କାଷ୍ଟ ହାଉସ-ବି ବିଶ୍ୱକର୍ମା ପୂଜା ପ୍ରସ୍ତୁତି: ୭ ଦିନ ଚାଲିବ ଅନ୍ନପ୍ରସାଦ ବଣ୍ଟନ

ବଅଁରପାଳ, ୧୨।୯ (ଡି.ଏନ୍‌.ଏ) – ନାଲକୋର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଆସନ୍ତା ୧୭ ତାରିଖଠାରୁ ଅନୁଷ୍ଠିତ ହେବ। ଏହି ପୂଜା ପାଇଁ ସମସ୍ତ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ନାଲ୍‌କୋ କାଷ୍ଟ ହାଉସ-ବି ପୂଜା କମିଟି ପକ୍ଷରୁ ପୂଜାକୁ ମନଲୋଭା ଓ ଆକର୍ଷଣୀୟ କରିବା ପାଇଁ କର୍ମକର୍ତ୍ତାମାନେ ପ୍ରସ୍ତୁତି କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଚଳିତ ବର୍ଷ ବିଭିନ୍ନ ପୌରାଣିକ କଥାବସ୍ତୁକୁ ଆଧାର କରି ସାଜସଜ୍ଜା ଓ ପୂଜା ମଣ୍ଡପ ନିର୍ମାଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପ୍ୟାଲେସ ସଦୃଶ ତୋରଣ ନିର୍ମାଣ ସହ ପୌରାଣିକ କଥାବସ୍ତୁକୁ ଆଧାର କରି ମେଢ ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣଙ୍କ ଲୀଳା ଉପରେ ଆଧାରିତ ମୂର୍ତ୍ତି ନିର୍ମାଣ କରାଯିବ। ବିଶେଷ କରି ୭ ଦିନ ଧରି ଏଠାରେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ଖିରି ଖେଚୋଡ଼ିର ମହକ ଛୁଟିବ ବୋଲି ପୂଜା କର୍ମକର୍ତ୍ତା ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ପୂଜା କମିଟିର ସଭାପତି ଶିଶିରକାନ୍ତ ରଥ କୁହନ୍ତି, ପ୍ରତିବର୍ଷ ବିଭିନ୍ନ ଢଙ୍ଗରେ ପୂଜା ମଣ୍ଡପ ତିଆରି କରାଯାଉଛି। ଚଳିତ ବର୍ଷ ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ମେଢ଼ ଓ ସାଜସଜ୍ଜା କରାଯାଉଛି। ମଣ୍ଡପ ଦର୍ଶକମାନଙ୍କୁ ଆକର୍ଷିତ କରିବ ବୋଲି ଆଶା ବାନ୍ଧିଛୁ। ସମ୍ପାଦକ ପ୍ରକାଶ ବେହେରା କୁହନ୍ତି, ୧୭୦ ଜଣ ସଦସ୍ୟ ଆମ କମିଟିରେ ସାମିଲ ହୋଇଛନ୍ତି। ପ୍ରାୟ ୫ ଲକ୍ଷ ଟଙ୍କା ବଜେଟ୍‌ରେ ପୂଜା ମଣ୍ଡପ ନିର୍ମାଣ କରାଯାଉଛି। ଦର୍ଶକମାନଙ୍କୁ କିଭଳି ବିମୋହିତ କରାଯିବ ସେଥିପାଇଁ ସାଜସଜ୍ଜାର ପ୍ରସ୍ତୁତି କାର୍ଯ୍ୟ କରାଯାଇଛି। ୭ ଦିନ ଧରି ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଛି। ସଭ୍ୟ ମନୋଜ ସ୍ବାଇଁ ଓ ଟୁନା ସାହୁ କୁହନ୍ତି, ଚଳିତ ବର୍ଷ ନୂତନ ଢାଞ୍ଚାରେ ପୂଜା ମଣ୍ଡପ ନିର୍ମାଣ କରାଯାଇଛି। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସରକାରୀ ସହାୟତାରେ ବି ସଫଳ; ନେଟ୍‌ ପହଞ୍ଚାଇଛି ଟପ୍‌ରେ

ବନ୍ତଳା,୧୩।୧:  ଶିକ୍ଷିତ ନୁହନ୍ତି କି ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ବି ପାଇନାହାନ୍ତି। ତଥାପି ଆଧୁନିକ ଚାଷ କ୍ଷେତ୍ରରେ ଜିଲାର ଟପ୍‌ରେ ପହଞ୍ଚିପାରିଛନ୍ତି ଅନୁଗୋଳ ଜିଲା ବନ୍ତଳା...

ଜୋର୍‌ଦାର ଚାଲିଛି କୋଇଲା ଚୋରା କାରବାର

ତାଳଚେର,୧୦।୫(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ବିଭିନ୍ନ କୋଇଲା ଖଣି ଅଞ୍ଚଳରୁ ଚାଲିଛି ଜୋର୍‌ଦାର କୋଇଲା ଚୋରି। କୋଇଲା ମାଫିଆଙ୍କ ସହ କେତେଜଣ ଅଧିକାରୀ, କର୍ମଚାରୀ,...

ମାସକରେ ୩୨ଶହ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୫ ଅନୁଗୋଳ ଜିଲାରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି କରୋନାର ଦ୍ୱିତୀୟ ଲହର। ବିଶେଷକରି ଏପ୍ରିଲ ମାସରେ ୩୨ଶହ ସଂକ୍ରମିତ ଚିହ୍ନଟ ହେବା...

କ୍ୱାରାଣ୍ଟାଇନ କଡ଼ାକଡ଼ି କରିବାକୁ ଦାବି

ତାଳଚେର,୯ା୫(ନି.ପ୍ର.) – ଓଡ଼ିଶା ବାହାରୁ ଅନୁଗୋଳ ଜିଲାକୁ ଆସୁଥିବା ଶ୍ରମିକ, ଛାତ୍ରୀଛାତ୍ର ତଥା ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଠିକ୍‌ ଭାବେ ସର୍ଭେ କରାଯାଇ ସେମାନଙ୍କୁ ମାସେ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ତାଳଚେର,୨୦।୪(ନି.ପ୍ର.): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ରବିବାର ରାତିରେ ଚିହ୍ନଟ ହୋଇଛି। ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିର ପଶ୍ଚିମ ଦିଗରେ ପ୍ରାୟ ଏକ...

‘ଗାନ୍ଧୀ ବିଚାରର ଅନ୍ତ ଅସମ୍ଭବ’

ଅନୁଗୋଳ ଅଫିସ, ୨୮।୧ ଗାନ୍ଧିବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ”ରାଷ୍ଟ୍ରପିତାଙ୍କ ଅପମାନ-ସହିବ ନାହିଁ ହିନ୍ଦୁସ୍ଥାନ“ ଶୀର୍ଷକ ପ୍ରଚାର ଅଭିଯାନ ଅନୁଗୋଳ ଗାନ୍ଧୀ ପାର୍କଠାରେ ଆୟୋଜିତ...

ମାଈ ହାତୀ ମୃତଦେହ ଉଦ୍ଧାର

ବନ୍ତଳା,୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଜଙ୍ଗଲରୁ ବୁଧବାର ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ସାତକୋଶିଆ...

ସାତକୋଶିଆରେ ବୁଲୁଛି ଆହତ ମାଈ ହାତୀ

ବନ୍ତଳା,୧୭।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଏକ ମାଈ ହାତୀ ଅସୁସ୍ଥ ଅବସ୍ଥାରେ ଦୁଇଦିନ ହେଲା ବୁଲୁଛି। ହାତୀର ପେଟରେ ତିନିରୁ...

Advertisement
Archives

Model This Week