କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ଚମ୍ପୁଆ/ଯୋଡା/ଝୁମ୍ପୁରା, ୨୯।୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇ ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ନଷ୍ଟ ହୋଇଯାଇଛି। କରୋନା ଲାଗି ଚାଷୀମାନେ କ୍ଷତିରେ ଥିବା ବେଳେ ଏବେ କୁଆପଥର ବର୍ଷା ଚିନ୍ତାରେ ପକାଇଛି। ଋଣ ଆଣି ଚାଷ କରିଥିବା ଚାଷୀ ଏହାକୁ କିପରି ପରିଶୋଧ କରିବେ ସେ ନେଇ ନିରାଶ ହୋଇପଡିଛନ୍ତି।
ସର୍ବମୋଟ ୧୨୨୬ ହେକ୍ଟର ଧାନ, ୧୬୪ ହେକ୍ଟର ତୈଳବୀଜ ଓ ୫୦୬୮ ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଥିଲା। ଗତ ୨୮ତାରିଖ ସୁଦ୍ଧା କୃଷିବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ସର୍ବମୋଟ ୫୨.୨ ହେକ୍ଟର ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ୧୩୮.୪ ହେକ୍ଟର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଏହି କୃଷି ଜିଲା ଅଧୀନରେ ଯୋଡ଼ା, ଚମ୍ପୁଆ ଓ ଝୁମ୍ପୁରା ୩ଗୋଟି ବ୍ଲକ ରହିଥିବା ବେଳେ ଚମ୍ପୁଆ ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଛି। ସୂଚନା ଅନୁସାରେ ଚଳିତ ଋତୁରେ ଚମ୍ପୁଆ ବ୍ଲକରେ ଧାନ ୮୩୫ ହେକ୍ଟର, ତୈଳବୀଜ ୭୨ ହେକ୍ଟର, ପନିପରିବା ୨୪୧୬ ହେକ୍ଟର ଚାଷ କରାଯିବା ସହ ଝୁମ୍ପୁରା ବ୍ଲକରେ ୧୦୬ ହେକ୍ଟର ଧାନ, ୪୫ ହେକ୍ଟର ତୈଳବୀଜ ଓ ୧୮୩୫ ହେକ୍ଟର ପନିପରିବା ଚାଷ କରାଯାଇଛି। ସେହିପରି ଯୋଡା ବ୍ଲକରେ ୨୮୫ ହେକ୍ଟର ଧାନ, ୪୭ ହେକ୍ଟର ତୈଳବୀଜ ଓ ୮୧୭ ହେକ୍ଟର ପନିପରିବା ଚାଷ କରାଯାଇଛି। ଚମ୍ପୁଆ ବ୍ଲକରେ ୫୨.୨ ହେକ୍ଟର ଧାନଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୨୦.୯ ହେକ୍ଟର ପନିପରିବା ସହିତ ଝୁମ୍ପୁରା ବ୍ଲକରେ୧୭.୫ ପନିପରିବା ନଷ୍ଟ ହୋଇଛି। ୧୫ଟି ପଞ୍ଚାୟତ ସହିତ ସହରାଞ୍ଚଳର ଏହି ଚାଷ କ୍ଷତିଗ୍ରସ୍ତ ହୋଇଛି। ଚମ୍ପୁଆ ବ୍ଲକର ବିଭିନ୍ନ ପଞ୍ଚାୟତରେ ହେକ୍ଟର ହେକ୍ଟର ପରିବା ଫସଲ ନଷ୍ଟ ହୋଇଛି। ଏହି କ୍ଷୟକ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରିଲାନି କାଜୁ ଜଙ୍ଗଲ ବିବାଦ ସମାଧାନର ସୂତ୍ର

ନୟାଗଡ ଅଫିସ,୫।୫: କାଜୁ ଜଙ୍ଗଲରେ ନିିଜର ପାରମ୍ପରିକ ଅଧିକାର ସାବ୍ୟସ୍ତ ସହ ନିଲାମ ପ୍ରତ୍ୟାହାର ଦାବି ନେଇ ଓଡଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ଶାଳିଆଝରୀର ଆଦିବାସୀଙ୍କ...

ଆଇଆଇଟିକୁ ଛାତ୍ରୀଛାତ୍ରଙ୍କ ପ୍ରବେଶ ସ୍ଥଗିତ

ଜଟଣୀ,୨୯।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଅରଗୁଳସ୍ଥିତ ଆଇଆଇଟି, ଭୁବନେଶ୍ୱର କ୍ୟାମ୍ପସରେ ୧୦ ଜଣ ଶିକ୍ଷାର୍ଥୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ପରେ ନିୟମକୁ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷିରେ...

ଆଇନଶୃଙ୍ଖଳା ନ ଥିଲେ ପୁଞ୍ଜିନିବେଶକାରୀ ଆସନ୍ତେନି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ବିରୋଧୀ ଅଭିଯୋଗ ଆଣୁଛନ୍ତି ଯେ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ଆଇନବିହୀନ ହୋଇଯାଇଛି। ଯଦି ରାଜ୍ୟରେ ଆଇନଶୃଙ୍ଖଳା ଠିକ୍‌ ନ ଥାଆନ୍ତା ତେବେ...

ବିଲୁପ୍ତି ପଥେ ବୈତରଣୀ

କେନ୍ଦୁଝର, ୯ା୯(ସ୍ବ.ପ୍ର.)- ‘ବୁଢା ହେଲୁ, କିନ୍ତୁ କିଛି ବର୍ଷ ହେଲା ବୈତରଣୀ ନଦୀ ଏଭଳି ଅବସ୍ଥା ଦେଖି ନ ଥିଲୁ। ଖରା ଦିନରେ ଶୁଖିଲା ପଡୁଥିବା...

ବାହୁଦା ନଦୀରେ ମିଶିଯିବ ବଜ୍ରଗୁମ୍ମା ଗାଁ

ଦିଗପହଣ୍ଡି, ୨୧ା୧୧ (ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ୱାର୍ଡ ନଂ. ୧୨ ଅଧୀନ ବଜ୍ରଗୁମ୍ମା ଗାଁ ବନ୍ୟା ସମୟରେ ବାହୁଦା ନଦୀ ଗର୍ଭରେ...

ମହିଳାଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଅଟକ

ବୁଗୁଡ଼ା,୨୫ା୮(ଡି.ଏନ.ଏ.)-ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ନେଇ ଶନିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ ବୁଗୁଡ଼ା ପୋଲିସ...

ମୁଣ୍ଡିଗୁଡ଼ା-ଆମ୍ବଗାଁ ରାସ୍ତା ମରଣଯନ୍ତା

ଡାବୁଗାଁ,୨୦ା୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ମୁଣ୍ଡିଗୁଡା ଗ୍ରାମ ଛକରୁ ଆମ୍ବଗାଁ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା। ଦୈନିକ ହଜାର ହଜାର ଗାଡ଼ି...

ପୋଖରୀରେ ବୁଡ଼ିଗଲେ ମା’ ଝିଅ

କେନ୍ଦୁଝର,୩ା୮(ସ୍ବ.ପ୍ର.)- କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡ଼ି ପଞ୍ଚାୟତ ଅଧୀନ ଜାମୁପଶି ସାହିରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ଥାନୀୟ ପୋଖରୀରେ ବୁଡ଼ି ମା’...

Advertisement
Archives

Model This Week