Posted inଫୁରସତ

କାଳିଆ ପାଇଁ ଲୋଡ଼ା ରାଉତପଡ଼ାର ପାଟ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ନେଇ ସ୍ବତନ୍ତ୍ର ପ୍ରଥା, ପରମ୍ପରା ରହିଛି। ଏଥିପାଇଁ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେବକ ଓ ଭକ୍ତଗଣ। ତେବେ ବିଭୁ କୃପାରେ ଆନନ୍ଦିତ ହେଉଥିବା ଭକ୍ତ ବର୍ଷର ଅନ୍ୟ ଦିନ ଅପେକ୍ଷା ରଥଯାତ୍ରା ପାଇଁ ଶ୍ରୀଜୀଉଙ୍କ ନିମନ୍ତେ ପଠାଇଥାନ୍ତି ସ୍ବତନ୍ତ୍ର ପାଟବସ୍ତ୍ର। ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପି ଧନ୍ୟ ମନେକରନ୍ତି ଏମାନେ। ଏଥିପାଇଁ ଏହି ଗାଁ ନିଆରା ପରିଚୟ ବହନ କରିଥାଏ।

ଗାଁର ନାଁ ରାଉତପଡ଼ା: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅନ୍ତର୍ଗତ ରାଉତପଡ଼ା ଗ୍ରାମପଞ୍ଚାୟତର ରାଉତପଡ଼ା ଗାଁ। ଏହି ଗ୍ରାମର ଅଧିକାଂଶ ବାସିନ୍ଦା ବୁଣାକାର ସମ୍ପ୍ରଦାୟର। ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ପାଟବସ୍ତ୍ର ଯୋଗାଇ ଆସୁଛନ୍ତି ଏହି ଗାଁର ବୁଣାକାର ସେବକମାନେ।

କେବେଠାରୁ: ପ୍ରାୟ ୧୯୯୨ ମସିହା ଅର୍ଥାତ୍‌ ଦୀର୍ଘ ୨୭ ବର୍ଷ ଧରି ଏହି ଗାଁର ପ୍ରାୟ ୨୫ଟି ବୁଣାକାର ପରିବାରର ୧୨୦ ଜଣ ସଦସ୍ୟ ଶ୍ରୀମନ୍ଦିରକୁ ବର୍ଷର ବିଭିନ୍ନ ପର୍ବ ସମୟରେ ଶ୍ରୀଜୀଉଙ୍କ ସେବାଲାଗି ପାଟବସ୍ତ୍ର, ଲୁଗା, ଘୋଡ଼ଣି ପରି ବିଭିନ୍ନ ପୂଜାବିଧିର ବସ୍ତ୍ର ଯୋଗାଇ ଆସୁଛନ୍ତି। ୨୦୧୫ରେ ମହାପ୍ରଭୁଙ୍କ ନବକଳେବର ବେଶ ପାଇଁ ୩ ହାତ ଓସାର ୮ ହାତ ଲମ୍ବ, ୨ ହାତ ଓସାର ୧୨ ହାତ ଲମ୍ବ ଏବଂ ୨ ହାତ ଓସାର ୧୪ ହାତ ଲମ୍ବର ୩ ମୂର୍ତ୍ତି ଲେଖାଏଁ(୩ଖଣ୍ଡ)ଏବଂ ୨ ହାତ ଓସାର ୨୪ ହାତ ଲମ୍ବର ୨ ମୂର୍ତ୍ତି(୨ଖଣ୍ଡ), ୨ ହାତ ଲମ୍ବ ସାଢ଼େ ୨ଫୁଟ ଓସାରର ୪ ମୂର୍ତ୍ତି(୪ଖଣ୍ଡ)ର ୨ ସେଟ୍‌ ଲେଖାଏଁ ତାରାବଳି ପାଟ ପଠାଇବାର ସୁଯୋଗ ପାଇଥିଲେ।

କି ପ୍ରକାରର ବସ୍ତ୍ର ପଠାଯାଏ: ମହାପ୍ରଭୁଙ୍କ ପବିତ୍ର ସେବା ଉଦ୍ଦେଶ୍ୟରେ ପୂର୍ବରୁ ଗଜପତି ମହାରାଜାଙ୍କ ନିର୍ଦ୍ଦେଶ ରହିଥିବାବେଳେ ଏହି ଗାଁର ବୁଣାକାର ନିଜକୁ ଧନ୍ୟ ମନେକରନ୍ତି। ରଥଯାତ୍ରାର ପ୍ରାୟ ୬ମାସ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନଠାରୁ ତାଲିକା ମିଳିବା ପରେ ଗାଁର ସେବକମାନେ ପାଟ ବୁଣିବା ପାଇଁ ନିଷ୍ଠାର ସହ ପ୍ରସ୍ତୁତ ହୋଇଥାନ୍ତି। ପ୍ରତିବର୍ଷ ରାମନବମୀଠାରୁ ମହାପ୍ରଭୁଙ୍କ ଲାଗି ପାରମ୍ପରିକ ରୀତିନୀତିରେ ରଙ୍ଗ, ସୂତାର ସ୍ବତନ୍ତ୍ର ମାପରେ ବସ୍ତ୍ର ତିଆରି କରାଯାଇଥାଏ। ଚଳିତବର୍ଷ ରଥଯାତ୍ରା ପାଇଁ ଚେହେଲି ପାଟ, ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ, ସାତବାର ପାଇଁ ୭ ରଙ୍ଗର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ୨ ପ୍ରକାରର ଘୋଡ଼ଣି, ୩୫ ପ୍ରକାର ଲୁଗା, ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରାବଡ଼ୁ ଜଳ ପାଇଁ ଗାମୁଛା ପଠାଯାଇଛି। ସେହିପରି ୨ ହାତ ଓସାର ୪୦ ଗଜ ଲମ୍ବ ନାଲି ରଙ୍ଗର ୧ ସେଟ୍‌, ୨ ହାତ ଓସାର ୧୪ ଗଜ ଲମ୍ବ ସବୁଜ ରଙ୍ଗ ୧ ସେଟ୍‌ ଏବଂ ୨ ହାତ ଓସାର ୨୦ ଗଜ ଲମ୍ବ ହଳଦିଆ ରଙ୍ଗର ୧ ସେଟ୍‌ ପାଟ ମହାପ୍ରଭୁଙ୍କ ଗୁପ୍ତ ସେବାରେ ଲାଗି ପାଇଁ ଯାଇଛି। କଂସାରି ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀଃ ଲେଖାଥିବା ଗୀତଗୋବିନ୍ଦ ନାମକ ଏକପ୍ରକାରର ପାଟ ଠାକୁରଙ୍କ ନିତିଦିନିଆ ରାତି ବଡ଼ସିଂହାର ବେଶ ପାଇଁ ମଧ୍ୟ ଯାଇଛି। ଚନ୍ଦନଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳ ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡ଼ସିଂହାର ବେଶ ପାଇଁ ଗୀତଗୋବିନ୍ଦ ପାଟ ମଧ୍ୟ ପଠାଯାଇଛି। ଏହି ପାଟର ଲମ୍ବ ୧୬ ହାତ ଥିବାବେଳେ ଓସାର ୬୦ ଇଞ୍ଚ ା ସେହିପରି ସପ୍ତବିଗ୍ରହ ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଭୂଦେବୀ ଏବଂ ସୁଦେବୀଙ୍କ ପାଇଁ ସୂତାର ୨ ପ୍ରକାରର ଘୋଡ଼ଣି ପଠାଯାଇଛି। ଅନ୍ୟପକ୍ଷେ ମହାପ୍ରଭୁଙ୍କ ସେବା ଲାଗି ବର୍ଷର ଅନ୍ୟ ସମୟ ପାଇଁ ୩୦ରୁ ୩୫ ପ୍ରକାରର ଲୁଗା ଯଥା-ନେତୁଟା, ବୋଇରାଣୀ, ପତନୀ, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ଆଦି ବସ୍ତ୍ର ପୁରୀକୁ ପଠାଯାଇଛି।

ସେବାରେ ଆନନ୍ଦ ମିଳେ : ରାଉତପଡ଼ା ଗାଁର ଗୋବିନ୍ଦଚନ୍ଦ୍ର ଦାସ, ଅଶୋକ ଦାସ, କୈଳାସଚନ୍ଦ୍ର ଦାସ, ରବୀନ୍ଦ୍ର ଦାସ ଓ ଅରକ୍ଷିତ କୁଣ୍ଡୁ ପ୍ରମୁଖ କୁହନ୍ତି, ମହାପ୍ରଭୁଙ୍କ ସେବାରେ ପାଟ, ଲୁଗା ଓ ଗାମୁଛା ଆଦି ବସ୍ତ୍ରକୁ ଯୋଗାଇବାରେ ଖଞ୍ଜା ବ୍ୟବସ୍ଥା ରହିଛି। ଏହି ଗାଁର ପାଟ ସମେତ ଅନ୍ୟାନ୍ୟ ବସ୍ତ୍ରରେ ବୁଣାକାରଙ୍କ କାର୍ଯ୍ୟର ଖର୍ଚ୍ଚ ତୁଳନାରେ ପାରିଶ୍ରମିକ ମିଳୁନାହିଁ। କଞ୍ଚାମାଲ୍‌ର ଅଭାବ ରହୁଥିଲେ ବି ଠାକୁରଙ୍କ ସେବାରେ ଆନନ୍ଦ ମିଳିଥାଏ।

-ଲୋକନାଥ ମିଶ୍ର, ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଜଳାଶୟରେ କୁମ୍ଭୀର ସହ କଇଁଛ କରୁଛି ଏମିତି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ଜଣେ ଭଲ ପିତା ଆଣିଦେବା ପାଇଁ ସାନ୍ତାକ୍ଲଜ୍‌ଙ୍କୁ ଚିଠି ଲେଖିଲେ ୭ ବର୍ଷ ବାଳକ

ଟେକ୍ସାସ୍‌,୨୫।୧୨: ବନଦିନ ଅବସରରେ ଟେକ୍ସାସ୍‌ର ଜଣେ ୭ ବର୍ଷର କୋମଳମତି ବାଳକ ତାଙ୍କ ପାଇଁ ଉପହାର ଭାବେ ଜଣେ ଭଲ ପିତା ଆଣିଦେବାକୁ ସାନ୍ତାକ୍ଲଜ୍‌ଙ୍କୁ ଚିଠି...

ମାତ୍ର ଏତିକି ଟଙ୍କା ଦେଇ ୨୫ ବର୍ଷ ପର୍ଯ୍ୟନ୍ତ ପାଇବେ ମାଗଣା ବିଜୁଳି

ବିଦ୍ୟୁତ୍‌ ବିଲ୍‌ କ୍ରମାଗତ ଭାବରେ ମହଙ୍ଗା ହେଉଛି। ଯାହାର ପ୍ରଭାବ ସିଧାସଳଖ  ସାଧାରଣ ଲୋକଙ୍କ ଉପରେ ପଡିଛି। ତେବେ ବିଦ୍ୟୁତ୍‌ ବିଲ ହ୍ରାସ କରିବା କଷ୍ଟସାଧ୍ୟ...

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି...

ପ୍ରଶଂସା ସାଉଁଟୁଛି ଷ୍ଟେଶନ ସୌନ୍ଦର୍ଯ୍ୟକରଣ

ତିରୁର୍‌(କେରଳ): କରୋନା ପରିସ୍ଥିତିରେ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଛି। ଏହା ଦେଶର ପର୍ଯ୍ୟଟନକୁ ଗୁରୁତରଭାବେ ପ୍ରଭାବିତ କରିଛି। ତେବେ ଭାରତୀୟ ରେଲଓ୍ବେ ପକ୍ଷରୁ ଏବେ ବିଭିନ୍ନ...

ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ...

ମାସକୁ ଶହେ ଟଙ୍କାରେ ମିଳୁଛି ବିଜୁଳି

ଲକ୍ଷ୍ନୌ: ଗ୍ରାମାଞ୍ଚଳରେ ସବୁବେଳେ ବିଦ୍ୟୁତ ସଙ୍କଟ ଲାଗି ରହିଥାଏ। କେତେବେଳେ ଟ୍ରାନ୍ସଫର୍ମର ପୋଡ଼ି ତ ଆଉ କେତେବେଳେ ବର୍ଷା ଦାଉ ସାଧିଥାଏ। ଫଳରେ ଲୋକଙ୍କୁ ବିଭିନ୍ନ...

ଦେଢ଼ ବର୍ଷ ହେବ ସ୍ତ୍ରୀଙ୍କୁ ଶୌଚାଳୟରେ ବନ୍ଦକରି ରଖିଥିଲେ ସ୍ବାମୀ: ଆଉ ତାପରେ…

ହରିୟାଣାର ପାନିପତ ରିସପୁର ଗ୍ରାମର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଉପରେ ମାନସିକ ଭାବେ ବିରକ୍ତ ହୋଇ ତାଙ୍କୁ...

Advertisement
Archives

Model This Week