କାଳିଆ ଯୋଜନାରେ ଠକେଇ: ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଲେ ଅକ୍ଷୟ

ଭୁବନେଶ୍ୱର,୩ା୧(ବ୍ୟୁରୋ): ଚାଷୀଙ୍କ ଜୀବିକା ସୁରକ୍ଷା ସକାଶେ ରବି ଏବଂ ଖରିଫ ଋତୁରେ ସରକାର ବର୍ଷକୁ ୧୦ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଏହି ପ୍ରତିଶ୍ରୁତି ପୂରଣରେ ଖିଲାପ କରିଥିବା ଦର୍ଶାଇ ନବ ନିର୍ମାଣ କୃଷକ ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ତାଙ୍କ ଜଟଣୀ କାର୍ଯ୍ୟାଳୟରେ ୮ ଦିନ ହେଲା ଅନଶନରେ ବସିଛନ୍ତି। ଏନେଇ ଗୁରୁବାର ସେ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍‌. ଜାଭେରିଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତାଙ୍କ କହିବା ହେଲା, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ୭୦ଲକ୍ଷ ଚାଷୀ କାଳିଆ ଯୋଜନାରେ ସାମିଲ ହେବେ ଏବଂ ସମସ୍ତେ ସହାୟତା ପାଇବେ, କେହି ବଞ୍ଚିତ ହେବେନାହିଁ ବୋଲି କହିଥିଲେ। କାଳିଆ ଯୋଜନା ବନ୍ଦ ହେବ ନାହିଁ, ନିର୍ବାଚନ ଜିତିବାର ୨୪ଘଣ୍ଟା ମଧ୍ୟରେ ସମସ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବ ବୋଲି କହିଥିଲେ। ମାତ୍ର ଏହି ଯୋଜନାରେ ଲାଭ ପାଇବାରୁ ଅନେକ ଚାଷୀ ବଞ୍ଚିତ ହୋଇଥିବା ସେ କହିଛନ୍ତି। ଏନେଇ ସବୁ ଜିଲାରେ ଏସ୍‌ପିଙ୍କ ନିକଟରେ ଏତଲା ଦିଆଯିବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ମଧ୍ୟ ଦାଏର ହୋଇଛି ବୋଲି କହିଛନ୍ତି। ଅପରପକ୍ଷରେ ଅକ୍ଷୟଙ୍କ ଅନଶନ ଭଙ୍ଗ କରିବା ପାଇଁ ଶାସକ ଦଳର ଦୁଇ ବିଧାୟକ ସୁଶାନ୍ତ ରାଉତ ଏବଂ ଅନନ୍ତ ନାରାୟଣ ଜେନା ଗୁରୁବାର ତାଙ୍କୁ ସାକ୍ଷାତ୍‌ କରି ଆଲୋଚନା କରିଛନ୍ତି। ଅନଶନ ବନ୍ଦ କରିବା ଲାଗି ଉଭୟ ବିଧାୟକ ନିବେଦନ କରିଥିବା ଜଣାପଡିଛି। ହେଲେ କାଳିଆ ଯୋଜନାରୁ ବାଦ୍‌ ଦିଆଯାଇଥିବା ଚାଷୀଙ୍କୁ ଅର୍ଥ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିବା ପରେ ସେ ଅନଶନରୁ ଉଠିବେ ବୋଲି ଅକ୍ଷୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶୀ ଯୁବତୀଙ୍କୁ ଓଡ଼ିଶା ଚାଲାଣ ମାମଲା: କିଙ୍ଗ୍‌ପିନ୍‌ ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ମିଳିଲା ରିମାଣ୍ଡ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ବାଂଲାଦେଶରୁ ଓଡ଼ିିଶାକୁ ଯୁବତୀ ଚାଲାଣ ର଼୍ୟାକେଟର ମୂଳ ଚେରକୁ ଖୋଜୁଛି ଏସ୍‌ଟିଏଫ୍‌। ଏହି ର଼୍ୟାକେଟ ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ...

ଆଜିଠୁ ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ସୋମବାରଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କରୋନା ସଂକ୍ରମଣ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି...

ନନ୍ଦନକାନନରେ ଅଣ୍ଡିରା ଧୂସର ଗଧିଆ ମୃତ

ବାରଙ୍ଗ,୧୮।୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ନୀଳଗିରି ବାନର ଛୁଆ ମୃତ୍ୟୁ କରିଥିବାର ଦୁଇଦିନ ନ ପୂରୁଣୁ ଶନିବାର ଭୋରୁ ଏକ ଅଣ୍ଡିରା ଧୂସର...

୨ କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳିନି

ଆଠମଲ୍ଲିକ, ୧୬ା୭(ଡି.ଏନ.ଏ.) ବୃଦ୍ଧା, ବୃଦ୍ଧ, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ୨କୋଟିରୁ ଊର୍ଦ୍ଧ୍ୱ ଭତ୍ତା ଟଙ୍କାର ହିସାବ ମିଳୁନି। ୨୦୧୧ରୁ ୨୦୧୯...

ଶନି,ରବିବାର ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆସନ୍ତା ୮ରୁ ୧୬ତାରିଖ ମଧ୍ୟରେ ଶନିବାର ଓ ରବିବାର ଚାଲିବାକୁ ଥିବା ୧୧ଯୋଡି ସ୍ବତନ୍ତ୍ର ଟ୍ରେନ୍‌...

ଲୋକ ସଭାରେ ଉଠିଲା ଓଡ଼ିଶା ପିଏମ୍‌ଏଓ୍ବାଇ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଦୁର୍ନୀତି ହୋଇଥିବା ନେଇ ଲୋକ ସଭାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀ...

୪୨ ବର୍ଷରେ ଫେରିଲା ଠାକୁରଙ୍କ ଚୋରି ସୁନା ଗହଣା

ସାକ୍ଷୀଗୋପାଳ,୨୧ା୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ୧୯୮୦ ମସିହାରେ ଚୋରି ହୋଇଥିବା ଗୋଟିଏ ସୁନାହାର ଓ ଦୁଇଟି କଟକି ଖଡୁ ଦୀର୍ଘ ୪୨ ବର୍ଷରେ...

ରାଜଧାନୀରେ ଆଜି ଚିହ୍ନଟ ହେଲେ ୬୯ ନୂଆ ଆକ୍ରାନ୍ତ: ୫୩ ଲୋକାଲ କେସ୍‌

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ୬୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୬ କ୍ୱାରାଣ୍ଟାଇନ୍‌ ମାମଲା ଥିବା ବେଳେ ୫୩...

Advertisement
Archives

Model This Week