Posted inଜାତୀୟ

କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ରେ ମନ୍ଦିରକୁ ନେଇ ଆରମ୍ଭ ହେଲା ରାଜନୀତି

ବାରାଣସୀ,୧୭।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ବାରାଣସୀରୁ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ହେବା ପରେ ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଟ୍ରେନ୍‌ରେ ଗୋଟିଏ ସିଟ୍‌ ସଂରକ୍ଷିତ ହୋଇ ରହିଥିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏହାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅସଦୁଦ୍ଦିନ ଓ ଓ୍ବାଇସି। ସୂଚନାଯୋଗ୍ୟ, ଏହି ଟ୍ରେନ୍‌ ୨ଟି ରାଜ୍ୟର ୩ ଜ୍ୟୋର୍ତିଲିଙ୍ଗ ଦେଇ ଗସ୍ତ କରିବ। ଏହି ଟ୍ରେନ୍‌ ଇନ୍ଦୋର ନିକଟ ଓଁକାେଶ୍ୱେର, ଉଜ୍ଜୟିନୀରେ ମହାକାଳେଶ୍ୱର ଓ ବାରାଣସୀରେ କାଶୀ ବିଶ୍ୱନାଥଙ୍କ ସହ ସଂଯୋଗ କରିବ। ସୂଚନାଯୋଗ୍ୟ, ଭଗବାନ ଶିବଙ୍କ ପାଇଁ ସିଟ୍‌ ସଂରକ୍ଷଣ କରିବାକୁ ନେଇ ରେଲଓ୍ବେ ପ୍ରଶାସନ ଏହାକୁ ବିଚାରକୁ ନେଇଛି। ମିଳିଥିବା ସୂଚନା ଅନୁଯାୟୀ, କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ୍‌ର ୫ ନମ୍ବର ବଗିରେ ଥିବା ୬୪ ନମ୍ବର ସିଟ୍‌ ଭଗବାନ ଶିବଙ୍କ ପାଇଁ ସଂରକ୍ଷିତ ରହିଛି। ପ୍ରଥମଥର ଲାଗି ରେଲଓ୍ବେରେ ଭଗବାନଙ୍କ ପାଇଁ ସିଟ୍‌ ସଂରକ୍ଷିତ କରାଯାଇଥିବା ଦେଖାଯାଇଛି। ଏମିତିକି ଏଥିପାଇଁ ଉଦ୍ଦିଷ୍ଟ ସିଟ୍‌ରେ ଏକ ଛୋଟ ମନ୍ଦିର ମଧ୍ୟ ତିଆରି କରାଯାଇଛି। ଫଳରେ ଯାତ୍ରୀ ଏ ବିଷୟରେ ଅବଗତ ହୋଇପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାଉଦ୍‌ଙ୍କ ସହଯୋଗୀ ମଜିଦ୍‌ ଗିରଫ: ୨୪ ବର୍ଷ ଧରି ଥିଲେ ଫେରାର

ରାଞ୍ଚି,୨୭।୧୨: ଗୁଜରାଟର ଆତଙ୍କବାଦ ନିରୋଧି ସ୍କ୍ବାଡ୍‌(ଏଟିଏସ୍‌)ଙ୍କୁ ବଡ଼ ସଫଳତା ମିଳିଛି। ଅଣ୍ଡରଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହଯୋଗୀ ଅବ୍ଦୁଲ୍‌ ମଜିଦ୍‌ କୁଟ୍ଟିଙ୍କୁ ଝାଡ଼ଖଣ୍ଡରୁ ଗିରଫ କରିବାରେ...

ସ୍ଥିତି ପୁଣି ଅଣାୟତ୍ତ ମୁହାଁ, ସକ୍ରିୟ ମାମଲା ଲକ୍ଷେ ୧୫ ହଜାର ଟପିଲା…

ନୂଆଦିଲ୍ଲୀ, ୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଟିଭି ଚ୍ୟାନେଲରେ ବିଚାରାଧୀନ ମାମଲା ଉପରେ ବିତର୍କ ଯୁକ୍ତିଯୁକ୍ତ କି ? ଏସ୍‌ସିଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ, ୧।୭ : ଜ୍ଞାନବାପି ବିଚାରାଧୀନ ମାମଲା ପ୍ରସଙ୍ଗରେ ଟିଭି ଚ୍ୟାନେଲ ବିତର୍କ କରାଯିବା ଯୁକ୍ତି ଯୁକ୍ତ କି ବୋଲି ସୁପ୍ରିମ୍‌କୋର୍ଟ (ଏସ୍‌ସ)ଶୁକ୍ରବାର ପ୍ରଶ୍ନ କରିଛନ୍ତି।...

ପୋଲିଓ ପୀଡ଼ିତଙ୍କୁ କାନ୍ଧରେ ବୋହି ୮ କିଲୋମିଟର ନେଲେ ଯବାନ

ଛତିଶଗଡ଼,୭।୬: ଛତିଶଗଡ଼ର ଗୁମୋଦି ଗାଁକୁ ସିଆରପିଏଫ୍‌ର ୨୩୧ ବାଟାଲିୟନ ଗୁରୁବାର ପେଟ୍ରୋଲିଂ ପାଇଁ ଯାଇଥିଲେ। ସେହି ସମୟରେ ଉକ୍ତ ଗାଁର ୧୩ ବର୍ଷର ଜଣେ ନାବାଳକ...

ଡ୍ରଗ୍ସ୍‌ ମାମଲାରେ ନିଶୁଆ ପାନବାଲା ଗିରଫ

ମୁମ୍ବାଇ,୧୨।୧: ଡ୍ରଗ୍ସ୍‌ ମାମଲାରେ ମୁମ୍ବାଇର ନିଶୁଆ ପାନବାଲା ରାମକୁମାର ତିଓ୍ବାରିଙ୍କୁ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ପକ୍ଷରୁ ଗିରଫ କରାଯାଇଛି। ତାଙ୍କ ପାଖରୁ ଅଧା କିଲୋଗ୍ରାମ ଗଞ୍ଜେଇ...

୩ ପ୍ରସଙ୍ଗ ବନାମ ୫ ରାଜ୍ୟ…

ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫେବୃୟାରୀ ୧୦ରୁ ହେବାକୁ ଯାଉଛି। ଏସବୁ ରାଜ୍ୟରେ...

ଚାଲି ଚାଲି ହାଥରସ ଯିବାକୁ ଉଦ୍ୟମ କରୁଛନ୍ତି ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ,୧ ।୧୦: ଉତ୍ତର ପ୍ରଦେଶ ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି ।...

୩ ଘଣ୍ଟିଆ ଚକା ଜାମ୍‌: ଦିଲ୍ଲୀ ସୀମା ସିଲ୍‌-୧୦ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍‌ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ...

Advertisement
Archives

Model This Week