କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି ତାଲିକାରେ ଅଯୋଗ୍ୟଙ୍କ ସଂଖ୍ୟା ସେତିକି ଲମ୍ବି ଚାଲିଛି। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ। ଅଗଷ୍ଟ ୨୨ ସୁଦ୍ଧା ଜିଲାରେ ୧୭,୧୭୬ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ହିନ୍ଦୋଳ ବ୍ଲକରେ ସର୍ବାଧିକ ଏବଂ କାମାକ୍ଷାନଗର ବ୍ଲକରେ ସର୍ବନିମ୍ନ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଯୋଗ୍ୟତା ନ ଥାଇ ଯୋଜନାରେ ସାମିଲ ହିତାଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ।
ଅଯୋଗ୍ୟଙ୍କ ତାଲିକା ସୂଚନା ଫଳକରେ ଲଗାଯାଉ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଅଗଷ୍ଟ ୧୪ରେ ସମୀକ୍ଷା କାର୍ଯ୍ୟରେ ଆସିଥିବାବେଳେ ଜିଲାରେ ୪ହଜାର ଅଯୋଗ୍ୟ ହିତାଧିକାରୀ ରହିଥିବା ସୂଚନା ଦେଇଥିଲେ। ହେଲେ ସେପ୍ଟେମ୍ବର ୨୨ ସୁଦ୍ଧା ଏହି ସଂଖ୍ୟା ୧୭,୧୭୬ରେ ପହଞ୍ଚତ୍ଛି।
ଜିଲାର ମୋଟ ୧ଲକ୍ଷ ୬୮ ହଜାର ୨୯୦ ହିତାଧିକାରୀ କାଳିଆ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ହଜାର ୧୭୬ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ଅବଶିଷ୍ଟ ୧ଲକ୍ଷ ୫୧ହଜାର ୧୧୪ ଜଣ ଯୋଗ୍ୟ। ସଦର ବ୍ଲକ ଅନ୍ତର୍ଗତ ୩୦ ପଞ୍ଚାୟତର ୨୩,୬୯୮ ହିତାଧିକାରୀଙ୍କ ମଧ୍ୟରୁ ୨,୪୦୮ ଜଣଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି। ଏହିକ୍ରମରେ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତର ୧୭,୧୨୮ ହିତାଧିକାରୀଙ୍କ ମଧ୍ୟରୁ ୨,୮୬୩, ଗଁଦିଆ ବ୍ଲକର ୨୯ ପଞ୍ଚାୟତର ୨୩,୩୧୮ ଜଣଙ୍କ ମଧ୍ୟରୁ ୨,୦୧୮, ହିନ୍ଦୋଳ ବ୍ଲକର ୩୫ ପଞ୍ଚାୟତର ୨୮,୧୫୬ ଜଣଙ୍କ ମଧ୍ୟରୁ ୨,୯୪୦, କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତର ୧୮,୭୫୪ ଜଣଙ୍କ ମଧ୍ୟରୁ ୭୧୫, ଭୁବନ ବ୍ଲକର ୧୮ ପଞ୍ଚାୟତର ୧୭,୮୦୦ ଜଣଙ୍କ ମଧ୍ୟରୁ ୨,୪୩୪, ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତର ୨୦,୯୪୫ ଜଣଙ୍କ ମଧ୍ୟରୁ ୨,୩୨୪ ଏବଂ କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୧୮,୪୯୧ ଜଣଙ୍କ ମଧ୍ୟରୁ ୯୭୪ ହିତାଧିକାରୀ ଅଯୋଗ୍ୟ ଭାବେ ଚିହ୍ନଟ ହୋଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ପୁଣି ଝାଲମୁଢି ଖାଇଲେ ମୋଦି: ଏଥର ଦୋକାନରେ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ହାତରୁ ଖାଇ…

ନୂଆଦିଲ୍ଲୀ,୧୧।୬:କେନ୍ଦ୍ରରେ ମୋଦି ସରକାର ଐତିହାସିକ ୧୨ ବର୍ଷ ଶାସନ ପୂରଣ କରିଛି। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଦୀର୍ଘ ଦିନ ପାଇଁ ରେକର୍ଡ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ଚାଲିଛି: ଦେବସ୍ନାନ ପୂର୍ଣ୍ଣିମା ପାଇଁ ସେବାୟତଙ୍କ ସହ ଆଲୋଚନା

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡ ରଥାଯାତ୍ରା ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ଗୁରୁବାର ଭଞ୍ଜନଗର ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri