କାଳିଆ କେଳେଙ୍କାରୀ: ୧୭,୧୭୬ ଅଯୋଗ୍ୟ ହିତାଧିକାରୀ

ଢେଙ୍କାନାଳ ଅଫିସ, ୨୩।୯: ‘କାଳିଆ’ କେଳେଙ୍କାରୀକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଯୁଆଡ଼େ ଉଣ୍ଡିଲେ ଯୋଜନାରେ ବାରି ହେଉଛି ଦୁର୍ନୀତିର ଗନ୍ଧ। ଦିନ ଯେତିକି ଗଡୁଛି ତାଲିକାରେ ଅଯୋଗ୍ୟଙ୍କ ସଂଖ୍ୟା ସେତିକି ଲମ୍ବି ଚାଲିଛି। ଏଥିରୁ ବାଦ୍‌ ପଡ଼ିନି ଢେଙ୍କାନାଳ। ଅଗଷ୍ଟ ୨୨ ସୁଦ୍ଧା ଜିଲାରେ ୧୭,୧୭୬ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ ହିନ୍ଦୋଳ ବ୍ଲକରେ ସର୍ବାଧିକ ଏବଂ କାମାକ୍ଷାନଗର ବ୍ଲକରେ ସର୍ବନିମ୍ନ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଯୋଗ୍ୟତା ନ ଥାଇ ଯୋଜନାରେ ସାମିଲ ହିତାଧିକାରୀଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି ତାହା ଜିଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଉନାହିଁ।
ଅଯୋଗ୍ୟଙ୍କ ତାଲିକା ସୂଚନା ଫଳକରେ ଲଗାଯାଉ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗତ ଅଗଷ୍ଟ ୧୪ରେ ସମୀକ୍ଷା କାର୍ଯ୍ୟରେ ଆସିଥିବାବେଳେ ଜିଲାରେ ୪ହଜାର ଅଯୋଗ୍ୟ ହିତାଧିକାରୀ ରହିଥିବା ସୂଚନା ଦେଇଥିଲେ। ହେଲେ ସେପ୍ଟେମ୍ବର ୨୨ ସୁଦ୍ଧା ଏହି ସଂଖ୍ୟା ୧୭,୧୭୬ରେ ପହଞ୍ଚତ୍ଛି।
ଜିଲାର ମୋଟ ୧ଲକ୍ଷ ୬୮ ହଜାର ୨୯୦ ହିତାଧିକାରୀ କାଳିଆ ଯୋଜନାରେ ତାଲିକାଭୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ହଜାର ୧୭୬ ଅଯୋଗ୍ୟ ଚିହ୍ନଟ ହୋଇଛନ୍ତି। ଅବଶିଷ୍ଟ ୧ଲକ୍ଷ ୫୧ହଜାର ୧୧୪ ଜଣ ଯୋଗ୍ୟ। ସଦର ବ୍ଲକ ଅନ୍ତର୍ଗତ ୩୦ ପଞ୍ଚାୟତର ୨୩,୬୯୮ ହିତାଧିକାରୀଙ୍କ ମଧ୍ୟରୁ ୨,୪୦୮ ଜଣଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି। ଏହିକ୍ରମରେ ଓଡ଼ାପଡ଼ା ବ୍ଲକର ୨୮ ପଞ୍ଚାୟତର ୧୭,୧୨୮ ହିତାଧିକାରୀଙ୍କ ମଧ୍ୟରୁ ୨,୮୬୩, ଗଁଦିଆ ବ୍ଲକର ୨୯ ପଞ୍ଚାୟତର ୨୩,୩୧୮ ଜଣଙ୍କ ମଧ୍ୟରୁ ୨,୦୧୮, ହିନ୍ଦୋଳ ବ୍ଲକର ୩୫ ପଞ୍ଚାୟତର ୨୮,୧୫୬ ଜଣଙ୍କ ମଧ୍ୟରୁ ୨,୯୪୦, କାମାକ୍ଷାନଗର ବ୍ଲକର ୨୨ ପଞ୍ଚାୟତର ୧୮,୭୫୪ ଜଣଙ୍କ ମଧ୍ୟରୁ ୭୧୫, ଭୁବନ ବ୍ଲକର ୧୮ ପଞ୍ଚାୟତର ୧୭,୮୦୦ ଜଣଙ୍କ ମଧ୍ୟରୁ ୨,୪୩୪, ପରଜଙ୍ଗ ବ୍ଲକର ୨୯ ପଞ୍ଚାୟତର ୨୦,୯୪୫ ଜଣଙ୍କ ମଧ୍ୟରୁ ୨,୩୨୪ ଏବଂ କଙ୍କଡ଼ାହାଡ଼ ବ୍ଲକର ୨୧ ପଞ୍ଚାୟତର ୧୮,୪୯୧ ଜଣଙ୍କ ମଧ୍ୟରୁ ୯୭୪ ହିତାଧିକାରୀ ଅଯୋଗ୍ୟ ଭାବେ ଚିହ୍ନଟ ହୋଇଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏ ନେଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରୁ ୧୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧

ସୁନ୍ଦରଗଡ଼, ୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରୁ ସୋମବାର ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି।...

ନାବାଳିକାଙ୍କୁ ପ୍ରେମ ପ୍ରତାରଣା: ଅଭିଯୁକ୍ତ ଗିରଫ

କୋକସରା,୨୭।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା କୋକସରା ପୋଲିସ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିନେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରି ଗୁରୁବାର...

ଚିଟ୍‌ଫଣ୍ଡ ଜମାକାରୀଙ୍କ ଆନ୍ଦୋଳନ

ଶେରଗଡ଼, ୧୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲ ସମ୍ମୁଖରେ ଗୁରୁବାର ଚିଟ୍‌ଫଣ୍ଡ ଜମାକାରୀମାନେ ଆନ୍ଦୋଳନ କରିଛନ୍ତି। ୫୦ରୁ ଅଧିକ ସାହାରା ଓ ଗୋଲ୍ଡଲ୍ୟାଣ୍ଡ କମ୍ପାନୀର ଜମାକାରୀ...

ବିଦ୍ୟୁତ୍‌ ଫାଶ ନେଲା ଦନ୍ତା ଜୀବନ

ସାତମାଇଲ, ୧୫।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍‌ ତାର ନେଇଛି ଏକ ଦନ୍ତା ଜୀବନ। ସାତମାଇଲ ନିକଟ ଗୁରିଲୋ କାଜୁପଡ଼ିଆରୁ ବୁଧବାର ଉକ୍ତ...

ଆଜି ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୩୦ା୧୧:କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ରବିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ମହାପ୍ରଭୁଙ୍କ ଅତ୍ୟନ୍ତ...

୩ ବର୍ଷରେ ୧୦୬ ହରିଣ ଶିକାର

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ହରିଣ ଶିକାର ଦ୍ରୁତ ଗତିରେ ବଢୁଛି। ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରଜାତିର ୧୦୬ ହରିଣଙ୍କୁ ଶିକାର କରାଯାଇଛି। ମଙ୍ଗଳବାର...

ପୂର୍ବାହ୍ନରେ ଫେରାଇଦେଲେ, ଅପରାହ୍ନରେ ବାଣ୍ଟିଲେ

ଅନୁଗୋଳ ଅଫିସ, ୧।୪: କରୋନା ମୁକାବିଲା ପାଇଁ ସୋମବାର ଅନୁଗୋଳ ଜିଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି କରାଯାଇଥିଲା। ମଙ୍ଗଳବାର ସେମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବାର...

ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଅସୁସ୍ଥ

ବାସୁଦେବପୁର, ୫।୯ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ଚାନ୍ଦମାଳିସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ଶତାଧିକ ଛାତ୍ରୀଛାତ୍ର ଜ୍ୱର ସହିତ ଝାଡ଼ା ଓ ମୁଣ୍ଡବ୍ୟଥା ହେଉଥିବାରୁ...

Advertisement
Archives

Model This Week