Posted inଭଦ୍ରକ

କାଳିଆ ଯୋଜନାରୁ ବାଦ୍‌ ପଡ଼ିବେ ଅଯୋଗ୍ୟ ହିତାଧିକାରୀ

ତିହିଡ଼ି, ୬।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ କାଳିଆ ଯୋଜନାରେ ବହୁ ଅଯୋଗ୍ୟ ହିତାଧିକାରୀ ସାମିଲ ହୋଇଛନ୍ତି। ସେମାନେ ପ୍ରଥମ କିସ୍ତିରେ ୫ ହଜାର ଲେଖାଏ ଟଙ୍କା ପାଇସାରିଛନ୍ତି। ତେବେ ସେହି ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଯୋଜନାରୁ ବାଦ୍‌ କରାଯିବ ବୋଲି ସୋମବାର ତିହିଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କୃଷି ଅଫିସ୍‌ ଗୃହରେ କାଳିଆ ଯୋଜନାକୁ ନେଇ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। ଏ ନେଇ ବ୍ଲକ କମିଟି ଓ ପଞ୍ଚାୟତ କମିଟି ମଧ୍ୟ ଗଠିତ ହୋଇଛି। ବ୍ଲକ କମିଟିରେ ତହସିଲଦାର, ବିଡିଓ, ବ୍ଲକ ସହକାରୀ କୃଷି ଅଧିକାରୀ, ପ୍ରାଣୀ ଚିକିତ୍ସାଧିକାରୀ ପ୍ରମୁଖ ଥିବାବେଳେ ପଞ୍ଚାୟତ କମିଟିରେ ରାଜସ୍ବ ନିରୀକ୍ଷକ, ଗ୍ରାମ୍ୟ କୃଷି କର୍ମଚାରୀ, ପ୍ରାଣୀଧନ ନିରୀକ୍ଷକ, ସରପଞ୍ଚ ଓ ସମିତିସଭ୍ୟ ଅଛନ୍ତି। ପଞ୍ଚାୟତ କମିଟି ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀ ଯୋଗ୍ୟ କି ଅଯୋଗ୍ୟ ସେନେଇ ତଦନ୍ତ କରି ଆସନ୍ତା ୧୫ ତାରିଖ ମଧ୍ୟରେ ବ୍ଲକ କମିଟିକୁ ରିପୋର୍ଟ ଦେବ। ବ୍ଲକ କମିଟି ଏହାକୁ ଅନୁଧ୍ୟାନ କରି ଜିଲା କମିଟିକୁ ପଠାଇବ ବୋଲି ବୈଠକରେ କୁହାଯାଇଥିଲା।
ବିଭିନ୍ନ ଗ୍ରାମରେ ଗୋଟିଏ ପରିବାର ଏକାଧିକ ସଦସ୍ୟ, ଚାକିରିଆ ଥିବା ପରିବାର, ଧନୀକ ଶ୍ରେଣୀର ଲୋକ, ଗଁାରେ ରହୁ ନ ଥିବା ପରିବାର ପ୍ରମୁଖ ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏହାକୁ ପଞ୍ଚାୟତ କମିଟି ତଦନ୍ତ କରି ଠିକ୍‌ ରିପୋର୍ଟ ପ୍ରଦାନ କରିବ। ବୈଠକରେ ସହକାରୀ କୃଷି ଅଧିକାରୀ ଅନ୍ତର୍ଯ୍ୟାମୀ ଧୀର୍‌ ପୌରୋହିତ୍ୟ କରିଥିଲେ। ତହସିଲଦାର ଅନିତା ନାୟକ, ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବିଡିଓ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ପ୍ରାଣୀ ଚିକିତ୍ସାଧିକାରୀ ରଞ୍ଜନ କୁମାର ଦାସ, ଉଦ୍ୟାନ ବିଭାଗ ଅଧିକାରୀ ଉର୍ମିଳା ମହାନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ଚଳାଚଳ ଉପରେ କଟକଣା: ଭଦ୍ରକ, ବାଲେଶ୍ୱର ଲକ୍‌ଡାଉନ

ଭଦ୍ରକ ଅଫିସ/ବାଲେଶ୍ୱର ଅଫିସ,୨୧।୩: ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଜିଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ଭଦ୍ରକ ଓ ବାଲେଶ୍ୱର ଜିଲା...

ସୋମବାର ମହାବିଷୁବ ସଂକ୍ରାନ୍ତି: ଆରଡ଼ିରେ ହେବନାହିଁ ଜଳଲାଗି

ଆରଡ଼ି,୧୨ା୪(ଡି.ଏନ୍‌.ଏ) : ସୋମବାର ମହାବିଷୁବ ସଂକ୍ରାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଚଳିତବର୍ଷ ହେବ ନାହିଁ ଭକ୍ତଙ୍କ ସମାଗମ। ଲକ୍‌ଡାଉନ୍‌ ହୋଇଥିବାରୁ ୧୯ଦିନ ହେଲା...

ବୃଦ୍ଧଙ୍କଠାରୁ ଲୁଟିନେଲେ ୫୦ ହଜାର ଟଙ୍କା

ତିହିଡ଼ି, ୨୦।୧୨ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା କଁାପଡ଼ା ପଞ୍ଚାୟତ ଅଧୀନ ମଠସାହି ଗ୍ରାମର ଧନୀ ମଳିକ ନାମକ ଜଣେ ବୃଦ୍ଧ ଶୁକ୍ରବାର...

ଯୋଜନା ପରଖିଲେ ଭଦ୍ରକ ଜିଲାପାଳ

ଭଦ୍ରକ ଅଫିସ,୧୯।୪: କରୋନା ମୁକାବିଲା ଲାଗି କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ଗରିବ ତଥା ଶ୍ରମିକ ଶ୍ରେଣୀୟ ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି...

ପ୍ରଧାନମନ୍ତ୍ରୀ ରିସର୍ଚ୍ଚ ଫେଲୋଶିପ୍‌ ପାଇବେ ସମୀର

ପଦ୍ମପୁର, ୧୬।୫ (ଡି.ଏନ.ଏ.)-ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ର ଥିଲେ। ନିଜେ ଭଲ ପାଠ ପଢ଼ିବା ସହ ଅନ୍ୟ ପିଲାମାନଙ୍କୁ ପଢ଼ାଉଥିଲେ। ବିଜ୍ଞାନ ପ୍ରତି ଥିଲା...

ବଢ଼ୁଛି ବନ୍ୟାଜଳ: ଲୋକେ ଭୟଭୀତ

ଆରଡି,୧୬।୯,( ଡି.ଏନ୍‌.ଏ.): ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବୁଧବାର ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲା। ତେବେ ଉପର ମୁଣ୍ଡରେ ଲଗାଣ...

ସ୍ଥାୟୀ କର୍ମଚାରୀ ମାନ୍ୟତା ଦାବି କଲେ ଆଶାକର୍ମୀ

ଭଣ୍ଡାରିପୋଖରୀ, ୧୫ା୧(ଡି.ଏନ୍‌.ଏ.)- ଭଣ୍ଡାରିପୋଖରୀ ଆଶା କର୍ମୀ ମାନଙ୍କର ଏକ ବୈଠକ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ମେଡିକାଲ ନିକଟରେ ଅନୁଷ୍ଠିତ ହୋଇଯାଇଛି। ସିଟୁର ନେତା ଦିବ୍ୟସିଂହ ନାୟକ,...

୪୩ ଦିନରେ ପହଞ୍ଚିଲା ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା

ଭଦ୍ରକ ଅଫିସ,୭।୫: ଦୀର୍ଘ ୪୩ ଦିନ ଧରି ରୋଟାରୀ କ୍ଲବ ମିଡ୍‌ଟାଉନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ ପ୍ରକ୍ରିୟା ଜାରି ରହିଛି।...

Advertisement
Archives

Model This Week