କାଳବୈଶାଖୀ ପ୍ରଭାବ: ଉଡ଼ିଗଲା କଲେଜ ଶ୍ରେଣୀଗୃହ ଆଜବେଷ୍ଟସ୍‌

ଗଣିଆ,୯।୬(ଡି.ଏନ.ଏ.)-ଗଣିଆ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଣିଆସ୍ଥିତ ଶ୍ରୀ ଶ୍ରୀ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟର ୨ଟି ଶ୍ରେଣୀଗୃହର ଆଜବେଷ୍ଟସ୍‌ ଛପର ଉଡିଯାଇଛି । ଆସନ୍ତା ୨୦ ତାରିଖରେ ମହାବିଦ୍ୟାଳୟରେ ଫୋର୍ଥ ସେମିଷ୍ଟର ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରୀଛାତ୍ରମାନେ କିଭଳି ପରୀକ୍ଷା ଦେବେ ସେନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ମହାବିଦ୍ୟାଳୟର ଶ୍ରେଣୀଗୃହ ମରାମତି ନିମିତ୍ତ ପୂର୍ବରୁ କୌଣସି ସରକାରୀ ସହାୟତା ମିଳି ନ ଥିବା ଅଧ୍ୟକ୍ଷ ଅଖିଳ ହୋତା ସୂଚନା ଦେଇଛନ୍ତି ା ଗଣିଆ ବ୍ଲକରେ ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟରେ ବହୁ ସମସ୍ୟା ଲାଗିରହିଥିଲେ ମଧ୍ୟ ପ୍ରଶାସନିକ କିମ୍ବା ରାଜନୈତିକ ସ୍ତରରେ ତପତ୍ରତା ପ୍ରକାଶ ପାଉନାହିଁ ା ଆସନ୍ତା ୧୮ ତାରିଖରେ କଲେଜ ଖୋଲୁଥିବା ବେଳେ ଏହା ପୂର୍ବରୁ ମରାମତି କରା ନ ଗଲେ ଛାତ୍ରୀଛାତ୍ରମାନେ ପାଠ ପଢ଼ିବା ଓ ପରୀକ୍ଷା ଦେବା ପାଇଁ ସମସ୍ୟାର ସମ୍ମୁଖୀନ ହେବେ ା ଏହି କଲେଜ ଶ୍ରେଣୀଗୃହ ମରାମତି ଦିଗରେ ସ୍ଥାନୀୟ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣିଆ ପଞ୍ଚାୟତ ସମିତିର ୭ମ ଅଧିବେଶନ: ଶିକ୍ଷା, ସ୍ବାସ୍ଥ୍ୟ, କୃଷି ସମସ୍ୟାକୁ ଗୁରୁତ୍ୱ

ଗଣିଆ,୧୮ା୧(ଡି.ଏନ୍‌.ଏ.): ଗଣିଆ ବ୍ଲକ ସଦ୍‌ଭାବନା ଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତିର ୭ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ...

ଆକୃଷ୍ଟ କରୁଛି ଡିଜିଟାଲ ଫଟୋଗ୍ରାଫି

ନୟାଗଡ଼ ଅଫିସ,୧୯ା୮ (ରଞ୍ଜନ କୁମାର ପ୍ରଧାନ): ଦୁଇ ଦଶନ୍ଧି ପୂର୍ବରୁ ପରିବାର ସହିତ ଷ୍ଟୁଡ଼ିଓରେ ଯାଇ ଫଟୋ ଉଠାଇବା କିମ୍ବା ଘରକୁ କ୍ୟାମେରାମ୍ୟାନ୍‌ ଆସି ଫଟୋ...

ବ୍ଲକସ୍ତରୀୟ ସୁନେତ୍ର ଶିକ୍ଷକ ତାଲିମ

ରଣପୁର,୨୨।୮(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ଏନଏସି ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁନେତ୍ର କାର୍ଯ୍ୟ ଉପରେ ବ୍ଲକସ୍ତରୀୟ ଏକ ଶିକ୍ଷକ...

ଶ୍ମଶାନ ଜମି ଜବରଦଖଲକୁ ନେଇ ଉତ୍ତେଜନା: ପାଚେରି ଭାଙ୍ଗି ପଥର ନେଇଗଲେ ଗ୍ରାମବାସୀ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.),୨ା୬- ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଫାଣ୍ଡି ଅନ୍ତର୍ଗତ ରମାବିଲ ଗାଁରେ ଶ୍ମଶାନ ଜମିକୁ କେନ୍ଦ୍ର କରି ଶନିବାର ଉତ୍ତେଜନା ଦେଖାଦେଇଥିଲା।...

ପରେଡ ବେଳେ ଅସୁସ୍ଥ ହୋଇପଡ଼ିଲେ ଛାତ୍ରୀ

ନୟାଗଡ଼ ଅଫିସ,୨୬ା୧: ନୟାଗଡ଼ ଜିଲା ଦଶପଲ୍ଲାର ଗାନ୍ଧି ମଇଦାନରେ ବ୍ଲକସ୍ତରୀୟ ପରେଡ ଅନୁଷ୍ଠିତ ହେଉଥିଲା। ପରେଡ ସମୟରେ ଜଣେ ଛାତ୍ରୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ।...

ପାହାଡ଼ ପାଣିରେ ଧୋଇଗଲା ୪ କୋଟି ଟଙ୍କାର ପିଚୁରାସ୍ତା

ରଣପୁର,୧୦ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁରରେ ରହିଛି ମା’ମଣିନାଗଙ୍କ ପୀଠ। ସେହି ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପାହାଡ଼ କାଟି ୪ କୋଟି ଟଙ୍କା ବ୍ୟୟରେ...

ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ...

ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ...

Advertisement
Archives

Model This Week