କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ସମାରୋହ: ଓଡ଼ିଆରେ ‘ପଠନ ଆନ୍ଦୋଳନ’ ଆଜିର ଆବଶ୍ୟକତା

ଭୁବନେଶ୍ୱର,୩ା୭(ବ୍ୟୁରୋ): ‘ହ୍ୟାରି ପଟର୍‌’ ସିରିଜର ଲେଖିକା ଜେ.କେ. ରାଓଲିଂ ନିଜ ଲେଖା ମାଧ୍ୟମରେ ଯୁବ ପାଠକମାନଙ୍କୁ ଆକୃଷ୍ଟ କରି ସେମାନଙ୍କ ମଧ୍ୟରେ ପୁଣିଥରେ ବହି ପଢିବା ପାଇଁ ଯେପରି ଆଗ୍ରହ ସୃଷ୍ଟି କରିପାରିଛନ୍ତି, ଓଡ଼ିଆ ଭାଷାରେ ମଧ୍ୟ ସେହିପରି ପାଠକ ସୃଷ୍ଟିର ଉଦ୍ୟମ ହେବା ଆବଶ୍ୟକ। ଓଡ଼ିଶାରେ ଧୀରେ ଧୀରେ ନୂଆପିଢିଙ୍କ ମଧ୍ୟରେ ପଢିବା ଓ ଲେଖିବାର ଅଭ୍ୟାସ ମରିଯାଉଛି। ଲେଖକମାନେ ନୂଆ ପାଠକ ସୃଷ୍ଟି କରିବାରେ ପ୍ରାୟତଃ ବିଫଳ ହେଉଛନ୍ତି। ପୁସ୍ତକ ପଠନ ପ୍ରତି ଆଗ୍ରହ କମି ଯାଉଥିବା ବେଳେ ନୂଆ ପିଢିକୁ ଆକୃଷ୍ଟ କରିବା ଭଳି ଲେଖକ ମଧ୍ୟ ସୃଷ୍ଟି ହେଉନାହାନ୍ତି। ଏପରି ସ୍ଥଳେ ଓଡ଼ିଆରେ ଏକ ‘ପଠନ ଆନ୍ଦୋଳନ’ ଗଢିତୋଳିବା ଆଜିର ଆବଶ୍ୟକତା ବୋଲି ମତପ୍ରକାଶ ପାଇଛି।
ପଦ୍ମଭୂଷଣ ସ୍ବର୍ଗତ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଶୁଭ ଜନ୍ମତିଥି ଅବସରରେ ମଙ୍ଗଳବାର ସ୍ଥାନୀୟ ପ୍ରେସ୍‌ କ୍ଲବ୍‌ ଅଫ୍‌ ଓଡିଶା ପରିସରରେ ‘ଧରିତ୍ରୀ’ ପକ୍ଷରୁ ଏକ ବନ୍ଧୁମିଳନ ଆୟୋଜିତ ହୋଇଥିଲା। ଏଥିରେ ଯୋଗଦେଇଥିବା ବିଶିଷ୍ଟ ଲେଖିକାଲେଖକମାନେ କହିଥିଲେ, କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’ର ବରଜୁ ଚରିତ୍ର ଆଜି ବି କୋଟି କୋଟି ଓଡ଼ିଆଙ୍କୁ ଅନୁପ୍ରାଣିତ କରେ। ଯୌଥ ସୂତ୍ରରେ ବାନ୍ଧି ହୋଇ ରହିବାର ବାର୍ତ୍ତା ପ୍ରଦାନ କରେ। ବରଜୁ ହେଉ କି ଗାନ୍ଧାରୀ, ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବଦଳାଇବାରେ ଏହି ଚରିତ୍ରମାନେ ଗ୍ରହଣ କରିଛନ୍ତି ପ୍ରମୁଖ ଭୂମିକା। କାଳିନ୍ଦୀ ସାହିତ୍ୟରେ ବାରି ହୋଇପଡ଼ୁଥିବା ପ୍ରେମ, ମାନବିକତା ଓ ସୌନ୍ଦର୍ଯ୍ୟବୋଧ ପିଢି ପିଢି ଧରି ପାଠକଙ୍କୁ ଆକର୍ଷିତ କରିବ।
କାର୍ଯ୍ୟକ୍ରମରେ ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ସ୍ବାଗତଭାଷଣ ପ୍ରସଙ୍ଗରେ ବର୍ତ୍ତମାନ ଓଡ଼ିଆ ସାହିତ୍ୟର ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ବାଧା ପ୍ରତିବନ୍ଧକ ଆସିଥିଲେ ମଧ୍ୟ ଧରିତ୍ରୀ ଆଜି ବି ଏହାର ମାନ ବଜାୟ ରଖିପାରିଛି। ଧରିତ୍ରୀର ସୁଖ ଦୁଃଖ ସବୁଥିରେ ସାଥିହୋଇ ଛିଡାହୋଇଥିବାରୁ ସେ ଉପସ୍ଥିତ ଲେଖକ ଓ ସାହିତି୍ୟକମାନଙ୍କୁ ଧନ୍ୟବାଦ ଦେଇଥିଲେ। ‘ଧରିତ୍ରୀ’ ଏବଂ ‘ଓଡିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଥିଲେ। ଯୁବପିଢିଙ୍କୁ ସାହିତ୍ୟମୁଖୀ କରାଇବା ପ୍ରତ୍ୟେକ ଲେଖକଙ୍କର ଲକ୍ଷ୍ୟ ହେବା ଉଚିତ୍‌। ସିରିଜ ଲେଖା ସହ ଚିନ୍ତାଶୀଳ ଲେଖା ମାଧ୍ୟମରେ ଲେଖକମାନେ ଯୁବ ପାଠକଙ୍କର ନିକଟବର୍ତ୍ତୀ ହୁଅନ୍ତୁ। ସାହିତି୍ୟକମାନେ ନିଜ ପାଇଁ ନୁହେଁ, ପାଠକମାନଙ୍କ ପାଇଁ ଲେଖିବାକୁ ଆଦ୍ୟାଶା ସତପଥୀ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ସାହିତି୍ୟକ ଅଧ୍ୟାପକ ବିଶ୍ୱରଞ୍ଜନ ଯୋଗଦେଇ କହିଥିଲେ, ନିର୍ଭୀକ ସାମ୍ବାଦିକତା ‘ଧରିତ୍ରୀ’ର ଧ୍ୟେୟ ହୋଇଥିବାରୁ ଏହା ଆଜି ଅଧିକ ଲୋକପ୍ରିୟତା ଅର୍ଜନ କରିପାରିଛି। କବି ପ୍ରତିଭା ଶତପଥୀ କାଳିନ୍ଦୀ ସାହିତ୍ୟର ବ୍ୟାଖ୍ୟା କରିଥିବା ବେଳେ ବିପିନ ବିହାରୀ ମିଶ୍ର ଧରିତ୍ରୀ ଏହାର ‘ସାହିତ୍ୟ’ ପୃଷ୍ଠା ପାଇଁ ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୋଲିସ ଡିଜି ଶରତ ମିଶ୍ର, କବି ମମତା ଦାଶ, ବିମଳ ପ୍ରସାଦ ପାଣ୍ଡିଆ, ଶକୁନ୍ତଳା ବଳିୟାରସିଂହ, ଅରୁଣ ପଣ୍ଡା, ଡ. ବାବାଜୀ ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ଡ. ବିଜୟ କେତନ ପଟ୍ଟନାୟକ, ରଜତ କର, ଜୟନ୍ତୀ ରଥ, ଦ୍ୱିତୀଚନ୍ଦ୍ର ସାହୁ, ଛନ୍ଦା ମିଶ୍ର, କବି ସୂର୍ଯ୍ୟ ମିଶ୍ର, ଗାଳ୍ପିକା ଡ. ଅର୍ଚ୍ଚନା ନାୟକ, ହରିଶଙ୍କର ମିଶ୍ର, ନାଟ୍ୟକାର ରମେଶ ପାଣିଗ୍ରାହୀ, ଶରତ ଚନ୍ଦ୍ର ରଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏଥିରେ ଓଡିଶାର ବହୁ କବି, ଲେଖକ ଓ ସ୍ତମ୍ଭକାର ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ହତ୍ୟା, ଗୁରୁତର ଅବସ୍ଥାରେ ଶିଶୁକନ୍ୟା ଉଦ୍ଧାର

ବାରିପଦା ଅଫିସ/ବାଙ୍ଗିରିପୋଷି,୪ା୩: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ଅଧୀନ ଦ୍ୱାରଶୁଣୀ ଘାଟିିରୁ ପୋଲିସ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି। ସେହିପରି କରଞ୍ଜିଆ ଥାନା ଅଧୀନ...

ଆଲୋଚନା ପାଇଁ ଆସିଲେନି କର୍ତ୍ତୃପକ୍ଷ

ବ୍ରହ୍ମପୁର ଅଫିସ,୧୯ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅବସରପ୍ରାପ୍ତ କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ନେଇ ପ୍ରଶାସନିକ ଭବନ ଆଗରେ ଧାରଣା ଦିଆଯାଇଛି। ୬ ଦଫା ଦାବି ପୂରଣ...

ତ୍ୟାଗ ପାଇଁ ପ୍ରସ୍ତୁତ, ପ୍ରଥମେ ଥଇଥାନ କରାଯାଉ

ପୁରୀ ଅଫିସ, ୨୭।୮: ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ମଙ୍ଗଳବାରଠାରୁ ୭୫ ମିଟର ଉଚ୍ଛେଦ ଅଭିଯାନ ଆରମ୍ଭ କରିବ। ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି...

ମଙ୍ଗଳବାରଠାରୁ ଖୋଲିବ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର, ୯।୧୧(ବ୍ୟୁରୋ)-ଭୁବେନଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମଙ୍ଗଳବାରଠାରୁ ଦର୍ଶକଙ୍କ ପାଇଁ ଖୋଲିବ। ଏ ନେଇ ସୋମବାର ବିଜ୍ଞାନ କେନ୍ଦ୍ରର ପ୍ରକଳ୍ପ ସଂଯୋଜକ ସୂଚନା ଦେଇଛନ୍ତି। ଭାରତ...

ମାସକ ପରେ ଟ୍ରକ୍‌ ଡ୍ରାଇଭରଙ୍କ ହତ୍ୟା ଉପରୁ ହଟିଲା ପର୍ଦ୍ଦା

ବାଙ୍ଗିରିପୋଷି,୨୨ା୧୨(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧୀନ ଭାଲୁପାହାଡ଼ି ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ କଡ଼ରୁ ଗତ ନଭେମ୍ବର ୨୧ରେ ବିହାର ରାଜ୍ୟର...

ଚୋରା ଶାଳ ଗଣ୍ଡି ସହ ଶଗଡ଼ ଜବତ, ୨ ଗିରଫ

ପରଜଙ୍ଗ,୧୮।୧୨(ଡି.ଏନ.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧିନ ଜାତୀୟ ରାଜପଥଠାରୁ କୁଲେଇ ଯାଇଥିବା ରାସ୍ତାର କୁଲେଇ ଗ୍ରାମ ନିକଟ ଆମ୍ବ ତୋଟା...

ଆହୁରି ୨ ମାସ ଯାଏ ବଢ଼ିବ କରୋନା ସଂକ୍ରମଣ

ଭୁବନେଶ୍ୱର,୧୨।୧(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୮ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ...

ଯୁକ୍ତ୨ ସିଟ୍‌ ବୃଦ୍ଧି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ସିଟ୍‌ ବୃଦ୍ଧି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ...

Advertisement
Archives

Model This Week