କିଟପଦର ଛକ ନିକଟରେ ହତ୍ୟା ଘଟଣା: ୩ ଅଭିଯୁକ୍ତ ଗଲେ ଜେଲ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କିଟପଦର ଛକରେ ଗତ ୧୫ ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୩ ଅଭିଯୁକ୍ତ ଶୁକ୍ରବାର ଜେଲ ଯାଇଛନ୍ତି। ସେମାନେ ହେଲେ ସିର୍ଲିଗୁଡା ଗ୍ରାମର ରାକେଶ ପୁଞ୍ଜି (୧୯), ଡମ୍ବରୁଧର ପୂଝାରୀ (୨୧) ଓ କାମଦେବ ଜାଲ (୨୫)।
ପୋଲିସ ସୂତ୍ରରୁ ପ୍ରକାଶ, କିଟପଦର ଛକ ନିକଟରେ ଗତ ୧୫ ତାରିଖରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଖବର ମିଳିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଥିଲା। ମୃତକ ସିର୍ଲିଗୁଡା ଗ୍ରାମର କୈଳାସ ଦଣ୍ଡସେନା (୩୫)। କୈଳାସଙ୍କ ସ୍ତ୍ରୀ ମୀନା ଦଣ୍ଡସେନାଙ୍କ ଏତଲାକୁ ଭିତ୍ତି କରି ଭବାନୀପାଟଣା ସଦର ପୋଲିସ ଏସଆଇ ସୁବାସଚନ୍ଦ୍ର ମିଶ୍ର   ମାମଲା(ନଂ. ୨୭୪/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଭବାନୀପାଟଣା ଏସ୍‌ଡିଜିଏମ୍‌ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାର୍ଗବୀରେ ଭାସିଗଲେ ଯୁବତୀ

ପୁରୀ ଅଫିସ,୨୫।୭: ପୁରୀ ଜିଲା ପିପିଲି ବ୍ଲକ ପୁବାଶାସନ ନିକଟ ଭାର୍ଗବୀ ନଦୀରେ ସୋମବାର ଜଣେ ଯୁବତୀ ଭାସିଯାଇ ନିଖୋଜ ଅଛନ୍ତି। ଯୁବତୀ ଜଣକ ଶୌଚ...

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ, ଅପରାହ୍ନରୁ ଦର୍ଶନ ବନ୍ଦ

ପୁରୀ ଅଫିସ,୮।୭: ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ଓ ଶନିବାର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି । ହେଲେ ସା...

ପ୍ରକଳ୍ପ ଅସମ୍ପୂର୍ଣ୍ଣ, ଜଳ ଅପେକ୍ଷାରେ ବ୍ରହ୍ମପୁରବାସୀ

ବ୍ରହ୍ମପୁର ଅଫିସ,୩ା୩ – ବ୍ରହ୍ମପୁରରେ ଏଣିକି ଖରାଦିନେ ଦୂର ହେବ ପାନୀୟ ଜଳ ସଙ୍କଟ। ସହରବାସୀଙ୍କ ପ୍ରତ୍ୟେକ ଘରକୁ ହେବ ୨୪ ଘଣ୍ଟିଆ ଜଳଯୋଗାଣ ସୁବିଧା...

ନିମାପଡ଼ାକୁ ଛୁଇଁଲା କରୋନା: ୬ ପଜିଟିଭ ଚିହ୍ନଟ

ନିମାପଡ଼ା, ୧୬।୬(ଡି.ଏନ୍‌.ଏ.): ପୁରୀ ଜିଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଜିଲାରୁ ୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।...

କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର...

ବ୍ରିଜ୍‌ କୋର୍ସ ସଫଳତା ଆକଳନ ସମୟ ଘୁଞ୍ଚୁଛି

ରସୁଲପୁର,୯।୬(ଡି.ଏନ.ଏ.): ଆରମ୍ଭରୁ ରସୁଲପୁର ବ୍ଲକରେ ବ୍ରିଜ୍‌ କୋର୍ସ ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି ବୋଲି ଅଭିଯୋଗ ହେଉଛି। ଉକ୍ତ ବ୍ଲକ୍‌ରେ ୨୩୮ ବିଦ୍ୟାଳୟର ୨୦ ହଜାରରୁ...

ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୩୧।୭(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରର ଜଳସ୍ତର ୬୦୫.୧୦...

ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ

କଟକ ଅଫିସ,୧୫।୨- କଟକସ୍ଥିତ ବୋର୍ଡ ଅଫ୍‌ ରେଭିନ୍ୟୁ କାର୍ଯ୍ୟାଳୟର ତୃତୀୟ ମହଲାରେ ଶନିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଦିବା ପ୍ରାୟ ସାଢ଼େ ୧୨ଟା ବେଳେ ତୃତୀୟ...

Advertisement
Archives

Model This Week