Posted inଖେଳ

କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲ ୩୧ରୁ: ଦେବାଶିଷ ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ

ଭୁବନେଶ୍ୱର, ୨୯।୫(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଇଣ୍ଟରନ୍ୟାଶନାଲ ଚେସ୍‌ ଫେଷ୍ଟିଭାଲର ଦ୍ୱାଦଶ ସଂସ୍କରଣ ଚଳିତମାସ ୩୧ ତାରିଖରୁ ଆରମ୍ଭ ହେବ। କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏହା ଜୁନ ୭ ପର୍ଯ୍ୟନ୍ତ ଚାଲିବ। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇଟୁରିଜାଗା ବୋନେଲି ଏଡୁଆର୍ଡୋ (୨୬୩୭ ଏଲୋ ରେଟିଂ) ଟୁର୍ନାମେଣ୍ଟରେ ଟପ୍‌ ସିଡ୍‌ର ମାନ୍ୟତା ପାଇଥିବାବେଳେ ଓଡ଼ିଶା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ(୨୫୪୪) ଭାରତୀୟ ଚ୍ୟାଲେଞ୍ଜର ନେତୃତ୍ୱ ନେବେ।
ଅନ୍ତର୍ଜାତୀୟ ଚେସ୍‌ କ୍ୟାଲେଣ୍ଡରରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟର ମର୍ଯ୍ୟାଦା ବହନ କରୁଥିବା ଏହି ପ୍ରତିଯୋଗିତା ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏଶନ(ଏଓସିଏ) ଓ କିଟ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଛି। ୩ଟି କାଟେଗୋରିରେ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ୩୦ ଦେଶର ଗ୍ରାଣ୍ଡମାଷ୍ଟର, ଅନ୍ତର୍ଜାତୀୟ ମାଷ୍ଟର, ମହିଳା ଗ୍ରାଣ୍ଡମାଷ୍ଟର, ମହିଳା ଅନ୍ତର୍ଜାତୀୟ ମାଷ୍ଟର ଆଦି ଅଂଶଗ୍ରହଣ କରୁଛନ୍ତି। ଟୁର୍ନାମେଣ୍ଟ ପାଇଁ ୨୫,୦୦,୦୦୦ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି ବୋଲି ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି କିଟ୍‌ର କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଏବଂ ଏଓସିଏ ଉପସଭାପତି ରଞ୍ଜନ ମହାନ୍ତି। ୨୦୦୦ରୁ ଊର୍ଦ୍ଧ୍ୱ ଏଲୋ ରେଟିଂପ୍ରାପ୍ତ ଖେଳାଳି କାଟେଗୋରି ‘ଏ’ରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଭାରତ, ତାଜିକସ୍ତାନ, ଚେକ୍‌ ରିପବ୍ଲିକ, ଆର୍ମେନିଆ, ବେଲଜିୟମ, ଆମେରିକା, ସ୍ପେନ, ଭେନଜୁଏଲା, ରୁଷିଆ, ବାଂଲାଦେଶ, ୟୁକ୍ରେନ, କାଜାଖସ୍ତାନ, ଶ୍ରୀଲଙ୍କା, ନେପାଳ, ମାଲେସିଆ, ଭିଏତନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍‌, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ, କାତାର, ମଙ୍ଗୋଲିଆ ଆଦି ଦେଶର ପ୍ରତିଯୋଗୀ ଭାଗ ନେବେ।
ପରିସଂଖ୍ୟାନ ଅନୁସାରେ ଏଥିରେ ମୋଟ ୧୯ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ କରିବେ। ସେମାନଙ୍କ ମଧ୍ୟରୁ ଭାରତର ୩ ଜଣ (ଆର.ଆର. ଲକ୍ଷ୍ମଣ, ଦେବେନ୍ଦୁ ବରୁଆ, ଦେବାଶିଷ ଦାସ) ହୋଇଥିବାବେଳେ ଅନ୍ୟ ୧୬ ଜଣ ବିଦେଶୀ ଖେଳାଳି। ଏହା ବ୍ୟତୀତ ଜଣେ ମହିଳା ଗ୍ରାଣ୍ଡମାଷ୍ଟର, ୧୮ ଅନ୍ତର୍ଜାତୀୟ ମାଷ୍ଟର, ୩ ମହିଳା ଅନ୍ତର୍ଜାତୀୟ ମାଷ୍ଟର, ୬ ଫିଡେ ମାଷ୍ଟର, ୭ ମହିଳା ଫିଡେ ମାଷ୍ଟର, ୪ କ୍ୟାଣ୍ଡିଡେଟ ମାଷ୍ଟର ଓ ୨ ମହିଳା କ୍ୟାଣ୍ଡିଡେଟ ମାଷ୍ଟର ଏହିପରି ୬୦ ଟାଇଟଲଧାରୀ ଏଥିରେ ଭାଗ ନେବାକୁ ଯାଉଛନ୍ତି। କାଟେଗୋରି ‘ଏ’ର ଶୀର୍ଷ ୨୦ ବୋର୍ଡ ମ୍ୟାଚର ସିଧା ପ୍ରସାରଣ କରାଯିବ। ଅନ୍ତର୍ଜାତୀୟ ଆର୍ବିଟର ଆର. ଅନନ୍ତରାମଙ୍କ ନେତୃତ୍ୱରେ ଟୁର୍ନାମେଣ୍ଟ ପରିଚାଳିତ ହେବ। ମ୍ୟାଚ ଗୁଡ଼ିକ କ୍ୟାମ୍ପସ ୧୫(ବି)ସ୍ଥିତ ଇଣ୍ଟରନ୍ୟାଶନାଲ ଚେସ୍‌ ହଲ୍‌ ଏବଂ କିଟ୍‌ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏଠାରେ ପୂର୍ବରୁ ପ୍ରତିଯୋଗିତାର ୧୧ଟି ଯାକ ସଂସ୍କରଣ, ଫିଡେ ବିଶ୍ୱ ଜୁନିୟର ଚେସ୍‌ ଚାମ୍ପିୟନଶିପ୍‌ ୨୦୧୬ ଏବଂ ଆହୁରି ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ସଫଳତାର ସହିତ ଆୟୋଜିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରସେଲଙ୍କୁ ଡାକରା

କଲମ୍ବୋ,୨୩।୨- ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କୁ ଡାକରା ଦେଇଛି। ୨୦୧୯ ବିଶ୍ୱକପ୍‌ ପରଠାରୁ ସେ...

ଇଣ୍ଡିଆନ ସୁପରଲିଗ୍‌: ଚେନ୍ନାଇନ୍‌କୁ ହରାଇଲା ହାଇଦ୍ରାବାଦ୍‌

ବାମ୍ବୋଲିମ୍‌, ୫।୧-ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ମ୍ୟାଚରେ ହାଇଦ୍ରାବାଦ୍‌ ଏଫ୍‌ସି ୪-୧ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ...

କାନାଡ଼ା ଓପନ୍‌: ସେମିରେ କାଶ୍ୟପ

କାଲଗାରି,୬।୭(ପିଟି)- ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ପାରୁପଲ୍ଲୀ କାଶ୍ୟପ ଏଠାରେ ଚାଲିଥିବା କାନାଡ଼ା ଓପନ୍‌ ସୁପର ୧୦୦ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତିି। ୬ଷ୍ଠ ସିଡ୍‌...

ମୌସୁମୀ ପରେ କ୍ରିକେଟ ସମ୍ଭବ: ଜୋହରି

ନୂଆଦିଲ୍ଲୀ,୨୧।୫(ପି.ଟି.): ମୌସୁମୀ ଋତୁ ପରେ କ୍ରିକେଟ ନେଇ କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି...

ନେଟ୍ସରେ ସୁନୀଲ ଗାଭାସ୍କର ସବୁଠାରୁ ଖରାପ ଖେଳାଳି ଥିଲେ: ମୋରେ

ନୂଆଦିଲ୍ଲୀ, ୪।୭- ଭାରତୀୟ କ୍ରିକେଟ୍‌ରେ ସୁନୀଲ ଗାଭାସ୍କରଙ୍କୁ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚନା କରାଯାଏ। ଲିଟିଲ୍‌ ମାଷ୍ଟର ଭାବେ ପରିଚିତ ଗାଭାସ୍କର ପ୍ରଥମ...

ଆଖିବୁଜିଲେ ଏହି କ୍ରିକେଟର୍‌

ମୁମ୍ବାଇ,୫।୪: ମୁମ୍ବାଇର ପୂର୍ବତନ କ୍ରିକେଟର ମେହଲି ଇରାନୀଙ୍କ ଦୁବାଇରେ ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)ର ସର୍ବୋଚ୍ଚ...

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ପ୍ରଦର୍ଶନ ପରେ ଭାରତ ଫେରିଲେ ଖେଳାଳି: ଜୋରଦାର ସ୍ବାଗତ

ନୂଆଦିଲ୍ଲୀ,୯।୮: ଟୋକିଓ ଅଲିମ୍ପିକ୍ସରେ ଏକ ଐତିହାସିକ ତଥା ସ୍ମରଣୀୟ ପ୍ରଦର୍ଶନ କରିବା ପରେ ଭାରତୀୟ ଆଥଲେଟ୍‌ମାନେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଜୋରଦାର...

ପୁଣି ଚାଲିଲା ଅଶ୍ୱିନ-ଅକ୍ଷରଙ୍କ ଯାଦୁ : ୨୦୫ରେ ଅଲଆଉଟ୍‌ ହେଲା ଇଂଲଣ୍ଡ

ଅହମ୍ମଦାବାଦ,୪।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଚତୁର୍ଥ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ଦଳର ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ...

Advertisement
Archives

Model This Week