ ମିଶିଯାଇଛି। ମଞ୍ଚା...

ଦରଘା ପ୍ରବେଶଦ୍ୱାର ଭଙ୍ଗାବେଳେ ଉତ୍ତେଜନା

କଟକ ଅଫିସ,୨୦ା୨: ଏସ୍‌ସିବି ମେଡିକାଲର ଉନ୍ନତୀକରଣ ଏବଂ ସମ୍ପ୍ରସାରଣ ପାଇଁ ଆଖପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ପରିପ୍ରେକ୍ଷୀରେ ବୁଧବାର ଯୋବ୍ରା ଅଞ୍ଚଳରେ ଉଚ୍ଛେଦବେଳେ...

ଭୂତଳ ପୋଲ ନିର୍ମାଣ ଦାବି ତେଜୁଛି: ଜାତୀୟ ରାଜପଥ ୪୯ରେ ଭୂତଳ ପୋଲ ନିର୍ମାଣ ପାଇଁ ବୈଠକ

  ଦେବଗଡ଼, ୧୧।୧୨(ଡି.ଏନ.ଏ.) ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ) ପକ୍ଷରୁ ଦେବଗଡ଼ ଜିଲା ବାରକୋଟ ବ୍ଲକ କଣ୍ଢଳ ଗ୍ରାମଦେଇ ଯାଇଥିବା ମୁମ୍ବାଇ-କୋଲକାତା ସଂଯୋଗକାରୀ ୪୯ ନମ୍ବର ଜାତୀୟ...

ଦୋଷୀଙ୍କୁ ଦଣ୍ଡ ଦାବିରେ ସଙ୍କଳ୍ପ ପଦଯାତ୍ରା

ଖଇରା,୪।୧୨(ଡି.ଏନ.ଏ.): ହାଇଦ୍ରାବାଦ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଗଣବଳାତ୍କାର ଓ ନାରୀ ନିର୍ଯାତନା ଘଟଣା ବୃଦ୍ଧି ପାଉଥିବାରୁ ଏହାର ପ୍ରତିବାଦ ଜଣାଇବା ସହ...

ସାକାର ହେଉନି ଚାଷୀଙ୍କ ସ୍ବପ୍ନ

ବଇଣ୍ଡା,୩ା୪(ପରିକ୍ଷିତ ସାହୁ) ଜଳସେଚନ ପ୍ରକଳ୍ପ ନିର୍ମାଣ ହେଲେ ହସି ଉଠିବ ଜମି। ବର୍ଷ ସାରା ଫଳିବ ସୁନାର ଫସଲ। ଦୂର ହେବ ଚାଷୀଙ୍କ ଦୁରବସ୍ଥା। ଦୀର୍ଘବର୍ଷ...

ଶାଗ ମାଛ ଦରରେ ବିକ୍ରି କରୁଛନ୍ତି ମୂଲ୍ୟବାନ୍‌ କାଠ

ଚନ୍ଦ୍ରପୁର, ୨୭।୬(ଡି.ଏନ୍‌.ଏ.): ଗଛ ଆମର ବନ୍ଧୁ। ସୁସ୍ଥ ପରିବେଶ ପାଇଁ ଗଛ ଯେ କେତେ ଜରୁରୀ ତାହା ସମସ୍ତଙ୍କୁ ଜଣା। ପରିବେଶକୁ ସ୍ବଚ୍ଛ, ସୁସ୍ଥ ରଖିବାକୁ...

Advertisement
Archives

Model This Week