କାଳିଆ ଯୋଜନା ଅର୍ଥ କାଟ୍‌କୁ ନବନିର୍ମାଣ କୃଷକ ସଂଗଠନର ବିରୋଧ: ଅକ୍ଷୟ କୁମାରଙ୍କୁ ଭେଟିଲେ ତଥାଗତ

ଭୁବନେଶ୍ୱର,୫।୧(ବ୍ୟୁରୋ): କାଳିଆ ଯୋଜନାରୁ ଅର୍ଥ କାଟକୁ ବିରୋଧ କରି ୨୦୧୯ ଡିସେମ୍ବର ୨୬ରୁ ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୁନ୍ଦରପଦାସ୍ଥିତ ବୀରବନ୍ଧ ରାଜ୍ୟ କାର୍ଯ୍ୟାଳୟରେ ଅନଶନରେ ବସିଛନ୍ତି। ଶୁକ୍ରବାର ଧରିତ୍ରୀ ତଥା ଓଡିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଅନଶନ ସ୍ଥଳକୁ ଯାଇ ଅକ୍ଷୟ କୁମାରଙ୍କୁ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଚାଷୀଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଜାନୁୟାରୀ ୪ ତାରିଖରୁ ଜିଲା ଓ ବ୍ଲକସ୍ତରରେ ଧାରଣା ଓ ଆନ୍ଦୋଳନ ଆରମ୍ଭ କରାଯାଇଛି ।
ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିବା ଏହି ବଡ଼ କୃଷିଭିତ୍ତିକ ଯୋଜନାରେ ଚାଷୀଙ୍କ ସହିତ ସରକାର ଧୋକାବାଜି କରିଛନ୍ତି। ୭୦ ଲକ୍ଷ ଚାଷୀଙ୍କୁ ରବି ଓ ଖରିଫ ଫସଲ ପାଇଁ ୧୦ ହଜାର ଲେଖାଏ ସହାୟତା ଦେବାକୁ ସରକାର ଘୋଷଣା କରିଥିଲେ। ପରେ ଏଥିରୁ ଓହରି ଯାଇଛନ୍ତି। ଚାଷୀଙ୍କ ପାଇଁ ଅର୍ଥାଭାବର ଆଳ ଦେଖାଇ ଏହି ଯୋଜନାରୁ ୬୦ ପ୍ରତିଶତ ଅର୍ଥ କାଟି ଦେଇଛନ୍ତି। ମାତ୍ର ସରକାରୀ ଚାକିରିଆମାନଙ୍କୁ ୬୦୦ କୋଟି ଟଙ୍କାର ବୋନସ ଦେବାକୁ ଆସନ୍ତା କେଇଦିନ ମଧ୍ୟରେ ଘୋଷଣା କରିବାକୁ ଯୋଜନା କରିଛନ୍ତି। ସପ୍ତମ ବେତନ କମିଶନଙ୍କ ସୁପାରିସ ଅନୁଯାୟୀ ବର୍ଦ୍ଧିତ ଦରମା ପାଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଯଦି ପେନସନ ଓ ମହଙ୍ଗା ଭତ୍ତା ଅଛି ତେବେ ଚାଷୀଙ୍କ ପାଇଁ କାହିଁିକି ଅର୍ଥର ଅଭାବ ହେଉଛି ବୋଲି ଅକ୍ଷୟ କୁମାର ପ୍ରଶ୍ନ କରିଛନ୍ତି। ବିଜେଡିର ଭାତହାଣ୍ଡି କୁହାଯାଉଥିବା ଉପକୂଳ ଓଡିଶାର ଅଧିକାଂଶ ଚାଷୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି। ଆଗରୁ ବିଜେଡି ଠିକା କାମ ଯୋଗାଇ କର୍ମୀମାନଙ୍କୁ ବାନ୍ଧି ରଖୁଥିଲା। ସେହି କାମଗୁଡିକ ଏବେ ଏଲ ଆଣ୍ଡ ଟି ଏବଂ ଓ୍ବାଟ୍‌କୋ କମ୍ପାନୀ ଜରିଆରେ କରାଯାଉଛି। ଚାଷୀଙ୍କ ଜୀବିକା ବଞ୍ଚାଇବାଠାରୁ ନିଜର ଭୋଟ ଥଳି ଭରିବା ପାଇଁ କାଳିଆ ଯୋଜନା କରାଯାଇ ବିଜେଡି କର୍ମୀଙ୍କୁ ଅର୍ଥ ଦିଆଯିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରୁଥିଲେ ତାହା ସତରେ ପରିଣତ ହୋଇଛି। ବିରୋଧୀ ଭାଜପା କିମ୍ବା କଂଗ୍ରେସ ଦଳ ଏ ନେଇ ଆନ୍ଦୋଳନ କରୁ ନ ଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବ ବୋଲି ସଂଗଠନର ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ଆଲୋଚନା ବେଳେ ସଂଗଠନର ଯୁବ ଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ, କୁଳମଣି, ସୁରେନ୍ଦ୍ର ନାଥ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ଘଟଣା: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ଭୁବନେଶ୍ୱର,୧୮।୧: ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ନବ ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଆବେଦନ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦର...

ପଟ୍ଟଚିତ୍ର ଗାଁ ବୁଲିଲେ ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ୱର,୧୮।୧: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆଜିକାଲି ଓଡ଼ିଶା ଗସ୍ତରେ ଅଛନ୍ତି। ଶନିବାର ସେ ପଟ୍ଟଚିତ୍ର ଗାଁ ଭାବେ ପରିଚିତ ରଘୁରାଜପୁରରେ ପହଞ୍ଚିଛନ୍ତି। ଥର୍ମନ ଗାଁ...

ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଜାନୁଆରୀ ଶେଷ ସୁଦ୍ଧା…

ଭୁବନେଶ୍ୱର, ୧୮ା୧(ସୁନିତ୍‌ ମିଶ୍ର):ଏ ମାସର ଶେଷ ସପ୍ତାହରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ମିଳିଯିବ। ହେଲେ ବଡ଼ମ୍ବନା ଏବେ ମଧ୍ୟ...

ପାଣ୍ଡିଆନ ସକ୍ରିୟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ବିଜେଡି ନେତା, ରାଜନୀତି ହଲଚଲ

ଭୁବନେଶ୍ୱର,୧୮।୧:ଏବେ ବିଜେଡିକୁ ରାଜ୍ୟ ରାଜନୀତି ଜୋର ଧରିଛି। କେତେବେଳେ କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ପୁଣି ସକ୍ରିୟ ହୋଇଥିବା ଶୁଣିବାକୁ ମିଳିଛି। ଏବେ ନବୀନ ନିବାସରେ ନବୀନ...

ନବ ଦାସଙ୍କ ହତ୍ୟା ଘଟଣାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଗୋପାଳ ହତ୍ୟାକାରୀ ନା…

ଭୁବନେଶ୍ୱର,୧୮।୧: ନବ ଦାସ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗୋପାଳ ନବ ଦାସଙ୍କ ହତ୍ୟାକାରୀ ନା ଆଉ କିଏ ସେନେଇ ପ୍ରଶ୍ନ ଉଠିଛି।...

୨ୟ ଦିନରେ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ଚଢାଉ

ଭୁବନେଶ୍ୱର,୧୮।୧: ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଆଜି ବି ଚଢାଉ କରାଯାଇଛି। ସମ୍ବଲପୁର ସ୍ଥିତ ଘର ଓ...

ବଳାତ୍କାର ମାମଲା ଶୁଣାଣି ସମୟରେ କୋର୍ଟ ପରିସରରେ ବିଷ ପିଇଲେ ନାବାଳିକା

କେନ୍ଦ୍ରାପଡ଼ା, ୧୭ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା କୋର୍ଟ ପରିସର ବାହାରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ପୋକ୍‌ସୋ ମାମଲାରେ ସାକ୍ଷୀ...

ଧନୁଯାତ୍ରା ଦେଖିବାକୁ ଯାଇ ବଳାତ୍କାର ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ପୀଡ଼ିତାଙ୍କ ସହ ଥିବା ଯୁବକଜଣଙ୍କ କିଏ?

ବରଗଡ଼,୧୭।୧(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri